Bus Accident: ଭୟଙ୍କର ଦୁର୍ଘଟଣା, ଘାଟିରୁ ଖସିଲା ବସ୍, ୨୭ ମୃତ
Bus Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ନିମିଷକ ମଧ୍ୟରେ ଚାଲିଗଲା ଜୀବନ । ଭୟଙ୍କର ବସ ଦୁର୍ଘଟଣାରେ(Bus Accident) ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି ।
Bus Accident: ଏ-ମିତିବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି। ନିମିଷକ ମଧ୍ୟରେ ଚାଲିଗଲା ଜୀବନ । ଭୟଙ୍କର ବସ ଦୁର୍ଘଟଣାରେ(Bus Accident) ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି । (Bus Accident In Mexico) ମେକ୍ସିକୋର ଦକ୍ଷିଣ ରାଜ୍ୟ ଓକ୍ସାକାରେ ଏକ ଯାତ୍ରୀବାହୀ ପାହାଡ଼ୀ ରାସ୍ତାରୁ ତଳକୁ ଖସିପଡ଼ିଛି । ମାଗଦଲେନା ପେନାସ୍କୋ ସହରରେ ଘାଟିରୁ ୪୦ ଫୁଟ ତଳକୁ ବସ୍ ଖସି ପଡ଼ିଥିବା ସୂଚନା ମିଳିଛି । ଦୁର୍ଘଟଣା ସମ୍ପର୍କରେ ପୋଲିସ ସ୍ପଷ୍ଟ କରିଛି । ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ, ବସଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି ।ବସ୍ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚିଛନ୍ତି। ମୃତକଙ୍କ ମଧ୍ୟରେ ୧୩ ଜଣ ପୁରୁଷ , ୧୩ ଜଣ ମହିଳା ଓ ବର୍ଷକର ଶିଶୁ ରହିଥିବା ଜଣାପଡିଛି ।
Also Read: ACF Soumya Death Case: ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ବିଷ୍ଟ୍, ତିନି ଅଭିଯୁକ୍ତଙ୍କ ବିରୋଧରେ...
Also Read: OJEE Counselling 2023: ଆଜିଠୁ ଓଜେଇଇ କାଉନସେଲିଂ,ଜାଣନ୍ତୁ କେତୋଟି ପର୍ଯ୍ୟାୟରେ ହେବ ସିଟ୍ ଆଲଟ୍ମେଣ୍ଟ?
ସୂଚନା ଅନୁସାରେ, ଗଣମାଧ୍ୟମ ତଥ୍ୟ ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ବୁଧବାର ଦିନ ମେକ୍ସିକୋ ସିଟିରୁ ସାଣ୍ଟିୟାଗୋ ଡି ୟୋସୁଣ୍ଡୁଆ ସହର ଅଭିମୁଖେ ବାହାରିଥିଲା । ବସଟି ନିୟନ୍ତ୍ରଣ ହରାଇବାରୁ ମାଗଦଲେନା ପେନାସ୍କୋ ସହରର ଘାଟି ଅଞ୍ଚଳରେ ୪୦ ଫୁଟ ତଳକୁ ବସ୍ ଖସି ପଡ଼ିଥିଲା । ବସ୍ ଦୁର୍ଘଟଣାଗ୍ରସ୍ତ ଦେଖି ସ୍ଥାନୀୟ ଲୋକେ ପୋଲିସ୍ ଓ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ। ଉଦ୍ଧାରକାରୀ ଦଳ ଓ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ରେକ୍ୟୁ ଅପରେସନ୍ କରିଥିଲେ। ଏବଂ ବସ୍ ଭିତରେ ଫସିଥିବା ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଏବଂ ବସ୍ କାଟି ମୃତଦେହ ଉଦ୍ଧାର କରାଯାଇଛି । ଦୁର୍ଘଟଣାରେ ଆହତଙ୍କୁ ଭିନ୍ନ ଭିନ୍ନ ହସ୍ପିଟାଲ ପଠାଇ ଦିଆଯାଇଛି । ଓକ୍ସାକାର ରାଜ୍ୟପାଳ ସଲୋମନ ଜାରା ଟ୍ୱିଟ୍ କରି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ସେ ଲେଖିଛନ୍ତି, ମାଗଦଲେନା ପେନାସ୍କୋ ସହରରେ ଘଟିଥିବା ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦାୟକ । ଆମର ରେସ୍କ୍ୟୁ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏବଂ ଆହତମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି ।
ନିକଟରେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ମୁମ୍ବାଇ-ଆଗ୍ରା ରାଜପଥରେ ପାଲାସନର ନିକଟରେ ଘଟିଥିଲା। ଏହି ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ବ୍ରେକ୍ ଫେଲ୍ ହେତୁ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ରାସ୍ତା କଡ଼ରେ ଥିବା ଏକ ହୋଟେଲ୍ ଭିତରେ ପଶି ଯାଇଥିଲା । ଯାହା ଫଳରେ ଏତେବଡ଼ ଦୁର୍ଘଟଣା ଘଟିଥିଲା । ଏହି ଘଟଣାରେ ମୃତ୍ୟୁସଂଖ୍ୟା ବୃଦ୍ଧି ହେବାର ସମ୍ଭାବନା ରହିଛି । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣାସ୍ଥଳରେ ନିକଟସ୍ଥ ଗାଁର ବହୁ ଲୋକ ଏକତ୍ରିତ ହୋଇଥିଲେ । ସୂଚନା ଅନୁସାରେ ଏକ କଣ୍ଟେନର ମୁମ୍ବାଇ-ଆଗ୍ରା ରାଜପଥରେ ପାଲାସନର ନିକଟରେ ଯାଉଥିଲା । ଏହି ସମୟରେ ଏହାର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଏହା ଯାଇ ରାସ୍ତାକଡ଼ରେ ଥିବା ଏକ ହୋଟେଲ୍ରେ ପଶି ଯାଇଥିଲା । ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୫ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା ଏବଂ ୧୫ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଥିଲେ ।