Bizarre News, ଲକ୍ଷ୍ନୌ: ପୁଣି ଥରେ ଉତ୍ତର ପ୍ରଦେଶରୁ ଏକ ବିଚିତ୍ର ଖବର ଆସିଛି। ଏଠାରେ ଜଣେ ମହିଳା, କୁକୁର ଛୁଆ ଜନ୍ମ କରିଥିବା ଦାବି କରିଛନ୍ତି। ମହିଳା ଜଣକ କହିଛନ୍ତି ଯେ, ତାଙ୍କ ସ୍ୱପ୍ନରେ ଭୈରବ ବାବା ଆସିଥିଲେ। ବାବା କୁଆଡେ ତାଙ୍କୁ କହିଥିଲେ କି ସେ କୁକୁର ହୋଇ ତାଙ୍କ ଗର୍ଭରୁ ଜନ୍ମ ନେବେ। ଘଟଣାଟି ବଦୁଆ ଜିଲ୍ଲାର ସହସୱାନ ତହସିଲ ଅନ୍ତର୍ଗତ ଜାମୁନି ଗ୍ରାମରେ ଘଟିଛି। ତେବେ ଡାକ୍ତର ଏହାକୁ ଅନ୍ଧବିଶ୍ୱାସ ବୋଲି କହିଛନ୍ତି।


COMMERCIAL BREAK
SCROLL TO CONTINUE READING

ମିଳିଥିବା ସୂଚନାନୁସାରେ, ଜୈନିକ ମହିଳାଙ୍କ ବୟସ ୬୫ ବର୍ଷ ହେବ। ତାଙ୍କର ତିନୋଟି ଝିଅ ଅଛନ୍ତି। ପ୍ରାୟ ୧୭ ବର୍ଷ ପୂର୍ବେ ତାଙ୍କ ପେଟରେ ଏକ ମାଂସ ପିଣ୍ଡୁଳା ଥିବା ସେ ଦାବି କରିଥିଲେ। ମହିଳାଙ୍କ କହିବା ଅନୁସାରେ, ସେ ଶୋଇଲା ପରେ ତାଙ୍କ ସ୍ୱପ୍ନରେ ଭୈରବ ବାବା ଆସୁଥିଲେ। ଆଉ ଦିନେ ସେ ତାଙ୍କ ଗର୍ଭରୁ କୁକୁର ଛୁଆ ହୋଇ ଜନ୍ମ ନେବେ ବୋଲି କହିଥିଲେ। ତେବେ ସାତ ନଭେମ୍ବରରେ ତାଙ୍କର କୁକୁର ଛୁଆ ଜନ୍ମ ହୋଇଥିବା ଉଭୟ ମହିଳା ଓ ତାଙ୍କ ସ୍ୱାମୀ ଦାବି କରିଛନ୍ତି। ଯାହା ପରେ ତାଙ୍କ ଘରେ ଲୋକଙ୍କ ଭିଡ ଜମିବାରେ ଲାଗିଥିଲା।


Also Read: Plastic doll birth: ବିବାହର ୧୮ ବର୍ଷ ପରେ ପ୍ଲାଷ୍ଟିକ କଣ୍ଢେଇକୁ ଜନ୍ମ ଦେଲେ ମହିଳା


 


ସୋସିଆଲ ମିଡିଆରେ ଖବର ଭାଇରାଲ ହେବା ପରେ ମହିଳାଙ୍କ ଘରେ ଗଣମାଧ୍ୟମ ପହଞ୍ଚିଥିଲା। ମହିଳା ଜଣକ ନିଜ କୋଳରେ ଏକ କଳାଧଳା କୁକୁର ଛୁଆକୁ ଧରି ତାକୁ ନିଜ ପିଲା ଭଳି ଖେଳାଉଥିଲେ। ତେବେ ମହିଳା ଓ ତାଙ୍କ ସ୍ୱାମୀଙ୍କ ଦାବି କେତେଦୂର ସତ ତାହା ପ୍ରଶାସନର ତଦନ୍ତ ପରେ ଜଣା ପଡିବ। ଅନ୍ୟପଟେ ସ୍ଥାନୀୟ ଡାକ୍ତର କହିଛନ୍ତି ଯେ, ଜଣେ ମଣିଷ, କୁକୁର ଛୁଆ ଜନ୍ମ କରିବା ଅସମ୍ଭବ। ମହିଳାଙ୍କ ମେଡିକାଲ ଯାଞ୍ଚ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ, କିଛି ଦିନ ତଳେ ଉତ୍ତର ପ୍ରଦେଶର ଇଟାୱା ଜିଲ୍ଲାର ବାଦପୁରା ଥାନା ଅଞ୍ଚରେ ଜଣେ ମହିଳା ପ୍ଲାଷ୍ଟିକ କଣ୍ଢେଇକୁ ଜନ୍ମ ଦେଇଥିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ମହିଳା ଜଣକ ସମାଜ ଓ ତାଙ୍କ ପରିବାରର ତାଡନା ସହିନପାରି ଗର୍ଭବତୀ ହେବାର ନାଟକ କରିଥିବା ଜଣାପଡିଥିଲା। ବିବାହର ୧୮ ବର୍ଷ ପରେ ଛଅ ମାସର ଗର୍ଭବତୀ ହେବା ପରେ ମହିଳା ଏକ ମୃତ ଶିଶୁକୁ ଜନ୍ମ ଦେଇଥିବା କହିଥିଲେ। କିନ୍ତୁ ହସ୍ପିଟାଲରେ ସବୁ ମିଛ ଧରା ପଡିଯାଇଥିଲା। ବନ୍ଧ୍ୟା ଅପବାଦରୁ ମୁକ୍ତି ପାଇବା ପାଇଁ ସେ ଏହି ନାଟକ କରିଥିବା ଡାକ୍ତରଙ୍କୁ କହିଥିଲେ।