Budh ki Mahadasha: ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର (Astrology) ଅନୁଯାୟୀ ବୁଧ ୨୫ ଦିନରେ ରାଶିକୁ ଚଳନ କରିଥାନ୍ତି। ବୁଧ ଗ୍ରହ (Mercury) ହେଉଛନ୍ତି ବୃଦ୍ଧି, ଧନ ବ୍ୟବସାୟ, ସମ୍ବାଦ, ତର୍କ ପାୱାରର ଗ୍ରହ।  ଯେଉଁ ବ୍ୟକ୍ତିଙ୍କ ଜାତକରେ ବୁଧ ଶୁଭ ସ୍ଥାନରେ ରହିଛନ୍ତି, ସେମାନଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିଛି। ବ୍ୟବସାୟରେ ଭଲ ପରିବର୍ତ୍ତନ ହୋଇଥାଏ। ଏପରିକି ଯେଉଁମାନଙ୍କ ରାଶିରେ ବୁଧ ଅବସ୍ଥାନ କରିଥାନ୍ତି ସେମାନେ ବୁଦ୍ଧିମାନ ହୋଇଥାନ୍ତି।ସେମାନେ ବିଶେଷ କରି ଯୁକ୍ତି କରିବାରେ ପାରଙ୍ଗମ ହୋଇଥାନ୍ତି। ତେବେ ବୁଧ ମହାଦଶା ଆରମ୍ଭ ହେବା ମାତ୍ରେ ହିଁ ଲୋକମାନଙ୍କୁ ବେଶ ଦମଦାର ଲାଭ ହୋଇଥାଏ। 


COMMERCIAL BREAK
SCROLL TO CONTINUE READING

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବୁଧ ମହାଦଶାକୁ ଶୁଭ ଭାବେ ପରିଗଣିତ କରାଯାଇଥାଏ। ବୁଧ ମହାଦଶା କୌଣସି ବ୍ୟକ୍ତି ଉପରେ ପଡ଼ିଲେ ଏହା ୧୭ ବର୍ଷ ଧରି ଚାଲିଥାଏ। ଏହି ସମୟରେ ଜାତକରେ ବୃଦ୍ଧି, ରଚନାତ୍ମକ କଳା, ବ୍ୟବସାୟ, ଆର୍ଥିକ ସ୍ଥିତିରେ ବହୁତ ବଡ଼ ସୁଧାର ଆସିଥାଏ। ଯଦି କୁଣ୍ଡଳିରେ ବୁଧ ରହିଥାନ୍ତି ତେବେ ୧୭ ବର୍ଷ ପର୍ଯ୍ୟନ୍ତ ଜୀବନ ଅତ୍ୟନ୍ତ ଚମତ୍କାର ଢଙ୍ଗରେ ବିତିଥାଏ। ଏହି ସମୟ ମଧ୍ୟରେ ଜୀବନରେ ବେଶ ଉନ୍ନତି ଆସିଥାଏ। କଳା ବୁଦ୍ଧିକୁ ଆଧାର କରି ଲୋକମାନେ ଅନେକ ଅର୍ଥ ରୋଜଗାର କରିଥାନ୍ତି। ଏପରିକି ସେମାନଙ୍କର ଲୋକପ୍ରିୟତା ମଧ୍ୟ ଶିଖର ଛୁଇଁଥାଏ। 


ସେହିପରି ଯଦି ଜାତକରେ ବୁଧ ଦୁର୍ବଳ ରହିଥାନ୍ତି ତେବେ ବୁଧ ମହାଦଶାର ନକରାତ୍ମକ ପ୍ରଭାବ ପଡ଼ିଥାଏ। ଏଭଳି ସ୍ଥିତିରେ ବୁଦ୍ଧି ଭ୍ରମିତ ହୋଇଥାଏ। ନିଜର ଲକ୍ଷ୍ୟରୁ ମଧ୍ୟ ଦୁରେଇ ଯାଇଥାନ୍ତି। ସଠିକ ନିଷ୍ପତ୍ତି ନେବାରେ ମଧ୍ୟ ବିଫଳ ହୋଇଥାନ୍ତି। କଥାବାର୍ତ୍ତା କରିବାର କଳା ମଧ୍ୟ ଧିରେଧିରେ ଲୋପ ପାଇଯାଇଥାଏ। ସେହିପରି ଯଦି ବ୍ୟବସାୟ କରୁଛନ୍ତି ତେବେ ସାଂଘାତିକ ଭାବେ କ୍ଷତି ସହିବାକୁ ପଡ଼ିଥାଏ। 


ଯଦି ଜାତକରେ ବୁଧ ଦୁର୍ବଳ ରହିଥାନ୍ତି ତେବେ ବୁଧର ମହାଦଶା ସମୟରେ ବ୍ୟକ୍ତିବିଶେଷଙ୍କୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିଥାଏ। ଏହି ମହାଦଶାରୁ ମୁକ୍ତି ପାଇବାକୁ ହେଲେ ଆପଣଙ୍କୁ କିଛି ନିୟମ ମାନିବାକୁ ହେବ। ଯାହା ଫଳରେ ଆପଣଙ୍କୁ ଏଥିରୁ ମୁକ୍ତି ମିଳିବ। ଏଭଳି ସ୍ଥିତିରେ ବୁଧଙ୍କୁ ଶାନ୍ତ କରିବାକୁ ହେଲେ ଏଭଳି ସବୁ ଉପାୟ ଆପଣାଇବାକୁ ହେବ। ପ୍ରତିଟି ବୁଧବାର ଗାଈଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ। ଏହା ସହିତ ବୁଧ ଗ୍ରହ ସହିତ ଜଡ଼ିତ କିଛି ବସ୍ତୁକୁ ମଧ୍ୟ ଦାନ କରନ୍ତୁ। ସେହିପରି ବିଶେଷଜ୍ଞମାନଙ୍କୁ ନିଜର ଜାତକ ଦେଖାଇ ନିରାକରଣ ସମ୍ପର୍କରେ ଉପଦେଶ ଗ୍ରହଣ କରନ୍ତୁ। ସବୁଜ ରଙ୍ଗର କପଡ଼ା ପରିଧାନ କରନ୍ତୁ। ସବୁଜ ପନିପରିବା ଅଧିକ ଗ୍ରହଣ କରନ୍ତୁ। ବୁଧ ଗ୍ରହଙ୍କର ମନ୍ତ୍ର ଜପ କରନ୍ତୁ


Disclaimer: ପ୍ରଦତ୍ତ ତଥ୍ୟ ଉପରେ ZEE ODISHA NEWS ବିଶ୍ୱାସ କରେନାହିଁ।  ଏହା କେବଳ ଲୋକବିଶ୍ୱାସ ଉପରେ ଆଧାରିତ।