Climate Change Performance Index India: ପ୍ରକାଶ ପାଇଛି ଚଳିତ ବର୍ଷର ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏଥର ଭାରତ ଲାଗି ଆସିଛି ଆଶ୍ୱସ୍ତିକର ଖବର। ଭାରତ ଚଳିତ ବର୍ଷ ସପ୍ତମ ସ୍ଥାନରେ ପହଞ୍ଚିଛି। ଗତ ଥର ତୁଳନାରେ ଗୋଟିଏ ସ୍ଥାନ ଉପରକୁ ଉଠି ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସ୍ଥାନ ପାଇଛି। ଡିସେମ୍ବର ୮ ତାରିଖ ଶୁକ୍ରବାର ବିଶ୍ୱ ଜଳବାୟୁ ସମ୍ମିଳନୀ COP28 ସମୟରେ ପ୍ରକାଶିତ ଏକ ରିପୋର୍ଟ ମାଧ୍ୟମରେ ଏହି ତଥ୍ୟ ସାମ୍ନାକୁ ଆସିଛି।


COMMERCIAL BREAK
SCROLL TO CONTINUE READING

ବିଶ୍ୱର ୬୩ ଦେଶ ଏବଂ ୟୁରୋପୀୟ ସଂଘର (European Union) ଜଳବାୟୁ ହ୍ରାସ (Climate Change) ଉଦ୍ୟମକୁ ଟ୍ରାକିଂ କରି ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ (Climate Change Performance Index) ସୃଷ୍ଟି କରାଯାଇଥିଲା। ଯେଉଁ ଦେଶ ବିଶ୍ୱ ବ୍ୟାପୀ ୯୦ ପ୍ରତିଶତରୁ ଅଧିକ ସବୁଜ କୋଠରୀ ଗ୍ୟାସ୍ ନିର୍ଗମନ (Global Greenhouse Gas Emissions) କରିଥାନ୍ତି। ଏହି ସୂଚକାଙ୍କରେ ସବୁଜ କୋଠରୀ ଗ୍ୟାସ୍ ନିର୍ଗମନ ଏବଂ ଶକ୍ତି ବ୍ୟବହାର ବର୍ଗରେ ଭାରତ ଗୋଟିଏ ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇଛି। ହେଲେ  ପୂର୍ବ ବର୍ଷ ପରି ଜଳବାୟୁ ନୀତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ମଧ୍ୟମ ମାନ୍ୟତା ପାଇଛି।


Also Read: COP-28 Summit: କପ୍-୨୮ ସମ୍ମିଳନୀ କ'ଣ? କାହିଁକି ଜଳବାୟୁ ସମସ୍ୟାର ମୁକାବିଲା କରିବାରୁ ବିକାଶଶୀଳ ଦେଶକୁ ସାହାଯ୍ୟ କରିବାରୁ ଦୂରେଇଗଲେ ବିକଶିତ ଦେଶ?


କ'ଣ କହୁଛି ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ?
ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କରେ ଦର୍ଶାଯାଇଛି ଯେ ଭାରତ ହେଉଛି ବିଶ୍ୱର ସର୍ବାଧିକ ଜନବହୁଳ ଦେଶ। ହେଲେ କିନ୍ତୁ ଏଠାରେ ମୁଣ୍ଡପିଛା ସବୁଜ କୋଠରୀ ଗ୍ୟାସ୍ ନିର୍ଗମନ (Greenhouse Gas Emissions per capita in India) ଅପେକ୍ଷାକୃତ କମ୍। ଏହି ସୂଚକାଙ୍କ ଉପରେ ଆଧାରିତ ଏକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ଆମର ତଥ୍ୟ ଦର୍ଶାଉଛି ଯେ ମୁଣ୍ଡପିଛା ସବୁଜ କୋଠରୀ ଗ୍ୟାସ୍ ବର୍ଗରେ ଦେଶ ୨ ଡିଗ୍ରୀ ସେଲସିୟସ୍ର ମାନକ ପୂରଣ କରିବା ପଥରେ ଅଗ୍ରସର ହେଉଛନ୍ତି। ଯଦିଓ ଭାରତ ଭଳି ଏକ ବିଶାଳ ଦେଶରେ ଅକ୍ଷୟ ଶକ୍ତିର ଅଂଶରେ ସାମାନ୍ୟ ସକରାତ୍ମକ ଧାରା ଅଛି। ଯେଉଁ ଧାରା ବହୁତ ଧିରେ ଧିରେ ଅଗ୍ରଗତି କରୁଛି।


ଜଳବାୟୁ ପରିବର୍ତ୍ତନ ପ୍ରଦର୍ଶନ ସୂଚକାଙ୍କ ଉପରେ ପ୍ରତିକ୍ରିୟା ରଖି ବିଶେଷଜ୍ଞ କହିଛନ୍ତି ଯେ ଅକ୍ଷୟ ଶକ୍ତି ଏବଂ ଅକ୍ଷୟ ଶକ୍ତି ଉପାଦାନର ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ଏହାର ଜାତୀୟ ନିର୍ଦ୍ଧାରିତ ଅବଦାନକୁ ସ୍ୱଚ୍ଛ ଦୀର୍ଘକାଳୀନ ନୀତି ସହିତ ପୂରଣ କରିବାକୁ ଚେଷ୍ଟା କରୁଛି। ଏନେଇ ଆର୍ଥିକ ସହାୟତା ପ୍ରଦାନ କରିବା ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀତ କରିଛି ଭାରତ। ହେଲେ ଏହା ସତ୍ତ୍ୱେ ବଢୁଥିବା ଶକ୍ତି ଚାହିଦାକୁ ପୂରଣ କରିବା ପାଇଁ ଭାରତ ଏବେ ମଧ୍ୟ ତୈଳ, ଗ୍ୟାସ ତଥା କୋଇଲା ଉପରେ ନିର୍ଭରଶୀଳ ରହିଛି। ଏ ସମ୍ପର୍କିତ ଏକ ରିପୋର୍ଟ ଅନୁଯାୟୀ ଏହି ନିର୍ଭରଶୀଳତା ସବୁଜ କୋଠରୀ ଗ୍ୟାସ୍ ନିର୍ଗମନର ଏକ ପ୍ରମୁଖ ଉତ୍ସ ଭାବେ ଉଭା ହୋଇଛି। ଯାହା ସହରାଞ୍ଚଳରେ ବାୟୁ ପ୍ରଦୂଷଣର ଏକ ମୁଖ୍ୟ କାରଣ ପାଲଟିଛି।