Bihar Tourism Reels Scheme: ଆଜିକାଲି ସୋସିଆଲ ମିଡିଆରେ ରୀଲ୍ସ ବନାଉଥିବା ଲୋକଙ୍କ ରାଜ୍ ଦେଖିବାକୁ ମିଳିଛି। ଲୋକେ ଅନେକ ପ୍ରକାରର ରୀଲ୍ସ ତିଆରି କରୁଥିବା ଦେଖାଯାଉଛି। ସୋସିଆଲ୍ ମିଡିଆ ମାଧ୍ୟମରେ ନିଜର ପରିଚୟ ପାଇଁ ଅନେକ ରୀଲ୍ସ ବନାଉଥିବାର ଦେଖିବାକୁ ମିଳୁଛି। ଯଦି କୁହାଯାଏ ଯେ ବର୍ତ୍ତମାନ ଆପଣ ରୀଲ୍ସ ତିଆରି କରି ଟଙ୍କା ରୋଜଗାର କରିପାରିବେ ଏବଂ ସରକାର ମଧ୍ୟ ଆପଣଙ୍କୁ ସମ୍ମାନିତ କରିବେ, ତାହେଲେ ଆପଣ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ହେଲେ ଏହା ସତ୍ୟ। 


COMMERCIAL BREAK
SCROLL TO CONTINUE READING

ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ (Bihar Deputy CM Tejashwi Yadav) ଅଧିନସ୍ଥ ପର୍ଯ୍ୟଟନ ବିଭାଗ (Bihar Tourism Department) ନୂତନ ଯୋଜନା ଉପରେ କାର୍ଯ୍ୟ କରିବା ଆରମ୍ଭ କରିଥିବା ଘୋଷଣା କରିଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ (Bihar Tourism Industry) ପ୍ରୋତ୍ସାହିତ କରିବା ତଥା ଗ୍ରାମାଞ୍ଚଳରେ ଦୂରଦୂରାନ୍ତରେ ପର୍ଯ୍ୟଟନକୁ ଏକ ଭଲ ଚିତ୍ର ଦେବା ପାଇଁ ପର୍ଯ୍ୟଟନ ବିଭାଗ ଅନେକ ଯୋଜନା ଉପରେ କାର୍ଯ୍ୟ କରୁଛି।


ଏହା ଅଧିନରେ ତେଜସ୍ୱୀ ଯାଦବ ଘୋଷଣା କରିଛନ୍ତି ଯେ ସେହି ଲୋକ ଯେଉଁମାନେ ବିହାରର ପର୍ଯ୍ୟଟନ ସ୍ଥାନକୁ (Tourist Places in Bihar) ନିଜ ରୀଲ୍ସ (Social Media Reels) ମାଧ୍ୟମରେ ପ୍ରୋତ୍ସାହିତ କରନ୍ତି ଏବଂ ବିହାର ପର୍ଯ୍ୟଟନକୁ (Bihar Tourism) ବିଶ୍ୱକୁ ନେବାରେ ସାହାଯ୍ୟ କରନ୍ତି, ତାହେଲେ ସରକାର ଏହିପରି ଲୋକଙ୍କୁ ସମ୍ମାନିତ କରିବେ। ଏପରି ଲୋକଙ୍କୁ ପୁରସ୍କାର ମଧ୍ୟ ଦିଆଯିବ। ବିହାର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଏଭଳି ଅନେକ ସ୍ଥାନ ରହିଛି ଯାହାକି ଦୁନିଆର ଆଖିରୁ ବହୁତ ଦୂରରେ ରହିଛି। ଯାହା ବିଷୟରେ ଲୋକେ କିଛି ଜାଣିନାହାଁନ୍ତି। ଏପରି ପର୍ଯ୍ୟଟନସ୍ଥଳକୁ ବିଶ୍ୱ ଆଖିରେ ଆଣିବାର ଆବଶ୍ୟକତା ରହିଛି। ଯାହା ଦ୍ୱାରା ପର୍ଯ୍ୟଟକ ଏଠାରେ ପହଞ୍ଚି ପାରିବେ।


ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ
ବିହାରରେ ପର୍ଯ୍ୟଟନ କ୍ଷେତ୍ରରେ (Tourism Sector in Bihar) ଅପାର ସମ୍ଭାବନା ରହିଛି। ଏହା ଅଧୀନରେ ରୀଲ୍ ନିର୍ମାତାଙ୍କୁ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଏକ ଆବେଦନ କରାଯାଇଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଆୟୋଜନ କରିଥିଲା। ଯେଉଁଥିରେ ଦେଶର କୋଣ ଅନୁକୋଣରୁ ଲୋକେ ଅଂଶଗ୍ରହଣ କରିଥିଲେ। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ସେହି ଲୋକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଯେଉଁମାନେ ଫଟୋଗ୍ରାଫି ମାଧ୍ୟମରେ ପର୍ଯ୍ୟଟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିଲେ ସେମାନଙ୍କୁ ପୁରସ୍କାର ମଧ୍ୟ ଦେଇଥିଲେ। 


ଆଗାମୀ ବର୍ଷରେ ମଧ୍ୟ ଏପରି ପ୍ରତିଯୋଗିତା ଆୟୋଜିତ ହେବ। ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଶୁକ୍ରବାର ଦିନ ଇ-ଟିକେଟ୍ ଆରମ୍ଭ କରି ଲୋକଙ୍କ ପାଇଁ ଏକ ନୂତନ ସୁବିଧା ଆରମ୍ଭ କରିଛନ୍ତି। ବର୍ତ୍ତମାନ ସେହି ଲୋକେ ଯେଉଁମାନେ ରାଜଗିର ରୋପୱେ ଉପରକୁ ଚଢିବାକୁ ଚାହୁଁଛନ୍ତି କିମ୍ବା ମାଣ୍ଡାର ରୋପୱେ ଦେଇ ବୁଲିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଅନଲାଇନ୍ ଟିକେଟ ବୁକ୍ କରିପାରିବେ।