Lander Vikram Rover Pragyan Latest Update: ଚନ୍ଦ୍ରାୟନ-୩ ଅଭିଯାନରେ ବ୍ୟବହୃତ ହେଉଥିବା ସାମିଲ ହୋଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ଏ ପର୍ଯ୍ୟନ୍ତ ଜାଗ୍ରତ ହୋଇନାହାଁନ୍ତି। ଅନ୍ୟପଟେ ଚନ୍ଦ୍ର ପୃଷ୍ଠରେ ସନ୍ଧ୍ୟା ହେବାକୁ ଯାଉଥିବା ବେଳେ ଶୀତ ରାତି ଫେରୁଛି। ହେଲେ ଇସ୍ରୋ ଦ୍ୱାରା ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଲ୍ୟାଣ୍ଡର-ରୋଭର ଏପର୍ଯ୍ୟନ୍ତ ଜାଗ୍ରତ ହୋଇନାହାଁନ୍ତି। ବିକ୍ରମ-ପ୍ରଜ୍ଞାନ ଜାଗ୍ରତ ନ ହେବା ଏବେ ଚିନ୍ତାର ବିଷୟ ପାଲଟିଛି। ଚନ୍ଦ୍ରରେ ଗୋଟିଏ ଦିନ ପୃଥିବୀର ୨୮ ଦିନ ସହିତ ସମାନ। ଏଭଳି ପରିସ୍ଥିତିରେ ୧୪ ଦିନ ପରେ ପୁଣି ଥରେ ଚନ୍ଦ୍ରରେ ରାତି ହେବାକୁ ଯାଉଛି। ହେଲେ ବିକ୍ରମ-ପ୍ରଜ୍ଞାନ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଙ୍କେତ ପଠେଇ ନାହାଁନ୍ତି। ହେଲେ କାହିଁକି ବିକ୍ରମ-ପ୍ରଜ୍ଞାନ ଜାଗ୍ରତ ହେଉନାହାଁନ୍ତି? 


COMMERCIAL BREAK
SCROLL TO CONTINUE READING

୫ ଦିନ ପରେ ହେବ ସୂର୍ଯ୍ୟାସ୍ତ
ଜାଣିରଖନ୍ତୁ ଯେ ଏଭଳି ପରିସ୍ଥିତିରେ ଆଉ ୫ ଦିନ ପରେ ପୁଣି ଥରେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟାସ୍ତ (Sunset on Moon Surface) ହେବାକୁ ଯାଉଛି। ଏହି କାରଣରୁ ଚନ୍ଦ୍ରର ଦକ୍ଷିଣ ମେରୁ (South Pole of Moon) ଧିରେ ଧିରେ ଅତ୍ୟଧିକ ଥଣ୍ଡା ହୋଇଯିବ। ଏଠାରେ ଶୀତ ରାତି (Winter Night at Moon) ଆରମ୍ଭ ହେବାକୁ ଯାଉଛି। ଏବେ ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ-ପ୍ରଜ୍ଞାନ ମହଜୁଦ ରହିଛି। ଏବେ ଜାଗ୍ରତ ହେବା ପାଇଁ  ଲ୍ୟାଣ୍ଡର-ରୋଭର (Lander Vikram Rover Pragyan) ପାଖରେ ବର୍ତ୍ତମାନ ମାତ୍ର ୫ ଦିନ ସମୟ ବାକି ରହିଛି। ଆଜି ଠାରୁ ଠିକ୍ ୫ ଦିନ ପରେ ଚନ୍ଦ୍ର ପୃଷ୍ଠରେ ପୁଣି ଥରେ ରାତି ଆରମ୍ଭ ହୋଇଯିବ।


କେବେ ଠାରୁ ଶୟନ ଅବସ୍ଥାରେ ଅଛନ୍ତି ବିକ୍ରମ-ପ୍ରଜ୍ଞାନ? 
ଯେତେବେଳେ ଚନ୍ଦ୍ର ପୃଷ୍ଠରେ ରାତି ହୁଏ (Night on Moon Surface), ସେତେବେଳେ ଏଠାକାର ତାପମାତ୍ରା ବିଯୁକ୍ତ ୧୮୦ ଡିଗ୍ରୀ ସେଲସିୟସ୍ ହୋଇଯାଏ। ଅତ୍ୟଧିକ ଥଣ୍ଡା ସମୟରେ ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଉପକରଣ ନଷ୍ଟ ହୋଇପାରେ। ସେପ୍ଟେମ୍ବର ୨ ତାରିଖରୁ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଠରେ ଶୟନ ଅବସ୍ଥାରେ ରହିଛି। ପ୍ରଜ୍ଞାନ୍ ୨୭ ଦିନ ଧରି ଶୟନ ଅବସ୍ଥାରେ ରହିଛି। ଲ୍ୟାଣ୍ଡର ବିକ୍ରମ ବିଗତ ୨୫ ଦିନ ଧରି କୌଣସି ସଙ୍କେତ ପଠେଇ ନାହିଁ। ବିକ୍ରମ-ପ୍ରଜ୍ଞାନ ଶୟନ ଅବସ୍ଥାରୁ  ଯିବା ପୂର୍ବରୁ ସେମାନଙ୍କ କାର୍ଯ୍ୟ ଶେଷ କରି ସାରିଛନ୍ତି। ବିକ୍ରମ-ପ୍ରଜ୍ଞାନ ଯଦି ପୁନର୍ବାର ସକ୍ରିୟ ହୁଏ ତାହେଲେ ଏହା କୌଣସି ବଡ଼ ସଫଳତା ଠାରୁ କମ ହେବ ନାହିଁ।


କାହିଁକି ଜାଗ୍ରତ ହେଉନାହାଁନ୍ତି ବିକ୍ରମ-ପ୍ରଜ୍ଞାନ
ଚନ୍ଦ୍ରାୟନ-୩ ଅଭିଯାନରେ (Chandrayaan-3 Mission) ଇସ୍ରୋ (ISRO) ଦ୍ୱାରା ବ୍ୟବହୃତ ହୋଇଥିବା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନ ୧୫ ଦିନ ବ୍ୟାଟେରୀ କ୍ଷମତା ସହିତ ପୃଥିବୀରୁ ଚନ୍ଦ୍ରକୁ ପଠାଯାଇଥିଲା। ବିକ୍ରମ-ପ୍ରଜ୍ଞାନ ସେମାନଙ୍କର କାର୍ଯ୍ୟ କରି ସାରିଛନ୍ତି। ମାତ୍ର ରାତି ଏବଂ ବ୍ୟାଟେରୀ କ୍ଷମତା କମ୍ ହେବାରୁ ବିକ୍ରମ-ପ୍ରଜ୍ଞାନ ସେମାନଙ୍କ କାମ କରିବା ବନ୍ଦ କରି ଦେଇଛନ୍ତି। ବିକ୍ରମ-ପ୍ରଜ୍ଞାନ ବ୍ୟାଟେରୀ ସୂର୍ଯ୍ୟ କିରଣ ଦ୍ୱାରା ଚାର୍ଜ ହେବ ବୋଲି ବୈଜ୍ଞାନିକ ଆଶା କରୁଛନ୍ତି।