Bhubaneswar News In Odia: ଗାଡ଼ି ପାର୍କିଂକୁ (Car parking dispute )ନେଇ ତୁମୁଳକାଣ୍ଡ। ବିଚ୍ ରାସ୍ତାରେ ସର୍ବସମ୍ମୁଖରେ ଗଣ୍ଡଗୋଳ ଓ ମାର୍‌ପିଟ୍‌। ଭୁବନେଶ୍ୱରର (Bhubaneswar) ମହାରାଜା ସିନେମା ହଲ (Maharaja Cinema Hall)ପାର୍କିଂ ପ୍ଲେସରେ ଯୁବକ ଓ ମହିଳା ପିଟାପିଟି। ଗାଡ଼ି ପାର୍କିଂକୁ ନେଇ ପ୍ରଥମେ ବଚସା ହେବା ପରେ ମାଡ଼ପିଟ ହୋଇଛି।  (Car parking dispute )ଗାଡ଼ି ପାର୍କିଂକୁ ନେଇ ହଲ୍‌ ପରିସରରେ ହଙ୍ଗାମା । ଖବର ପାଇଁ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ କରିଛି ପୋଲିସ୍ । ଏଥିରେ ଗଣ୍ତଗୋଳରେ କିଛି ଲୋକେ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଗତକାଲି (ଶନିବାର) ବିଳମ୍ବିତ ରାତିରେ  ଭୁବନେଶ୍ୱର ମହାରାଜା ହଲ୍  (Maharaja Cinema Hall) ପରିସରରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି।  ଫିଲ୍ମ ଦେଖି ଫେରିବା ପରେ ପାର୍କିଂକୁ (Car parking dispute ) ନେଇ ହଲ୍‌ ପରିସରରେ ଦୁଇ ଗୋଷ୍ଠୀ ପ୍ରଥମେ ମୁହାମୁହିଁ ହୋଇଥିଲେ। ଗଣ୍ଡଗୋଳ ଏତେ ଜୋର ହୋଇଥିଲା ଯେ, କିଛି ସମୟ ପାଇଁ ହଲ୍ ପରିସର ରଣକ୍ଷେତ୍ର ପାଲଟି ଯାଇଥିଲା। ଏହି ଗଣ୍ଡଗୋଳରେ ଖାଲି ପୁରୁଷ ନୁହଁନ୍ତି ମହିଳାମାନେ ମଧ୍ୟ ସାମିଲ ଥିଲେ। ଏପରିକି ଜଣେ ଯୁବତୀ କାର୍ ବନେଟ୍ ଉପରେ ଚଢ଼ି ଯାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ଏପରିକି ଏହି ହାଇଭୋଲଟେଜ ଡ୍ରାମା ପାଖାପାଖି ଏକ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଫଳରେ ସିନେମା ଦେଖିବାକୁ ଆସିଥିବା ଲୋକେ ଏହି ଗଣ୍ତଗୋଳ ଯୋଗୁଁ ଦିର୍ଘ ସମୟ ଧରି ପାର୍କିଂ ପ୍ଲେସରେ ଫସି ଯାଇଥିଲେ ।  


Also Read: Odia jawan Debasish Biswal: ଦେବାଶିଷଙ୍କୁ ଝୁରୁଛନ୍ତି ପତ୍ନୀ, ଆଜି ପାଳିଥାନ୍ତେ ବିବାହ ବାର୍ଷିକୀ


Also Read: Cuttack News: ମାଟି ଖୋଳିବା ବେଳ ତଳୁ ବାହାରିଲା ପୁଳା ପୁଳା ପାଞ୍ଚଶହ ଟଙ୍କିଆ ନୋଟ୍, ବିଡ଼ା ବିଡ଼ା ଟଙ୍କା ଦେଖି ବେହୋସ୍ ହେଲା ଶ୍ରମିକ!


Also Read: Akshaya Tritiya 2023: ବିବାହରେ ହେଉଛି କି ବିଳମ୍ବ ? ତେବେ ଅକ୍ଷୟ ତୃତୀୟାରେ କରନ୍ତୁ ଏହି କାମ, ଦୂର ହେବ ସମସ୍ୟା


Also Read: Akshaya Tritiya 2023: ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କିଣନ୍ତୁ ଏହି ସବୁ ଜିନିଷ, ବର୍ଷିବ ଧନ...


ନିକଟରେ ପାର୍କିଂକୁ ନେଇ ମଧ୍ୟ ଏଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ଦେଖିବାକୁ ମିଳିଥିଲା। ରାଜଧାନୀରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କୁ ଜଣେ ଦୁର୍ବୃତ୍ତ ମାଡ଼ ମାରୁଥିବା ଭିଡିଓ ଭାଇରାଲ୍ ହୋଇଛି। ସୂଚନା ଅନୁଯାୟୀ ଭିଏସଏସ ନଗରରେ ଗାଡ଼ି ପାର୍କିଂକୁ ନେଇ ତୁମୁଳକାଣ୍ଡ ହୋଇଛି। ନିଜକୁ ଡିଏସପି ବୋଲି କହୁଥିବା ଜଣେ ଲୋକ ରାସ୍ତା ଉପରେ ଗାଡ଼ି ରଖି ମଟନ କିଣୁଥିଲେ। ସେଠାରେ କର୍ତ୍ତବ୍ୟରତ ଟ୍ରାଫିକ କନେଷ୍ଟବଳ ଏନେଇ ପ୍ରତିବାଦ କରିବା ଭଦ୍ରବ୍ୟକ୍ତିଙ୍କୁ ଗାଡ଼ିଟି ରାସ୍ତା ଉପରୁ ଉଠାଇନେବାକୁ ଅନୁରୋଧ କରିଥିଲେ। କିନ୍ତୁ ସେ ତାଙ୍କ କଥା ନ ଶୁଣି ପାଲଟା ଟ୍ରାଫିକ କନେଷ୍ଟବଳଙ୍କୁ ମାଡ଼ ମାରିଥିଲେ। ମରଣାନ୍ତକ ଆକ୍ରମଣର ଶିକାର ହୋଇଥିବା  ଟ୍ରାଫିକ କନେଷ୍ଟବଳ ମନୋଜ ବେହେରା ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣକାରୀ ଅଭିଯୁକ୍ତ ଜଣକ ବିଏସଏଫ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସଂଗ୍ରାମ ବିଶ୍ବାଳ ବୋଲି ଜଣାଯାଇଛି। ନିଜର ଭୁଲ୍ ପାଇଁ ସେ ଥାନାରେ କ୍ଷମା ପ୍ରାର୍ଥନା କରିଥିବା ଜଣାଯାଇଛି। ସହିଦ ନଗର ଥାନା ପୋଲିସ ସଂଗ୍ରାମଙ୍କୁ ଅଟକ ରଖିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।