CBSE Result 2023: ପ୍ରକାଶ ପାଇଲା ସିବିଏସଇ ରେଜଲ୍ଟ (CBSE Result)। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ ପକ୍ଷରୁ ଦ୍ବାଦଶ ପରୀକ୍ଷା ଫଳ ଘୋଷିତ ହୋଇଛି । ଚଳିତ ବର୍ଷ ପାସ ହାର ୮୭.୩୩ ପ୍ରତିଶତ ରହିଛି । ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.nic.in କିମ୍ବା cbseresults.nic.in ୱେବସାଇଟରେ ପରୀକ୍ଷା ଫଳ ଦେଖିପାରିବେ। ଛାତ୍ରୀଙ୍କ ପାସହାର ୯୦.୬୮ ପ୍ରତିଶତ ରହିଥିବା ବେଳେ ଛାତ୍ରଙ୍କ ପାସ ହାର ରହିଛି ୮୪.୬୭ ପ୍ରତିଶତ । ଅନ୍ୟପଟେ ପରୀକ୍ଷାର୍ଥୀଙ୍କ ଲାଗି ଚଳିତ ବର୍ଷ ପରୀକ୍ଷା ଫଳ ଜାଣିବା ନେଇ ବୋର୍ଡ଼ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ଡିଜି ଲକରରେ କେମିତି ଦେଖିପାରିବେ ପରୀକ୍ଷା ଫଳ


ଉମଙ୍ଗ ଆପ ଓ ଡ଼ିଜିଟାଲ ମାଧ୍ୟମରେ digilocker.gov.in ବର୍ତ୍ତମାନ ଛାତ୍ରଛାତ୍ରୀ ସେମାନଙ୍କର ରେଜଲ୍ଟ ଦେଖିପାରିବେ । ଯଦି ଅଫିସିଆଲ ପୋର୍ଟଲାରେ ଛାତ୍ରଛାତ୍ରୀଙ୍କୁ ଫଳାଫଳ ଦେଖିବାରେ କୌଣସି ଅସୁବିଧ ହୁଏ ତାହେଲେ ସେମାନେ ସିବିଏସଇ ଡ଼ିଜିଟାଲ ମାର୍କସିଟ୍ ଡିଜିଲକର ମାଧ୍ୟମରେ ଡ଼ାଉନଲୋଡ଼ କରିପାରିବେ । ଏହା ପୂର୍ବରୁ ଛାତ୍ରଛାତ୍ରୀ ଡିଜିଲକରରେ ସେମାନଙ୍କର ଆକାଉଣ୍ଟକୁ ଆକ୍ଟେଭ କରିବାକୁ ପଡ଼ିବ । ଏଥିଲାଗି ଛାତ୍ରଛାତ୍ରୀଙ୍କୁ results.cbse.nic.in, cbseresults.nic.in ଓ digilocker.gov.in ଲଗଇନ କରି ଆକାଉଣ୍ଟ ଖୋଲିବେ । ଏହାପରେ ବିଦ୍ୟାଳୟ ଦ୍ବାରା ଦିଆଯାଇଥିବା ୬ ଅଙ୍କ ବିଶିଷ୍ଟ ପିନ୍ ଦେବା ପରେ ଏଥିରେ ଛାତ୍ରଛାତ୍ରୀମାନେ ସବିଶେଷ ତଥ୍ୟ ଯାଞ୍ଚ କରି ମୋବାଇଲ ନମ୍ବର ପ୍ରଦାନ କରିବେ । ମୋବାଇଲକୁ ଓଟିପି (OTP) ଆସିବା ପରେ ଡ଼ିଜିଲକର ଆକାଉଣ୍ଟ ସକ୍ରିୟ ହେବ । ତେବେ ରେଜଲ୍ଟ ବାହାରିବା ପରେ ଛାତ୍ରଛାତ୍ରୀ ଡ଼ିଜିଲକର ୱେବସାଇଟ କିମ୍ବା ଆପକୁ ଯାଇ ଏଥିରେ ଥିବା ଲିଙ୍କରେ କ୍ଲିକ୍ କରି ପରୀକ୍ଷା ଫଳ ଦେଖିପାରିବେ ।ପ୍ରକାଶ ଥାଉ କି, ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ସିବିଏସଇ ଦଶମ ପରୀକ୍ଷା ହୋଇଥିଲା । ଏଥିରେ ୨୧ ଲକ୍ଷ ୭୬ ହଜାର ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେହିପରି ସିବିଏସଇ ଦ୍ବାଦଶ ପରୀକ୍ଷା ଲାଗି ପ୍ରାୟ ୧୯ ଲକ୍ଷ ୯୬ ହଜାର ୭୭୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ତେବେ ଚଳିତ ପ୍ରାୟ ୩୮ ଲକ୍ଷ ଛାତ୍ରଛାତ୍ରୀ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ଦେଇଛନ୍ତି ।


ସେପଟେ ମାଟ୍ରିକ୍ ପରୀକ୍ଷା (Matric exam) ସରିଥିବା  ବେଳେ  ଖାତା ବି ଶେଷ ହୋଇଛି। ଆଉ ଏପଟେ ରେଜଲ୍ଟକୁ (Odisha Matric Exam 2023) ଅପେକ୍ଷା କରିଛନ୍ତି ଛାତ୍ରଛାତ୍ରୀ ।  ଚଳିତ ମାସ ତୃତୀୟ ସପ୍ତାହରେ ମାଟ୍ରିକ ରେଜଲ୍ଟ (Odisha 10th Result 2023) ବାହାରିବା ନେଇ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Mass Education Minister Samir Ranjan Dash ) ସୂଚନା ଦେଇଥିଲେ। କେବଳ ସେତିକି ନୁହେଁ, ଏଥିସହ ମଇ ଶେଷ ସପ୍ତାହରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇପାରେ । ବର୍ତ୍ତମାନ ସୁଦ୍ଧା ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ତାରିଖ ଧାର୍ଯ୍ୟ ହୋଇନାହିଁ । ଖୁବଶୀଘ୍ର ଏନେଇ ତାରିଖ ଘୋଷଣା କରାଯିବ ବୋଲି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ (Mass Education Minister Samir Ranjan Dash ) କହିଛନ୍ତି ।


ସୂଚନା ଅନୁସାରେ, ୨୦୨୩ରେ ମାଟ୍ରିକ୍‌ ପରୀକ୍ଷା (Odisha Matric Exam 2023) ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା।  ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ । ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଲେ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ଶେଷ ହୋଇଥିଲା । ମୋଟ୍ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଚଳିତ ଥର ପରୀକ୍ଷା ଦେଇଛନ୍ତି । ଏଥିପାଇଁ ୩୨୧୮ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୩୧୬ଟି ନୋଡାଲ କେନ୍ଦ୍ର ଖୋଲାଯାଇଥିଲା  । ନକ୍ସଲ ପ୍ରବଣ ଅଂଚଳରେ ୨୨ଟି ଥାନାରେ ନୋଡାଲ କେନ୍ଦ୍ର କରାଯାଇଥିଲା । 


Also Read-International Nurses day: କାହିଁକି ଓ କେବେଠାରୁ ପାଳନ କରାଯାଉଛି “ଆନ୍ତର୍ଜାତୀୟ ନର୍ସ ଦିବସ”? ଜାଣନ୍ତୁ ଏହାର ଇତିହାସ…