Chandrayaan 3 on moon: ଜହ୍ନରେ ଚାଲିଲା ଭାରତ; ଦେଖନ୍ତୁ ଚନ୍ଦ୍ରପୃଷ୍ଠର ଫୋଟୋ
ଦିନେ ଦୂର ରାଇଜର ଜହ୍ନମାମୁଁ ଆଜି ଆଉ ଅଦୂର ହୋଇନାହିଁ। ଦିନେ ଗପରେ ପେଡ଼ିରେ ପରିକଳ୍ପନା କରୁଥିବା ଜହ୍ନ ମାମୁଁର ବାସ୍ତବ ରୂପା ଦେଖିଛି ଭାରତର ଶିଶୁ। ସଫଳ ଅବତରଣ ପରେ ଗତକାଲିଠାରୁ ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିଛି ଭାରତ। ଖାଲି ସେତିକି ନୁହେଁ ଜହ୍ନମାମୁଁର ଅନାବିସ୍କୃତ ଅଞ୍ଚଳର ବିରଳ ଫଟୋ ପଠାଇବାରେ ମଧ୍ୟ ସଫଳ ହୋଇପାରିଛି।
chandrayaan 3 ନୂଆଦିଲ୍ଲୀ: ଦିନେ ଦୂର ରାଇଜର ଜହ୍ନମାମୁଁ ଆଜି ଆଉ ଅଦୂର ହୋଇନାହିଁ। ଦିନେ ଗପରେ ପେଡ଼ିରେ ପରିକଳ୍ପନା କରୁଥିବା ଜହ୍ନ ମାମୁଁର ବାସ୍ତବ ରୂପା ଦେଖିଛି ଭାରତର ଶିଶୁ। ସଫଳ ଅବତରଣ ପରେ ଗତକାଲିଠାରୁ ଚନ୍ଦ୍ରପୃଷ୍ଠରେ ଚାଲିବା ଆରମ୍ଭ କରିଛି ଭାରତ। ଖାଲି ସେତିକି ନୁହେଁ ଜହ୍ନମାମୁଁର ଅନାବିସ୍କୃତ ଅଞ୍ଚଳର ବିରଳ ଫଟୋ ପଠାଇବାରେ ମଧ୍ୟ ସଫଳ ହୋଇପାରିଛି।
ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳେ ବିଶ୍ବବାସୀଙ୍କୁ ଏହି ଖବର ଦେଇଛି ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଟ୍ୱିଟର ବାର୍ତ୍ତାରେ ଇସ୍ରୋ କହିଛି ଯେ, ଇସ୍ରୋ ପକ୍ଷରୁ ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ରୋଭାର ପ୍ରଜ୍ଞାନକୁ ଚନ୍ଦ୍ରପୃଷ୍ଠରେ ଓଲ୍ହାଇଛି। ଏହା ଭାରତରେ ତିଆରି ରୋଭର ଏବଂ ଏହା ଜହ୍ନରେ ଚାଲିବ ପାଇଁ ହିଁ ତିଆରି ହୋଇଛି। ଏହି ସଫଳତାର ଅନେକ କାହାଣୀ ଗୋଟିକ ପରେ ଗୋଟିଏ ଦେବା ବୋଲି ଇସ୍ରୋ କହିଛି।
ଏହାଛଡା ଇସ୍ରୋ କହିଛି ଯେ ରୋଭର ସହ ବାଙ୍ଗାଲୋରସ୍ଥିତ MOX-ISTRAC ସହ ସମ୍ପର୍କ ସ୍ଥାପନ ହୋଇପାରିଛି। ପ୍ରଜ୍ଞାନ ପଠାଉଥିବା ଚିତ୍ରକୁ ମଧ୍ୟ ସାମ୍ନାକୁ ଆଣିଛି ଇସ୍ରୋ। ଏଥିରେ ଚନ୍ଦ୍ରର ଆବଡ଼ା ଖାବଡ଼ା ଭୂମିକୁ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ ଗତକାଲି ଅର୍ଥାତ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬.୦୪ ମିନିଟରେ ଚନ୍ଦ୍ର ପୃଷ୍ଠରେ ଇସ୍ରୋ ଚନ୍ଦ୍ରୟାନ-୩ର ସଫଳ ଅବତରଣ ପରେ ଇତିହାସ ଲେଖି ସାରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରାୟନ-୩ ମହାକାଶ ଯାନ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିଛି। ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୩ କାର୍ଯ୍ୟକାରୀ କରି ଭାରତ ବିଶ୍ୱରେ ଏକ ନୂଆ ରେକର୍ଡ଼ ସୃଷ୍ଟି କରିଛି। ଇସ୍ରୋ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ହେଉଛି ପ୍ରଥମ ଚନ୍ଦ୍ର ଅଭିଯାନ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଛି।
