Bolero Campers deployed for Similipal Tiger Reserve: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରର ସୁରକ୍ଷା ପାଇଁ ୧୪ ବୋଲେରୋ କ୍ୟାମ୍ପର୍ ନିୟୋଜିତ କରିଛନ୍ତି ରାଜ୍ୟ ସରକାର। ଏହି ସ୍ୱତନ୍ତ୍ର ଧରଣର ଗାଡି ୱିଚ୍ ସହିତ ସୁସଜ୍ଜିତ ହୋଇଛି। ଯାହା ବିଶେଷ କରି ମୌସୁମୀ ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟକ ହେବ ବୋଲି କୁହାଯାଇଛି। ରାତି ସମୟରେ ୩୬୦ ଡିଗ୍ରୀ ଦୃଶ୍ୟ ପାଇଁ ଗାଡି ଉପରେ ରିମୋଟ ନିୟନ୍ତ୍ରିତ ଚଳନଶୀଳ ସର୍ଚ୍ଚ ଲାଇଟ୍ ଲଗାଯାଇଛି। ସୁରକ୍ଷା ପାଇଁ ସର୍ବାଧିକ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ରହିବା ପାଇଁ ପଛରେ ହୁଡ୍ ସହିତ ସିଟ୍ ଯୋଗାଇ ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଜଙ୍ଗଲ (ବନ୍ୟଜନ୍ତୁ) କାର୍ଯ୍ୟାଳୟ ମୁଖ୍ୟ ମୁଖ୍ୟ ସଂରକ୍ଷକ (Odisha Wildlife Principal Chief Conservator) ଏକ ସରକାରୀ ବିବୃତ୍ତିରେ କହିଛନ୍ତି ଯେ ଶିମିଳିପାଲ୍ ସ୍ପେଶାଲ୍ ଟାଇଗର ପ୍ରୋଟେକସନ ଫୋର୍ସ (Similipal Special Tiger Protection Force), ମିଳିତ ଟାସ୍କଫୋର୍ସ ଏବଂ ଅନ୍ୟାନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସୁରକ୍ଷା ଡ୍ୟୁଟି ପାଇଁ ବୋଲେରୋ କ୍ୟାମ୍ପର୍ (Bolero Campers Deployed for Similipal Tiger Reserve) ସମ୍ବେଦନଶୀଳ ଅଞ୍ଚଳ ବିଶେଷ କରି କୋର ଅଞ୍ଚଳରେ ନିୟୋଜିତ ହେବ। ଶିମିଳିପାଳ ଜଙ୍ଗଲ ଅଞ୍ଚଳରେ (Similipal Forest Area) କାର୍ଯ୍ୟ ପରିବେଶକୁ ଦୃଷ୍ଟିରେ ରଖି ଏପରି ସ୍ୱତନ୍ତ୍ର ଧରଣର ଗାଡ଼ିକୁ ବିକଶିତ କରାଯାଇଛି। ସମସ୍ତ ଅବସ୍ଥାରେ ଯେପରି ଦକ୍ଷତାର ସହିତ ସୁରକ୍ଷା କର୍ତ୍ତବ୍ୟ ସମ୍ପାଦନ କରାଯାଇ ପାରିବ ତାହାର ବ୍ୟବସ୍ଥା କରାଯାଇଛି। ଏନେଇ ବନ୍ୟଜନ୍ତୁ କାର୍ଯ୍ୟାଳୟ ମୁଖ୍ୟ ସଂରକ୍ଷକଙ୍କ ପକ୍ଷରୁ କୁହାଯାଇଛି ଏପରି ଗାଡ଼ି ଯେ ମୌସୁମୀ ସମୟରେ ଖାଲ ଖମା ରହିଥିବା ରାସ୍ତା ଘାଟ ରାସ୍ତା ତଥା କାଦୁଅ ମଇଳା ରାସ୍ତା ଅତିକ୍ରମ କରିବା ପାଇଁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଗତିବିଧିକୁ ସକ୍ଷମ କରିବ।


