Chandrayaan-3 Pragyan Rover: ଚନ୍ଦ୍ରଯାନ-୩ ରୋଭର ପ୍ରଜ୍ଞାନ ଉଚିତ ସ୍ଥାନରେ ପାର୍କିଂ ହୋଇଯାଇଛି। ତାହାକୁ ମଧ୍ୟ ସଫଳତାର ସହ "ସ୍ଲିପ୍‍ ମୋଡ୍‍" କୁ ଅଣାଯାଇଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି। ଏବେ ଚନ୍ଦ୍ର ପୃଷ୍ଠରେ ଅନ୍ଧକାର ହୋଇଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୨ ତାରିଖରେ ସେଠାରେ ସୂର୍ଯ୍ୟାଦୟ ହୋଇପାରେ। ସେହି ସମୟରେ ପ୍ରଜ୍ଞାନ କାମ କରିବାର ସମ୍ଭାବନା ରହିଛି। ନହେଲେ ସବୁଦିନ ପାଇଁ ଚନ୍ଦ୍ର ପୃଷ୍ଠରେ ‘ପ୍ରଜ୍ଞାନ’ ଭାରତର ଦୂତ ହୋଇ ରହିବ। ପ୍ରଜ୍ଞାନ ଲ୍ୟାଣ୍ଡର ଠାରୁ ୧୦୦ ମିଟର ଦୂରତା ଅତିକ୍ରମ କରି ସାରିଥିବା ନେଇ ପୂର୍ବରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଜଣାଇଥିଲା।  


COMMERCIAL BREAK
SCROLL TO CONTINUE READING

ଏନେଇ ଇସ୍ରୋ (ISRO) ପକ୍ଷରୁ କୁହାଯାଇଛି ଯେ, ରୋଭର ପ୍ରଜ୍ଞାନ (Pragyan Rover) କୁ ଦିଆଯାଇଥିବା କାମ ସଫଳତାର ସହ ଶେଷ ହୋଇଛି। ଏବେ ତାକୁ ନିରାପଦ ସ୍ଥାନରେ ରଖି ଦିଆଯାଇଛି। ଏହାର ପେଲୋଡ୍‍ ବନ୍ଦ କରାଯାଇଛି। ଏହି ପେଲଡ୍ ଲ୍ୟାଣ୍ଡର ବିକ୍ରମ (Vikram Lander) ଦେଇ ରୋଭର ଠାରୁ ତଥ୍ୟ ପୃଥିବୀକୁ ଆସୁଥିଲା। ଅର୍ଥାତ୍‍ ଏବେ ଆଉ କୌଣସି ସୂଚନା ଆସିବ ନାହିଁ। 


ଏବେ ଏହାର ବ୍ୟାଟେରୀ ପୂରା ଚାର୍ଜ ରହିଛି। ହେଲେ ଏବେ ଜାରି ରହିଥିବା ଅନ୍ଧକାରରେ ସୌର ଆଲୋକ ସେପ୍ଟମ୍ବର ୨୨ ତାରିଖ ଯାଏ ନ ପଡ଼ିବାର ସମ୍ଭାବନା ରହିଛି। ଏହି ଦିନ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟୋଦୟ ହେବା ନେଇ ଆଶା ରଖିଛି ଇସ୍ରୋ। ସେତେବେଳେ ପୁଣିଥରେ ଏହି ରୋଭର ଆଉ ଥରେ କାମ କରିପାରେ ବୋଲି ଇସ୍ରୋ ଆଶା କରିଛି। ହେଲେ ଯଦି ତାହା ନହୁଏ ତାହେଲେ ରୋଭର ପ୍ରଜ୍ଞାନ ଭାରତର ଦୂତ ହୋଇ ରହିବ ବୋଲି କହିଛି  ଭାରତୀୟ ମହାକାଶ ଗବେଷଣା ସଂସ୍ଥା। ଏ ସମ୍ପର୍କରେ ଭାରତୀୟ ଗବେଷଣା ସଂସ୍ଥା ମୁଖ୍ୟ ଏସ.ସୋମନାଥ। ଏନେଇ ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଚନ୍ଦ୍ରାୟାନ-୩ ଅଭିଯାନରେ ବ୍ୟବହୃତ ହୋଇଥିବା "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ" ଠିକ୍‌ ରୂପେ କାମ କରୁଛନ୍ତି। "ରୋଭର ପ୍ରଜ୍ଞାନ", "ଲ୍ୟାଣ୍ଡର୍‌ ବିକ୍ରମ" ଠାରୁ ପ୍ରାୟ ୧୦୦ ମିଟର ଦୂରତା ଅତିକ୍ରମ କରିସାରିଥିବା ନେଇ ଜଣାଇଛି ଇସ୍ରୋ।



ଚନ୍ଦ୍ରାୟାନ-୩ ଅଭିଯାନ (Chandrayaan 3 Mission) ସମ୍ପର୍କରେ ମିଳିଥିବା ସଦ୍ୟତମ ଖବର ଅନୁଯାୟୀ "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ" (Vikram Lander and Pragyan Rover) କୁ "ସ୍ଲିପ୍‌ ମୋଡ୍‌" (Sleep Mode) କରାଯିବ। ଏହି ପ୍ରକ୍ରିୟା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ। କାରଣ ଆଗାମୀ ସମୟରେ ଚନ୍ଦ୍ରପୃଷ୍ଠରେ ରାତି (Night in Moon Surface) ହେବାକୁ ଯାଉଛି। 


Also Read: ISRO: ଖୁବ ଶୀଘ୍ର Sleep Mode କୁ ଯିବେ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର୍‌ ବିକ୍ରମ, ଜାଣନ୍ତୁ କାରଣ


 


ଭାରତୀୟ ଗବେଷଣା ସଂସ୍ଥା (Indian Space Research Organisation) ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ "ରୋଭର ପ୍ରଜ୍ଞାନ" ଚନ୍ଦ୍ର ପୃଷ୍ଠରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏକ ଚମତ୍କାର ସଫଳତା ହାସଲ କରିଛି। ଏବେ ଉଭୟ "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ", "ସ୍ଲିପ୍‌ ମୋଡ୍‌" କୁ ଚାଲିଯିବେ। କାରଣ ଏବେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ କମିବାକୁ ଯାଉଛି। ଅର୍ଥାତ ଚନ୍ଦ୍ରରେ ଏବେ ରାତି ହେବାକୁ ଯାଉଛି।