Banganapalle Mango: ହଳଦିଆ ରଙ୍ଗର ଆମ୍ବ କିପରି ହୋଇଗଲା ଧଳା? ଜାଣନ୍ତୁ ନାମ ପଛରେ ରହିଥିବା କୌତୁହଳପୂର୍ଣ୍ଣ କାହାଣୀ
Banganapalle Mango Variety: ଭାରତରେ ପ୍ରାୟ ୧୫୦୦ ପ୍ରଜାତିର ଆମ୍ବ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ପ୍ରଜାତିର ଆମ୍ବର ନାମ ପଛରେ ଏକ ନିଆରା କାହାଣୀ ରହିଛି। ଆମ୍ବ ପ୍ରଜାତିରେ ଏକ ହଳଦିଆ ରଙ୍ଗର ଆମ୍ବର ନାମ ସଫେଦା ରଖାଯାଇଛି।
Banganapalle Mango Name Story: ଆସିଯାଇଛି ଗ୍ରୀଷ୍ମ ଋତୁ। ଗ୍ରୀଷ୍ମ ଋତୁ କେବଳ ଯେ ସୂର୍ଯ୍ୟ, ଖରା ଏବଂ ଝାଳର ବରଂ ଆମ୍ବର ସମୟ ଭାବରେ ମଧ୍ୟ ଜଣାଶୁଣା। ଗ୍ରୀଷ୍ମ ଋତୁକୁ ବେଶ ଆଗ୍ରହର ସହିତ ଅପେକ୍ଷା କରି ରହିଥାନ୍ତି ଆମ୍ବ ପ୍ରେମୀ। ଭାରତର ପ୍ରସିଦ୍ଧ କବି ମିର୍ଜା ଗାଲିବ ମଧ୍ୟ ଭାରତୀୟ ଫଳର ରାଜା କୁହାଯାଉଥିବା ଆମ୍ବ ପାଇଁ ବେଶ ଆଗ୍ରହୀ ରହିଥିଲେ। ଥରେ ନିଜର ଜଣେ ସାଥୀଙ୍କୁ ଥଟ୍ଟା କରି ମିର୍ଜା ଗାଲିବ କହିଥିଲେ ଯେ, 'ଯେଉଁମାନେ ଗଧ, ସେମାନେ ଆମ୍ବ ଖାଆନ୍ତି ନାହିଁ।' ଆମ୍ବ ବିଷୟରେ ମିର୍ଜା ଗାଲିବ ଲେଖିଥିବା କବିତାର ଏକ ପ୍ରସିଦ୍ଧ ଧାଡି ରହିଥିଲା। ତାହା ହେଉଛି ଯେ, ଯଦି କେହି ମୋତେ ମୋର ଖବର କ’ଣ ବୋଲି ପଚାରନ୍ତି, ତାହେଲେ ଏହାର ଜବାବରେ ମୁଁ କୁହେ ଯେ ଆମ୍ବ ଆଖୁର ସ୍ଥିତି କ’ଣ?
ଭାରତରେ ମିଳିଥାଏ ପ୍ରାୟ ୧୫୦୦ ପ୍ରଜାତିର ଆମ୍ବ
ଭାରତରେ ପ୍ରାୟ ୧୫୦୦ ପ୍ରଜାତିର ଆମ୍ବ ଦେଖିବାକୁ ମିଳିଥାଏ। ପ୍ରତ୍ୟେକ ପ୍ରଜାତିର ଆମ୍ବର ନାମ ପଛରେ ଏକ ନିଆରା କାହାଣୀ ରହିଛି। ଆମ୍ବ ପ୍ରଜାତିରେ ଏକ ହଳଦିଆ ରଙ୍ଗର ଆମ୍ବର ନାମ ସଫେଦା ରଖାଯାଇଛି। ଆପଣ କେବେ ଚିନ୍ତା କରିଛନ୍ତି କି ଧଳା ରଙ୍ଗ ସହିତ ଏହି ହଳଦିଆ ଆମ୍ବର ସମ୍ପର୍କ କ’ଣ? ତାହେଲେ ଜାଣିଖନ୍ତୁ ଏହି ଆମ୍ବ କିପରି ସଫେଦା ନାମରେ ନାମିତ ହେଲା।
ହଳଦିଆ ଆମ୍ବ କିପରି ଧଳା ହୋଇଗଲା?
ଆମ୍ବ ଭାରତୀୟ ଫଳର ରାଜା ଭାବରେ ଜଣାଶୁଣା। ଗ୍ରୀଷ୍ମ ଋତୁରେ ଆମ୍ବ ରସ ଲୋକଙ୍କ ପାଇଁ ଅମୃତ ତୁଲ୍ୟ ହୋଇଥାଏ। ଜୁସ୍ ତିଆରି କରିବା ପାଇଁ ଯେଉଁ ପ୍ରଜାତିର ଆମ୍ବ ବ୍ୟବହାର କରାଯାଏ, ସେହି ଆମ୍ବ ସଫେଦା ନାମରେ ଜଣାଶୁଣା। ଏହି ଆମ୍ବରେ କୌଣସି ପ୍ରକାର ଶସ ନାହିଁ। କୌଣସି ଫଳର ଶସ ସେହି ଅଂଶକୁ କୁହାଯାଏ ଯାହାକୁ ସାଧାରଣତଃ ଖିଆ ଯାଇଥାଏ। ଏହି କାରଣରୁ ଏହାର ରସ ବହୁତ ସ୍ୱାଦିଷ୍ଟ। ଏହି ଆମ୍ବ ରଙ୍ଗ ଦେଖିବାକୁ ହଳଦିଆ, ହେଲେ ଏହାର ଛାଇ ଧଳା ରଙ୍ଗର। ଆପଣ ଏହି ଆମ୍ବ ମଧ୍ୟରେ ଧଳା ଛାଇ ମଧ୍ୟ ଦେଖିପାରିବେ। ଧଳା ଛାଇ ହେତୁ ଏହି ପ୍ରଜାତିର ଆମ୍ବର ନାଁ ସଫେଦା ରଖାଯାଇଛି।
କେବେ ମିଳିଥାଏ ସଫେଦା ଆମ୍ବ?
ଯେତେବେଳେ ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥାଏ, ସେତେବେଳର ସମୟରେ ବଜାରରେ ବିଭିନ୍ନ ପ୍ରଜାତିର ଆମ୍ବ ମିଳିଥାଏ। ସଫେଦା ଆମ୍ବ ସାଧାରଣତଃ ଅପ୍ରିଲ ମାସରୁ ନେଇ ଜୁନ୍ ପର୍ଯ୍ୟନ୍ତ ସଫେଦା ଆମ୍ବ ମିଳିଥାଏ। ଏହାର ସ୍ୱାଦ ଉଭୟ ଖଟା-ମିଠା ହୋଇଥାଏ। ଏହି ଆମ୍ବରେ ରସ ଅଧିକ ହୋଇଥିବା ବେଳେ, ଏହାର ଅଧିକ ଡାଲି ଥିବାବେଳେ ଏହାର ଟାକୁଆ ସାମାନ୍ୟ ପତଳା। ସେଫେଦା ଆମ୍ବ ଆକାରରେ ପ୍ରାୟ ଗୋଲାକାର ଏବଂ ଏହା ଉପରୁ ଦବି ରହିଥିବା ଭଳି ଦେଖାଯାଏ। ଏହି ଆମ୍ବ ପ୍ରାୟତଃ ଆନ୍ଧ୍ର ପ୍ରଦେଶରେ ଚାଷ କରାଯାଏ। ସେଠାରେ ଏହାକୁ ବାଗନପଲ୍ଲୀ ବୋଲି କୁହାଯାଏ।