DA Hike: କେନ୍ଦ୍ର ସରକାର ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ମହଙ୍ଗା ଭତ୍ତା(DA) ତିନି ପ୍ରତିଶତ ବୃଦ୍ଧି ସହ ୪୨ ରୁ ୪୫ ପ୍ରତିଶତକୁ ବୃଦ୍ଧି କରିବାର ସମ୍ଭାବନା ରହିଛି। ଏ ନେଇ ସରକାରୀ କର୍ମଚାରୀମାନେ ଅନେକ ଦିନ ଧରି ଆଶା ରଖି ବସିଛନ୍ତି।ଆଗାମୀ ଦିନରେ DA ର ବୃଦ୍ଧି ହେବା ନେଇ ଖବର ପ୍ରକାଶ ପାଇଛି। କେନ୍ଦ୍ର ସରକାର ଏକ କୋଟିରୁ ଅଧିକ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଡିଏକୁ ସହମତ ସୂତ୍ର ଅନୁଯାୟୀ ତିନି ପ୍ରତିଶତ ବୃଦ୍ଧି କରିବାର ସମ୍ଭାବନା ରହିଛି। ବର୍ତ୍ତମାନ DA ହେଉଛି ୪୨ ପ୍ରତିଶତ।ଏଥି ସହିତ, DAକୁ ତିନି ପ୍ରତିଶତ ବୃଦ୍ଧି କରି ଏହା ୪୫ ପ୍ରତିଶତକୁ ବୃଦ୍ଧି ପାଇଛି।


COMMERCIAL BREAK
SCROLL TO CONTINUE READING

ଅଲ ଇଣ୍ଡିଆ ରେଳବାଇ ଫେଡେରେଶନର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର ନ୍ୟୁଜ୍ ଏଜେନ୍ସି ଭାସାଙ୍କୁ କହିଛନ୍ତି ଯେ ଜୁନ୍ ୨୦୨୩ ପାଇଁ ସିପିଆଇ-ଆଇଡବ୍ଲୁ ୩୧ ଜୁଲାଇ ୨୦୨୩ରେ ପ୍ରଦାନ କରାଯାଇଥିଲା। ୨୦୨୩ରେ ଆମେ ୪ ପ୍ରତିଶତ ମହଙ୍ଗା ଭତ୍ତା ପ୍ରଦାନ ନେଇ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସରକାର ଏହି ମହଙ୍ଗା ଭତ୍ତାକୁ ତିନି ପ୍ରତିଶତ ବୃଦ୍ଧି କରିବା ନେଇ ସମ୍ବାବନା ରହିଛଇ।ଏହା ୪୨ ପ୍ରତିଶତରୁ ବୃଦ୍ଧି ପାଇ ୪୫ ପ୍ରତିଶତ ହେବାର ସମ୍ଭାବନା ଅଛି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିଭାଗ ଡିଏରେ ବୃଦ୍ଧି ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିବ ଏବଂ ଅନୁମୋଦନ ପାଇଁ କେନ୍ଦ୍ର କ୍ୟାବିନେଟ ସମ୍ମୁଖରେ ପ୍ରସ୍ତାବ ଦେବ। ଚଳିତ ବର୍ଷ ଜୁଲାଇ ୩୧ରୁ DA ବୃଦ୍ଧି କାର୍ଯ୍ୟକାରୀ ହେବ । DAରେ ଶେଷ ସଂଶୋଧନ ୨୪ ମାର୍ଚ୍ଚ ୨୦୨୩ରେ କରାଯାଇଥିଲା।


କେତେ ବୃଦ୍ଧି ପାଇବ ଦରମା ?


ଧରାଯାଉ ଜଣେ କେନ୍ଦ୍ରୀୟ କର୍ମଚାରୀଙ୍କ ମୌଳିକ ଦରମା ୨୦ ହଜାର ଟଙ୍କା ଏବଂ ତାଙ୍କ ଡିଏ ୪% ବୃଦ୍ଧି କରାଯାଇଛି ।ବର୍ତ୍ତମାନ ୨୦ ହଜାରକୁ ୪ ପ୍ରତିଶତ ସହ ଗୁଣନ କରନ୍ତୁ। ଗୁଣିବା ପରେ ଉତ୍ତର ୮୦୦ ଟଙ୍କା ଆସିବ ।ଅର୍ଥାତ୍ ତାଙ୍କ ଦରମା ୮୦୦ ଟଙ୍କା ବୃଦ୍ଧି ପାଇବ। ଡିଏ ବୃଦ୍ଧିର ଲାଭ କେବଳ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ନୁହେଁ ପେନସନଭୋଗୀମାନଙ୍କ ପାଇଁ ମଧ୍ୟ ଉପଲବ୍ଧ |


Also Read: ସତରେ ପ୍ରେମ ଅନ୍ଧ ! ପାକିସ୍ତାନୀ ଯୁବତୀକୁ ଅନଲାଇନରେ ବିବାହ କଲେ ରାଜସ୍ଥାନ ଯୁବକ


QR Code: ଏଣିକି ସ୍କାନ୍ କରି ଜାଣିପାରିବେ ଆପଣ ଖାଉଥିବା ମେଡ଼ିସିନ ଅସଲି ନା ନକଲି?