ଭୌଗୋଳିକ କ୍ଷେତ୍ରଫଳ ଦୃଷ୍ଟିକୋଣରୁ ଶିମିଳିପାଳ (Similipal Tiger Reserve) ହେଉଛି ଦେଶର ଷଷ୍ଠ ବୃହତ୍ତମ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର। ଜଙ୍ଗଲ ଆବରଣ ଦୃଷ୍ଟିରୁ ଶିମିଳିପାଳର ଘନତ୍ୱ (Similipal Forest Area Density) ହେଉଛି ସବୁଠାରୁ ଅଧିକ। ଯାହାର କ୍ଷେତ୍ରଫଳ ହେଉଛି ୧୦୧୧.୫ ବର୍ଗ କିଲୋମିଟର। ଯେଉଁଠି ୨୧୪ ଆଣ୍ଟି-ପୋଚିଂ କ୍ୟାମ୍ପ (Anti Poaching Camps), ୧୬ ୱାଚ ଟାୱାର (Watch Tower) ଏବଂ ୧୯ ଚେକ୍ ପୋଷ୍ଟ (Check Post) ରହିଛି। 


ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରରେ ରହୁଥିବା ବାଘର ସୁରକ୍ଷା ଏବଂ ଏହାର ଗତିବିଧି (Monitoring and Protection of Wild Tigers in Similipal Tiger Reserve) ଉପରେ ନଜର ରଖିବା ବହୁତ କଷ୍ଟକର। କାରଣ ଶିମିଳିପାଳ ଜାତୀୟ ଉଦ୍ୟାନ (Similipal National Park) ଯାହା ଦେଶର ଏକ ପ୍ରମୁଖ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର (Major Tiger Reserve Center in India) ଭାବରେ ଜଣଶୁଣା ତାହାର ଭୌଗୋଳିକ ଅବସ୍ଥିତ ପାହାଡ଼ ଏବଂ ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଛି। ଉପଯୁକ୍ତ ରାସ୍ତାର ଅଭାବ କାରଣରୁ ବାଘର ଗତିବିଧି ଉପରେ ନଜର ରଖିବା ଏକ କଷ୍ଟକର କାର୍ଯ୍ୟ। ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଗତିବିଧି, କ୍ୟାମ୍ପ ଉପକରଣ ପରିବହନ, କର୍ମଚାରୀଙ୍କ ପାଇଁ ବ୍ୟବସ୍ଥା ତଥା ରାତିରେ ପାଟ୍ରୋଲିଂ କରିବା ପାଇଁ ବୋଲେରୋ କ୍ୟାମ୍ପର୍ ବିଶେଷ ସହାୟକ ହେବ। ଯାହା ଦ୍ୱାରା ମୌସୁମୀ ସମୟରେ ବନ୍ୟଜନ୍ତୁଙ୍କ ପକ୍ଷରୁ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ଜୀବନ ପ୍ରତି ରହିଥିବା ବିପଦ ହ୍ରାସ ପାଇବ। 


ଏହି ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ରର ପ୍ରଭାବଶାଳୀ ସୁରକ୍ଷା ବ୍ୟବସ୍ଥା ଦୀର୍ଘକାଳୀନ ବାଘ ଜନସଂଖ୍ୟାକୁ ବୃଦ୍ଧି କରିବାରେ ସହାୟକ ହେବ। ଏହି ନୂତନ ପଦକ୍ଷେପ ଜଙ୍ଗଲ କର୍ମଚାରୀଙ୍କୁ ଏହି ପ୍ରୟାସରେ ସାହାଯ୍ୟ କରିବ। ଓଡିଶା ଖଣି ନିଗମ (ଓଏମସି) ସହାୟତାରେ ଶିମିଲିପାଳ ଟାଇଗର ରିଜର୍ଭ ଫାଉଣ୍ଡେସନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଗାଡ଼ି ପ୍ରଦାନ କରାଯାଇଛି।