Gurugram 5 Star Hotel Intern Stipend: କ'ଣ ଆପଣ ମାତ୍ର ୨୦୦୦ ଟଙ୍କାରେ ଆପଣଙ୍କର ଗୋଟିଏ ମାସର ସମସ୍ତ ଖର୍ଚ୍ଚ ଚଳାଇ ପାରିବେ? ଏକଥା ବିଷୟରେ ଚିନ୍ତା କରିବା ମଧ୍ୟ ଆଶ୍ଚର୍ଯ୍ୟଜନକ। ହେଲେ ଦେଶର ରାଜଧାନୀ ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମ ଠାରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। କୁହାଯାଏ ଯେ ଗୁରୁଗ୍ରାମ ସ୍ଥିତ କୌଣସି ଏକ ପଞ୍ଚ ତାରକା ହୋଟେଲ ଠାରେ ଥରେ ଯଦି ଆପଣ ରାତ୍ରୀ ଭୋଜନ କରିବାକୁ ଚାହାଁନ୍ତି ତାହେଲେ ଆପଣଙ୍କ ବେଶ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ହେବ। ଏପରିକି ଆପଣଙ୍କର ମାସିକ ବଜେଟ୍ ମଧ୍ୟ ବିଗିଡ଼ି ଯାଇପାରେ।


COMMERCIAL BREAK
SCROLL TO CONTINUE READING

ଗୁରୁଗ୍ରାମ ସ୍ଥିତ ପଞ୍ଚ ତାରକା ହୋଟେଲ ଠାରେ ଇଣ୍ଟର୍ନସିପ୍ କରୁଥିବା ଗ୍ରାଜୁଏଟ ମାସକୁ କେବଳ ୨୦୦୦ ଟଙ୍କାର ଷ୍ଟାଇପେଣ୍ଡ ପାଉଛନ୍ତି। ଜିଏସଏଫ୍ ଏକ୍ସେଲେରେଟର ପ୍ରତିଷ୍ଠାତା ତଥା ସିଇଓ ରାଜେଶ ସାହନି ଏକ ସୋସିଆଲ ମିଡିଆ ପୋଷ୍ଟ ଏ ସମ୍ପର୍କରେ ଜଣାଇଛନ୍ତି। ଏନେଇ ସେ ଲେଖିଛନ୍ତି ଯେ ଗୁରୁଗ୍ରାମ ସ୍ଥିତ ଏକ ପଞ୍ଚ ତାରକା ହୋଟେଲ ଠାରେ ଇଣ୍ଟର୍ଣ୍ଣ ମାସକୁ ମାତ୍ର ୨୦୦୦ ଟଙ୍କାର ଷ୍ଟାଇପେଣ୍ଡ ପାଉଛନ୍ତି। ଏକଥା ଜାଣିବା ପରେ ସେ ବହୁତ ରାଗି ଯାଇଥିଲେ। ସିଇଓ ରାଜେଶ ସାହନି ବିଳାସପୂର୍ଣ୍ଣ ହୋଟେଲ ଦ୍ୱାରା କରାଯାଉଥିବା ଏପରି ଆଚରଣକୁ ସେ ଲୋକଙ୍କ ରକ୍ତ ଶୋଷିବା ସହ ବର୍ଣ୍ଣନା କରିଥିଲେ।


ମାସକୁ କେବଳ ମିଳୁଛି ୨୦୦୦ ଟଙ୍କା 
ଗତ ୨୨ ତାରିଖରେ ଜିଏସଏଫ୍ ଏକ୍ସେଲେରେଟର ପ୍ରତିଷ୍ଠାତା ତଥା ସିଇଓ ରାଜେଶ ସାହନି ଏକ ଷ୍ଟାର୍ଟଅପ୍ ବୈଠକ ପାଇଁ ଗୁରୁଗ୍ରାମ ସ୍ଥିତ ଏକ ପାଞ୍ଚ ତାରକା ହୋଟେଲ ଠାରେ ପହଞ୍ଚିଥିଲେ। ଲବି ମ୍ୟାନେଜର ସହ ଜଣେ ଯୁବକ ତାଙ୍କୁ ସହଯୋଗ କରିବା ପାଇଁ ସେଠାରେ ପହଞ୍ଚିଥିଲେ। କଥାବାର୍ତ୍ତା ହେବା ସେହି ଯୁବକ ଜଣଙ୍କ ଡେରାଡୁନ ଅଞ୍ଚଳର ବୋଲି ଜଣା ପଡ଼ିଥିଲା। ସ୍ଥାନୀୟ କ୍ୟାଟରିଂ କଲେଜ ଠାରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ସେଠାରେ ୩ ମାସ ପାଇଁ ଇଣ୍ଟର୍ଣ୍ଣସିପ୍ କରୁଥିଲେ। ସେ ପ୍ରତି ମାସରେ ହୋଟେଲ ପାଖରୁ ଷ୍ଟାଇପେଣ୍ଡ ଭାବେ ୨୦୦୦ ଟଙ୍କା ପାଉଥିଲେ। ଏକଥା ଜାଣିବା ପରେ ସିଇଓ  ସାହନି ବହୁତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଗୁରୁଗ୍ରାମ ଭଳି ସହରରେ ଜଣେ ବ୍ୟକ୍ତି ମାସିକ ୨୦୦୦ ଟଙ୍କା ରୋଜଗାରରେ କିପରି ବଞ୍ଚିପାରିବେ?


ନିଜର ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ  ସିଇଓ ରାଜେଶ ସାହନି ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ହୋଟେଲ ପରିଚାଳକଙ୍କ ଏପରି ଆଚରଣକୁ ନେଇ ସେ ପ୍ରଶ୍ନ କରିଛନ୍ତି ଯେ କିପରି କେହି ଜଣେ ମାତ୍ର ୨୦୦୦ ଟଙ୍କାର ପୁରା ମାସର ଖର୍ଚ୍ଚ ଉଠାଇ ପାରିବ। ଏବେ ତାଙ୍କ ପୋଷ୍ଟ ଭାଇରାଲ ହେବାରେ ଲାଗିଛି। ତାଙ୍କ ପୋଷ୍ଟ ଉପରେ ଅନେକ ପ୍ରତିକ୍ରିୟା ଆସିବାରେ। ଲୋକେ ଇଣ୍ଟର୍ନସିପ୍ ପେ ଉପରେ ପ୍ରଶ୍ନ ଉଠାଉଛନ୍ତି। ଅନେକ ଲୋକ କହିଥିଲେ ଯେ ଇଣ୍ଟର୍ନସିପ୍ ସମୟରେ କୌଣସି ଦରମା ମିଳେନାହିଁ। ହେଲେ ସେତେବେଳେ ଇଣ୍ଟର୍ନସିପ୍ କରୁଥିବା ବ୍ୟକ୍ତିଙ୍କୁ ସାଧାରଣ କର୍ମଚାରୀ ଭଳି କାମ କରିବାକୁ ହୋଇଥାଏ।