Police Man Thrashed Rickshaw Puller: ଜଣେ ରିକ୍ସା ଚାଳକଙ୍କ ସହ ପଙ୍ଗା ନେବା ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଛି। ଏହି ଘଟଣାରେ ଲୋକେ ପୋଲିସ ବାବୁଙ୍କୁ ଗୋଡେଇ ଗୋଡେଇ ପିଟିଛନ୍ତି। ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ବିହାର ସମସ୍ତିପୁର ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଏନେଇ କୁହାଯାଉଛି ଯେ ଜାମ ହଟାଇବା ନେଇ ଜଣେ ସବ ଇନସପେକ୍ଟର ଏବଂ ଅନ୍ୟ ଜଣେ ରିକ୍ସା ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହି ଘଟଣାରେ ସବ ଇନ୍ସପେକ୍ଟର ଉମାକାନ୍ତ ରାୟ ରିକ୍ସା ଚାଳକକୁ ମାଡ଼ ମାରି ମୁଣ୍ଡ ଫଟାଇ ଦେଇଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇଉଠିଥିବା ଲୋକ ପୋଲିସ ବାବୁଙ୍କ ଉପରେ ପାଲଟ ଆକ୍ରମଣ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସମସ୍ତିପୁର ଏସପି ବିନୟ ଶଙ୍କର ତିୱାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।  


ସମସ୍ତିପୁର ଜିଲ୍ଲା ଝିଲ୍ଲୀ ଚୌକ ଠାରେ ଘଟିଯାଇଛି ଏଭଳି ଘଟଣା। ଏନେଇ କୁହାଯାଉଛି ଯେ ସବ୍-ଇନ୍ସପେକ୍ଟର ଉମାକାନ୍ତ ରାୟ ଝିଲ୍ଲୀ ଚୌକ୍ ନିକଟରେ ଟ୍ରାଫିକ୍ ଜାମ୍ ହଟାଉଥିଲେ। ଏହି ସମୟରେ ଜଣେ ରିକ୍ସା ଚାଳକ ସେଠାରେ ଯାଉଥିଲେ। ରିକ୍ସା ହଟାଇବାକୁ ନେଇ ଚାଳକଙ୍କ ସହ ପୋଲିସ ବାବୁଙ୍କ ଯୁକ୍ତିତର୍କ ହୋଇଥିଲା। କଥା ଏତେ ବଢିଯାଇଥିଲା ଯେ ଇନ୍ସପେକ୍ଟର ତାଙ୍କ ରିକ୍ସା ଚାଳକଙ୍କୁ ପିଟିବା ଆରମ୍ଭ କରି ଦେଇଥିଲେ। ଏହି ସମୟରେ ପୋଲିସ ବାବୁ ବାଡି ରିକ୍ସା ଚାଳକଙ୍କ ମୁଣ୍ଡରେ ବାଜିଥିଲା। ଯେଉଁ କାରଣରୁ ରିକ୍ସା ଚାଳକଙ୍କ ମୁଣ୍ଡ ଫାଟି ଯାଇଥିଲା। 


ଟ୍ରାଫିକ୍ ଜାମ୍ ହଟାଇବା ବେଳେ ସବ୍-ଇନ୍ସପେକ୍ଟର ରିକ୍ସା ଚାଳକଙ୍କୁ ମାଡ଼ ମାରିବାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ରିକ୍ସା ଚାଳକଙ୍କ ମୁଣ୍ଡରୁ ପ୍ରଚୁର ରକ୍ତସ୍ରାବ ହେଉଛି। ଏ ଘଟଣାସ୍ଥଳରେ ଏକାଠି ହୋଇଯାଇଥିଲେ ଲୋକେ। ରିକ୍ସା ଚାଳକଙ୍କୁ ମାଡ଼ ମାରିବାକୁ ନେଇ ଉତ୍ତ୍ୟକ୍ତ ହୋଇଉଠିଥିବା ଲୋକେ ପୋଲିସ ବାବୁଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରତିକ୍ରିୟା ରଖି ସମସ୍ତିପୁର ଏସପି ବିନୟ ଶଙ୍କର ତିୱାରୀ। ଏନେଇ ଏସପି କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରିବାରୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ତଦନ୍ତ ଏସଡିପିଓ କରିବେ। ଯଦି ପୋଲିସ ଅଧିକାରୀ ଜଣଙ୍କ ତଦନ୍ତରେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।