ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ସକାଳୁ ସକାଳୁ ଚା’ ପିଇବା ପାଇଁ ଭଲ ପାଆନ୍ତି। କେହି କେହି କ୍ଷୀର ଚା’ ପିଇବାକୁ ମଧ୍ୟ ଭଲ ପାଇଥାନ୍ତି। ଯେଉଁମାନେ ଡାଏଟରେ ଥାଆନ୍ତି ସେମାନେ ପ୍ରାୟତଃ ଗ୍ରୀନ ଟି ପିଇଥାନ୍ତି। ଗ୍ରୀନ ଟି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଲାଭଦାୟକ। ତେବେ ଆଜି ଆମେ ଏମିତି ଏକ ଚା’ ବିଷୟରେ କହିବୁ ଯାହା ପିଇଲା ପରେ ଆପଣଙ୍କୁ ଆଉ କୌଣସି ଚାହା ଭଲ ନ ଲାଗିପାରେ। 


COMMERCIAL BREAK
SCROLL TO CONTINUE READING

ଆଜିର ଦୁନିଆରେ କାର୍ଯ୍ୟ ବ୍ୟସ୍ତତା ଭିତରେ ଆମେ ସମସ୍ତେ ଶାରିରୀକ କ୍ଲାନ୍ତି ଅନୁଭବ କରିଥାଉ। ସକାଳୁ ସନ୍ଧ୍ୟା ଯାଏଁ କାମ କରି କରି ବ୍ୟସ୍ତ ବିବ୍ରତ ହେଉ ଯାଉଛେ।  ତେବେ ଏହି କ୍ଲାନ୍ତିରୁ ସାମାନ୍ୟ ହାଲୁକା ଅନୁଭବ କରିବା ପାଇଁ ଆମେ ସାଧାରଣତଃ ଚାହା ପିଇଥାଉ। ଚାହା ପିଇବା ପରେ ଟିକେ ଆରାମ ଅନୁଭୂତ ହୋଇଥାଏ। ତେବେ ଆମେ ପ୍ରାୟତଃ କ୍ଷୀର ଚା’ ପିଇଥାଉ। ଆପଣ ଯଦି ଷ୍ଟ୍ରେସ ଦୂର କରିବା ପାଇଁ ଚାହୁଁଛନ୍ତି ତାହେଲେ ପିଅନ୍ତୁ ବ୍ଲୁ ଟି। ଆଜ୍ଞା ହଁ, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ବ୍ଲୁ ଟି ଷ୍ଟ୍ରେସ ଦୂର କରିଥାଏ। ଅପରାଜିତା ଫୁଲରୁ ତିଆରି ବ୍ଲୁ ଟି।


ବ୍ଲୁ ଟି ଆପଣ ଘରେ ନିଜେ ତିଆରି କରିପାରିବେ। ପ୍ରଥମେ ଗୋଟିଏ କପ ପାଣି ନିଅନ୍ତୁ। ଏହି ପାଣିରେ ଗୋଟିଏ ଚାମଚ ଚିନି ଏବଂ ଗୋଟିଏ ରୁ ଦୁଇଟି ଅପରାଜିତା ଫୁଲ ପକାଇ ଭଲ ଭାବେ ଫୁଟାଇ ଦିଅନ୍ତୁ। ଭଲ ଭାବେ ଫୁଟି ଗଲା ପରେ ଏହାକୁ ଛାଣି ଦିଅନ୍ତୁ। ଛାଣିବା ପରେ ଏଥିରେ ଅଳ୍ପ ଟିକେ ମହୁ ମିଶାନ୍ତୁ ଏବଂ ପିଅନ୍ତୁ। ଚିନି ବଦଳରେ ଆପଣ ଖାଲି ମହୁ ପକେଇ ମଧ୍ୟ ପିଇ ପାରିବେ।


ବ୍ଲୁ ଟି ମାନସିକ ଚିନ୍ତା ଦୂର କରି ମନକୁ ଶାନ୍ତି ଦେଇଥାଏ। ପ୍ରତିଦିନ ବ୍ଲୁ ଟି ପିଇବା ଦ୍ୱାରା ତ୍ୱଚାର ଚମକ ମଧ୍ୟ ବଢିଥାଏ। ତ୍ୱଚାକୁ କୌଣସି ପ୍ରକାରର ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ। ଖାଦ୍ୟର ରଙ୍ଗ ବଦଳାଇବାରେ ମଧ୍ୟ ଅପରାଜିତା ଫୁଲର ଭୂମିକା ରହିଛି। ଏଥିପାଇଁ ଅପରାଜିତା ଫୁଲକୁ ଶୁଖାଇ, ଏହାକୁ ଗ୍ରାଇଣ୍ଡ କରିଦେବେ। ଯେଉଁ ଖାଦ୍ୟର ରଙ୍ଗ ବଦଳାଇବାକୁ ଚାହୁଁଛନ୍ତି ସେଥିରେ ଏହି ଗୁଣ୍ଡ ପକାଇ ଦିଅନ୍ତୁ। କୌଣସି ରାସାୟନିକ କଲର ବ୍ୟବହାର ନକରି ଆପଣ ଖାଦ୍ୟକୁ କଲରଫୁଲ କରିପାରିବେ। ଏହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ମଧ୍ୟ ନୁହେଁ।