Shocking News: ଆଜିକାଲି ପ୍ରେମରେ ଧୋକା ମିଳିବା ଏକ ସାଧାରଣ କଥା ଅଟେ । ଝିଅ ହୁଅନ୍ତୁ ବା ପୁଅ ପ୍ରେମରେ ଧୋକା ମିଳିବା ସମସ୍ତଙ୍କୁ ମିଳିଥାଏ । ପ୍ରତ୍ୟେକ ଦିନ ପ୍ରେମ ପ୍ରତାରଣାକୁ ନେଇ ଅନେକ ଘଟଣା ସାମ୍ନାକୁ ଆସିଥାଏ । କିନ୍ତୁ ଯଦି ଆମେ ଆପଣଙ୍କୁ କହୁ କି, ଏଣିକି ପ୍ରେମରେ ଧୋକା ମିଳିବା ପରେ ଟଙ୍କା ମିଳିବ ଆପଣ ଏନେଇ କଣ ଭାବିବେ? ନିକଟରେ ଏପରି ଏକ ବ୍ରେକଅୋପ ଷ୍ଟୋରୀ(Breakup Stories) ଭାଇରାଲ ହେଉଛି ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରେମରେ ଧୋକା ପାଇବା ପରେ ଜଣେ ଯୁବକଙ୍କୁ ମିଳିଛି ୨୫,୦୦୦ ହଜାର ଟଙ୍କା । ଶୁଣିବାକୁ ଅଜବ ଲାଗୁଥିବା ଏହି ଘଟଣାଟି କିନ୍ତୁ ପ୍ରକୃତରେ ସତ ଅଟେ। ଯୁବକ ଜଣକ କହିଛନ୍ତି ଯେ, ତାଙ୍କୁ ତାଙ୍କ ଗାର୍ଲଫ୍ରେଣ୍ତ ଧୋକା ଦେଇଥିଲେ । ଏହାପରେ ତାଙ୍କୁ ହାର୍ଟବ୍ରେକ ଇନସୁରାନ୍ସ ଫଣ୍ତରୁ(Heartbreak Insurance Fund) ଏହି ଟଙ୍କା ମିଳିଥିଲା । ତେବେ ବ୍ରେକଅପ ପରେ ଯୁବକ କରିଥିବା ଏହି ଟ୍ବଇଟି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଅଜବ ଘଟଣାକୁ ନେଇ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ, ପ୍ରତୀକ ଆର୍ଯ୍ୟନ ନାମକ ଜଣେ ଯୁବକ ଟ୍ବିଟ(tweet) କରି କହିଥିଲେ କି,  ସେ ଜଣେ ଝିଅଙ୍କୁ ଭଲ ପାଉଥିଲେ । ବହୁ ସମୟ ଧରି ଉଭୟ ପରସ୍ପରକୁ ଡ଼େଟ୍ କରୁଥିଲେ । ଏହି ସମୟରେ ପ୍ରତୀକ ଓ ଯୁବତୀଙ୍କ ମନରେ ହାର୍ଟବ୍ରେକ ଇନସୁରାନ୍ସ ପାଣ୍ଠି((Heartbreak Insurance Fund) ନେଇ ଧାରଣା ଆସିଥିଲା । ଏହା ଅଧୀନରେ ଦୁହେଁ ଏକ ମିଳିତ ଆକାଉଣ୍ଟ ଖୋଲିଥିଲେ । ପ୍ରତି ମାସରେ ଏହି ଆକାଉଣ୍ଟରେ ଉଭୟ ୫୦୦-୫୦୦ ଟଙ୍କା ଜମା କରିବା ଆରମ୍ଭ କରିଥିଲେ । ସର୍ତ୍ତ ଥିଲା କି, ଯିଏ ପ୍ରତାରଣାର ଶିକାର ହେବ ତାଙ୍କୁ ସମସ୍ତ ଟଙ୍କା ମିଳିବ ।


ଯବୁକଙ୍କ ଟ୍ବଟ ଭାଇରାଲ



ପ୍ରତୀକ କହିଛନ୍ତି ଯେ , ଦୁଇ ବର୍ଷ ପରେ ତାଙ୍କ ପ୍ରେମିକା ତାଙ୍କୁ ପ୍ରତାରଣା କରିଥିଲେ(Cheated on Love )। ସେଥିପାଇଁ ତାଙ୍କୁ ହାର୍ଟବ୍ରେକ୍ ବୀମା ପାଣ୍ଠିରେ ଜମା ଥିବା ୨୫,୦୦୦ ଟଙ୍କା ମିଳିଥିଲା । ପ୍ରତୀକ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ବ୍ରେକଅପ୍ ର କାହାଣୀ ପୋଷ୍ଟ କରିଥିଲେ ଯାହା ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ।


୧୫ ତାରିଖ ଦିନ ପୋଷ୍ଟ ହୋଇଥି୍ବା ଏହି ଟ୍ବଟରେ  ୧୨ଲକ୍ଷ ଭ୍ୟୁ(View) ହୋଇସାରିଥିବା ବେଳେ ହଜାର ହଜାର ଲୋକେ ଏହି କମେଣ୍ଟ ମଧ୍ଯ କରିଛନ୍ତି । ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି କି, ‘ଏହି ଯୋଜନା ବିଷୟରେ ଜାଣି ଖୁସି ଲାଗିଲା । ଧୋକା ଦେଇଥିବା ଯୁବତୀ ଏନେଇ ଥରେ ଭାବିଥିବେ ନିଶ୍ଚୟ’ । ଆଉ ଜଣେ ୟୁଜର୍ସ କମେଣ୍ଟ କରି ଲେଖିଛନ୍ତି କି, ‘ଝିଅମାନେ କାହିଁକି ଭାବନ୍ତି କି ସେମାନେ ହାର୍ଟବ୍ରେକ୍ ବୀମା ପାଣ୍ଠିରେ ଟଙ୍କା ପାଇପାରିବେ । ଏହି ଯୋଜନା କେବଳ ବିଶ୍ୱସ୍ତ ଲୋକଙ୍କୋ ପାଇଁ ଅଟେ’ ।