ଗତକାଲି ବୁଧବାର ଚନ୍ଦ୍ରୟାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ୱାଭାବିକ ଅବତରଣ କରିବାରେ ସଫଳ ହୋଇଛି। ପ୍ରାୟ ୪୦ ଦିନର ଯାତ୍ରା ସମାପ୍ତ କରିବା ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଛି ଇସ୍ରୋ (ISRO) ପକ୍ଷରୁ ଉତକ୍ଷେପଣ କରାଯାଇଥିବା ଚନ୍ଦ୍ରୟାନ-୩ (Chandrayaan-3) ମହାକାଶ ଯାନ। ଯେତେବେଳେ ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ (Chandrayaan-3 Landing on Moon Surface) ସଫଳତାର ସହ ଅବତରଣ କରିଥିଲା ସେତେବେଳେ ସମଗ୍ର ଦେଶ ଗର୍ବିତ ମୁହୂର୍ତ୍ତରେ ଆନନ୍ଦିତ ହୋଇଉଠିଥିଲା।
ଭାରତୀୟ ମହାକାଶ ଗବେଷଣା ସଂସ୍ଥାକୁ (Indian Space Research Organisation) ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଏହି ଐତିହାସିକ ମୁହୂର୍ତ୍ତ ଅବସରରେ ସମଗ୍ର ଦେଶକୁ ଶୁଭେଚ୍ଛା ଜଣାଇଛନ୍ତି। ଚନ୍ଦ୍ରୟାନ-୩ ସ୍ୱାଭାବିକ ଅବତରଣ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ସମଗ୍ର ବିଶ୍ୱର ନଜର ଏହି ଐତିହାସିକ ମୁହୂର୍ତ୍ତ ଉପରେ ରହିଥିଲା।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ (Satish Dhawan Space Centre) ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୩। ଏହି ମହାକାଶ ଯାନ ପ୍ରାୟ ୪୦ ଦିନର ଯାତ୍ରା ଶେଷ କରିବା ପରେ ଚନ୍ଦ୍ରର ଦକ୍ଷିଣ ମେରୁରେ (South Pole) ସଫଳତାର ସହ ଅବତରଣ କରିଛି। ବିକ୍ରମ ଲ୍ୟାଣ୍ଡର (Vikram Lander) ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୦୬:୦୪ ସମୟରେ ସ୍ୱାଭାବିକ ଅବତରଣ କରିଥିଲେ।
ଚନ୍ଦ୍ରୟାନ-୩ ଚନ୍ଦ୍ର ପୃଷ୍ଠରେ ସଫଳତାର ସହ ଅବତରଣ କରିବା ପରେ ସମଗ୍ର ଦେଶକୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି କେବେ କୁହାଯାଉଥିଲା ଯେ ଜହ୍ନମାମୁଁ ଆମ ଠାରୁ ବହୁତ ଦୂରରେ ଅଛନ୍ତି। ହେଲେ ଏବେ ଏପରି ଏକ ସମୟ ଆସିବା ଯେତେବେଳେ ଛୋଟ ପିଲା କହିବେ ଚନ୍ଦ୍ର ଏବେ ମାତ୍ର ଗୋଟିଏ ପର୍ଯ୍ୟଟନ ଭଳି ହେବ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ସଫଳ ଚନ୍ଦ୍ର ଅଭିଯାନ ମିଶନ କେବଳ ଭାରତ ନୁହେଁ ବରଂ ଏହା ସଫଳତା ସମସ୍ତ ମାନବିକତାର। ଚନ୍ଦ୍ରୟାନ-୩ ଅଭିଯାନ ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଭାରତ।