Chardham Yatra of Uttarakhand: ପାହାଡ଼ି ରାଜ୍ୟ ଉତ୍ତରାଖଣ୍ଡ ଠାରେ ଜାରି ରହିଛି ଚାରିଧାମ ଯାତ୍ରା। ଚାରି ଧାମ ଯାତ୍ରାରେ ସାମିଲ ହେଉଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ହେଲେ ଗୋଟିଏ ଏହି ଯାତ୍ରା ଜାରି ରହିଥିବା ବେଳେ ଅନ୍ୟପଟେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏନେଇ ମିଳିଥିବା ଖବର ଅନୁସାରେ ଏଥର ଚାରି ଧାମ ଯାତ୍ରାରେ ସାମିଲ ହୋଇଥିବା ତୀର୍ଥଯାତ୍ରୀଙ୍କ ଏହି ପବିତ୍ର ସ୍ଥାନରେ ଅପରିଷ୍କାର ଅପରିଚ୍ଛନତା ବଢିଯାଇଛି। ଉତ୍ତରାଖଣ୍ଡ ସ୍ଥିତ ଚାରି ଧାମ ଠାରେ ​​ପହଞ୍ଚିଥିବା ତୀର୍ଥଯାତ୍ରୀ ଏଠାକାର ନଦୀରେ ସ୍ନାନ କରିବା ସମୟରେ ବହୁ ପରିମାଣର ପୋଷାକ ଛାଡି ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ସ୍ୱଚ୍ଛତା ଦଳ ଦ୍ୱାରା ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଥିଲା। ଯେଉଁଥିରେ ଭାଗୀରଥୀ ଏବଂ ଯମୁନା ନଦୀରୁ ୭ କ୍ୱିଣ୍ଟାଲ ଶାଢୀ ବାହାର କରାଯାଇଥିଲା।


COMMERCIAL BREAK
SCROLL TO CONTINUE READING

ନଦୀର ସ୍ୱଚ୍ଛତା ଉପରେ ଦେଖାଦେଇଛି ସଙ୍କଟ
ଯମୁନୋତ୍ରୀ ଏବଂ ଗାଙ୍ଗୋତ୍ରୀ (Yamunotri and Gangotri) ତୀର୍ଥଯାତ୍ରାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀଙ୍କ ପାଇଁ ଏପରି ଅବସ୍ଥା ବେଶ ନିରାଶାଜନକ। କାରଣ ଚାରି ଧାମ ପରିଦର୍ଶନରେ (Char Dham of Uttarakhand) ଆସୁଥିବା ତୀର୍ଥଯାତ୍ରୀ ଗାଙ୍ଗୋତ୍ରୀ ଠାରୁ ଉତ୍ପନ୍ନ ଭାଗୀରଥି (Bhagirathi River) ଏବଂ ଯମୁନୋତ୍ରୀ ଠାରୁ ଉତ୍ପନ୍ନ ଯମୁନା ନଦୀରେ (Yamuna River) ଗାଧୋଇବା ପରେ ସେଠାରେ ନିଜର ପୋଷାକ ପତ୍ର ଛାଡି ଦେଉଛନ୍ତି। ଯାହା ଫଳରେ ଏହି ଦୁଇ ନଦୀର ପରିଷ୍କାର ପରିଚ୍ଛନ୍ନତା ନେଇ ସଙ୍କଟ ମୂଳକ ପରିସ୍ଥିତି ଉପୁଜିଥିବା ଜଣାପଡିଛି।


