Bank Holidays In February 2024: ଆଜି ବର୍ଷ ୨୦୨୪, ଜାନୁଆରୀ ମାସର ଶେଷ ଦିନ (ଜାନୁଆରୀ ୩୧)  । ଆସନ୍ତାକାଲି ଠାରୁ ଫେବୃଆରୀ ମାସ ଆରମ୍ଭ ହେବାକୁ ଯାଉଛି।  ଚଳିତ ବର୍ଷ ଫେବୃଆରୀ ମାସ ପାଇଁ ଛୁଟି ତାଲିକା ଘୋଷଣା କରିଛି ରିଜର୍ଭ ବ୍ୟାଙ୍କ୍ ଅଫ ଇଣ୍ତିଆ (Reserve Bank of India)। ଫେବୃଆରୀ ମାସରେ ଅନେକ ଛୁଟି (Bank Holiday)ପାଇବେ ବ୍ୟାଙ୍କ୍ କର୍ମଚାରୀ। ପ୍ରତି ମାସ ପରି ଫେବୃଆରୀ ମାସରେ  ମଧ୍ୟ ଅନେକ ଗୁଡିଏ ଛୁଟି ସାମିଲ୍ ରହିଛି। ଯେଉଁଥିରେ ବିଭିନ୍ନ ସ୍ଥାନରେ ବ୍ୟାଙ୍କ୍ ଗୁଡିକ ବନ୍ଦ (Bank Holidays 2024)  ରହିବ। ବିଶେଷ କରି, ବିଭିନ୍ନ ପର୍ବ ପର୍ବାଣୀ ପାଇଁ  ବ୍ୟାଙ୍କ୍ ଗୁଡିକ ଛୁଟି ରହିବ। ଯଦି ଆପଣଙ୍କର କୌଣସି ବ୍ୟାଙ୍କ ସମ୍ବନ୍ଦିତ କାର୍ଯ୍ୟ ବାକି ରହିଛି । ତେବେ, ଖୁବଶିଘ୍ର ଏହାକୁ ଶେଷ କରି ଦିଅନ୍ତୁ (February Bank Holidays)। ... 


COMMERCIAL BREAK
SCROLL TO CONTINUE READING

ALSO READ: Petrol Diesel Price Today: ଜାରି ହେଲା ଆଜିର ପେଟ୍ରୋଲ୍-ଡିଜେଲ୍ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ତେଲ ରେଟ୍


ଫେବୃଆରୀ ମାସରେ ୧୧ ଦିନ୍ ବନ୍ଦ ରହିବ ବ୍ୟାଙ୍କ୍(Bank Closed):
ଚଳିତ ଥର ଫେବୃଆରୀ ମାସ ୨୮ ଦିନ ବଦଳରେ ୨୯ ଦିନ ପଡୁଛି। ରିଜର୍ଭ ବ୍ୟାଙ୍କ (RBI)ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁସାରେ କୁହାଯାଇଛି ଯେ, ଫେବୃଆରୀ ମାସରେ ୨୯ ଦିନରୁ ୧୧ ଦିନ ବ୍ୟାଙ୍କ ବନ୍ଦ ରହିବ (Bank Holiday In Feb 2024) । ଆସନ୍ତୁ ଜାଣିବା ରିଜର୍ଭ ବ୍ୟାଙ୍କର ଛୁଟି ତାଲିକା ବିଷୟରେ...



-ଫେବୃଆରୀ ୪: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ୍ ଗୁଡିକ ଛୁଟି ରହିବ। 


-ଫେବୃଆରୀ ୧୦: ମାସର ଦ୍ୱିତୀୟ ଶନିବାର ପାଇଁ ବ୍ୟାଙ୍କ ଗୁଡିକ ବନ୍ଦ ରହିବ।


-ଫେବୃଆରୀ ୧୧: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ୍ ଗୁଡିକ ଛୁଟି ରହିବ। 


-ଫେବୃଆରୀ ୧୮: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ୍ ଗୁଡିକ ଛୁଟି ରହିବ। 


-ଫେବୃଆରୀ ୨୪: ମାସର ଚତୁର୍ଥ ବା ଶେଷ ଶନିବାର ପାଇଁ ବ୍ୟାଙ୍କ ବନ୍ଦ।


-ଫେବୃଆରୀ ୨୫: ରବିବାର ହେତୁ ସାରା ଦେଶରେ ବ୍ୟାଙ୍କ୍ ଗୁଡିକ ଛୁଟି ରହିବ। 


-ଫେବୃଆରୀ ୧୪: ବସନ୍ତ ପଞ୍ଚମୀ ଏବଂ ସରସ୍ୱତୀ ପୂଜା ପାଇଁ ଅଗରତାଲା, ଭୁବନେଶ୍ୱର, କୋଲକାତା ଇତ୍ୟାଦି ଅଞ୍ଚଳରେ ବ୍ୟାଙ୍କ ବନ୍ଦ ରହିବ ।


-ଫେବୃଆରୀ ୧୫: ଲୁଇ ନଗଇ ନୀ ପର୍ବ ପାଇଁ ଇମ୍ଫାଲରେ ବନ୍ଦ ରହିବ ବ୍ୟାଙ୍କ।


-ଫେବୃଆରୀ ୧୯: ଛତ୍ରପତି ଶିବାଜୀ ଜୟନ୍ତୀ ଅବସରରେ ମହାରାଷ୍ଟ୍ରରେ ବ୍ୟାଙ୍କ ଛୁଟି ରହିବ ।


-ଫେବୃଆରୀ ୨୦: ଷ୍ଟେଟ ଡେ’ ପାଇଁ ଆଇଜଲ ଏବଂ ଇଟାନଗରରେ ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିବ ।


-ଫେବୃଆରୀ ୨୬: ନୟୋକୁମ ପାଇଁ ଇଟାନଗରରେ ବନ୍ଦ ରହିବ ବ୍ୟାଙ୍କ।


ତେବେ ଏହି ଛୁଟି ଦିନ ଗୁଡ଼ିକରେ ବ୍ୟାଙ୍କର ବ୍ରାଞ୍ଚରେ ହିଁ କାମ ବନ୍ଦ ରହିବ । ଗ୍ରାହକମାନଙ୍କୁ ଏଠାରେ କୌଣସି ସୁବିଧା ଉପଲବ୍ଧ ହୋଇପାରିବ ନାହିଁ । ତେବେ ଅନଲାଇନ ମାଧ୍ୟମ ୟୁପିଆଇ, ମୋବାଇଲ ବ୍ୟାଙ୍କିଙ୍ଗ ଏବଂ ଏଟିଏମରେ ସମସ୍ତ ସୁବିଧା ପାଇପାରିବେ ଗ୍ରାହକ।