ଭାଗୀରଥୀ ନଦୀରୁ ମିଳିଲା ୪ କ୍ୱିଣ୍ଟାଲ ପୋଷାକ 
ଚାରି ଧାମର ସଫେଇ ବ୍ୟବସ୍ଥାରେ (cleaning system in char dham yatra) ନିୟୋଜିତ ହୋଇଥିବା ଅଧିକାରୀ କହିଛନ୍ତି ଯେ ଏହି ସମସ୍ୟା ଅତି ଗୁରୁତର ହୋଇପଡ଼ିଛି। ଗାଙ୍ଗୋତ୍ରୀ ଧାମ (Gangotri Dham) ସଚିବ ସୁରେଶ ସେମୱାଲ କହିଛନ୍ତି ଯେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା। ସଚିବ ସେମୱାଲ କହିଛନ୍ତି ଯେ ଆମେ ଭାଗୀରଥୀ ନଦୀରୁ ୫ କ୍ୱିଣ୍ଟାଲ ପୋଷାକ ପତ୍ର ସଂଗ୍ରହ କରିଛୁ। ପ୍ରତିଦିନ ସଫେଇ କାର୍ଯ୍ୟରେ ନିୟୋଜିତ ହୋଇଥିବା ଲୋକ ନଦୀକୁ ଯାଇ ସେଠାରେ ଫୋପାଡି ଦିଆଯାଇଥିବା ପୋଷାକ ସଂଗ୍ରହ କରିଥାନ୍ତି। ଏହା ପରେ ଆମେ ଏହାକୁ ସ୍ଥାନୀୟ ନଗର ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥାଉ। ଯାହା ପରେ ସେମାନେ ଏହାର ନିଷ୍କାସନ ପାଇଁ ବ୍ୟବସ୍ଥା କରିଥାନ୍ତି। ଯମୁନୋତ୍ରୀ ମନ୍ଦିର କମିଟି (Yamunotri Mandir Committee) ସହ ଜଡ଼ିତ ଜଣେ ଅଧିକାରୀ କହିଛନ୍ତି ଯେ ଏହି ମନ୍ଦିରରେ ମଧ୍ୟ ପରିସ୍ଥିତି ଭିନ୍ନ ନୁହେଁ।


ଅଧିକାଂଶ ପରିତ୍ୟକ୍ତ ପୋଷାକ ମଧ୍ୟରୁ ଅଧିକାଂଶ ହେଉଛି ଶାଢୀ 
ଯମୁନୋତ୍ରୀ ଧାମରେ (Yamunotri Dham) ​​ମଧ୍ୟ ସ୍ନାନ ପରେ ପୋଷାକ ଫିଙ୍ଗିବା ପ୍ରକ୍ରିୟା ଜାରି ରହିଛି। ଏହି ଧାମର ପରିଚାଳନା ଦାୟିତ୍ୱରେ ରହିଥିବା ଅଧିକାରୀ କହିଛନ୍ତି ଯେ ମେ ଏବଂ ଜୁନ୍ ମାସରେ ଚାରିଧାନ ଶିଖରରେ ପହଞ୍ଚି ଯାଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏଠାରୁ ୩ କ୍ୱିଣ୍ଟାଲ ପୋଷାକ ସଂଗ୍ରହ କରିଛୁ। ଆମେ ଏଠାକୁ ଆସୁଥିବା ତୀର୍ଥଯାତ୍ରୀ (Chardham Pilgrimage 2023) ବିଶେଷକରି ମହିଳାଙ୍କୁ ନିବେଦନ କରିଛୁ ଯେ ସେମାନେ ସ୍ନାନ କରିବା ପରେ ନିଜର ପୋଷାକ ପତ୍ର ଏଠାରେ ଛାଡନ୍ତୁ ନାହିଁ। ଏଠାରେ ଫୋପାଡି ଦିଆଯାଇଥିବା ପୋଷାକ ମଧ୍ୟରେ ଅଧିକାଂଶ ହେଉଛି ଶାଢୀ। ତୀର୍ଥ ଯାତ୍ରୀଙ୍କ ଦ୍ୱାରା ପୋଷାକ ଛାଡ଼ି ଦେବା ପରେ ଆମର ସଫେଇ କର୍ମଚାରୀଙ୍କ ଉପରେ ବହୁତ ଚାପ ପଡୁଛି।