Naxal Attack in Sukma Bijapur Border: ଜାନୁଆରୀ ୩୦ ତାରିଖ ମଙ୍ଗଳବାର ପଡୋଶୀ ଛତିଶଗଡ଼ର ସୁକମା-ବିଜାପୁର ଜିଲ୍ଲା ସୀମାରେ ହୋଇଯାଇଛି ଏକ ବଡ଼ ଧରଣର ନକ୍ସଲ ଆକ୍ରମଣ। ମଙ୍ଗଳବାର ରାଜ୍ୟର ଟେକାଲଗୁଡେମ ଅଞ୍ଚଳରେ ନକ୍ସଲ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବାର ଖବର ଆସିଛି। ସିଆରପିଏଫ କୋବ୍ରା ୟୁନିଟ ଏବଂ ଡିଆରଜି ଯବାନଙ୍କ ମିଳିତ ଦଳ ଉପରେ ହୋଇଥିଲା ଆକ୍ରମଣ। ନକ୍ସଲଙ୍କ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଥିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବାର କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ମଙ୍ଗଳବାର ମଙ୍ଗଳବାର ଖୋଲିଥିଲା ନୂଆ ପୋଲିସ କ୍ୟାମ୍ପ 
ଜାନୁଆରୀ ୩୦ ତାରିଖ ମଙ୍ଗଳବାର ଛତିଶଗଡ଼ ଟେକାଲଗୁଡେମ ଅଞ୍ଚଳରେ ଏକ ନୂଆ ପୋଲିସ କ୍ୟାମ୍ପ ଖୋଲା ଯାଇଥିଲା। ଏହି ପୋଲିସ କ୍ୟାମ୍ପ ସୁରକ୍ଷା ସହ ଜଡି଼ତ ସୈନିକ କ୍ୟାମ୍ପ ପ୍ରତିଷ୍ଠା ହେବା ପରେ ଜୁନାଗୁଡା-ଆଲିଗୁଦା ଅଞ୍ଚଳରେ ପାଟ୍ରୋଲିଂ କରିବାକୁ ବାହାରି ଯାଇଥିଲେ। ଏହି ସମୟ ମଧ୍ୟରେ ନକ୍ସଲ ଯବାନଙ୍କ ଉପରେ ଗୁଳି ମାଡ଼ କରିଥିଲେ। ହେଲେ ତତ୍କାଳ ପ୍ରଭାବରେ ନକ୍ସଲଙ୍କ ପକ୍ଷରୁ ହୋଇଥିବା ଗୁଳି ମାଡ଼ର ଜବାବ ଦେଇଥିଲା ସୁରକ୍ଷା ବାହିନୀ। 


ଏନେଇ କୁହାଯାଉଛି ଯେ ଉଭୟ ପାର୍ଶ୍ୱରୁ ପ୍ରାୟ ୩-୪ ଘଣ୍ଟା ପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିଲା। ଯେଉଁଥିରେ ନକ୍ସଲ ସୁରକ୍ଷା ବାହିନୀ ଉପରେ ଶତାଧିକ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚର୍ ଗୁଳି ଚଳାଇଥିଲେ। ଏହି କାରଣରୁ ଅନେକ ସୈନିକ ଆହତ ହେବା ସହ ୩ ଜଣ ଶହୀଦ ହୋଇଥିଲେ।  ଆହତ ହୋଇଥିବା ସୈନିକଙ୍କ ଅବସ୍ଥା ଗୁରୁତର ରହିଥିବା କୁହାଯାଉଛି। ଅଧିକ ଚିକିତ୍ସା ପାଇଁ ସେମାନଙ୍କୁ ହେଲିକ୍ୟାପ୍ଟର ଯୋଗେ ରାଜଧାନୀ ରାୟପୁର ଅଭିମୁଖେ ପଠାଯାଇଛି। ରାଜ୍ୟର ଟେକାଲଗୁଡେମ ଅଞ୍ଚଳରେ ସୁରକ୍ଷା ବାହିନୀ ଉପରେ ନକ୍ସଲ ଆକ୍ରମଣ ହୋଇଥିବା ନେଇ ସ୍ପଷ୍ଟସ କରିଛନ୍ତି ଛତିଶଗଡ଼ ପୋଲିସ ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ ପି। 


ବସ୍ତର ରେଞ୍ଜ ଆଇଜି ସୁନ୍ଦରରାଜ କହିଛନ୍ତି ଯେ ରାଜ୍ୟର ସେହି ଅଞ୍ଚଳରେ ନୂତନ ଶିବିର ସ୍ଥାପନ କରାଯାଉଛି ଯେଉଁଠାରେ ନକ୍ସଲ ଗୋଷ୍ଠୀର ମଜବୁତ ଉପସ୍ଥିତି ରହିଛି। ମଙ୍ଗଳବାର ନିଜେ ସୁକମା-ବିଜାପୁର ଜିଲ୍ଲା ସୀମାରେ  ଅବସ୍ଥିତ ଟେକଲଗୁଡେମ ଅଞ୍ଚଳରେ ଏକ ନୂତନ ପୋଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଇଥିଲା। ଗତ ୨୦୨୧ ବର୍ଷରେ ଏହି ଅଞ୍ଚଳରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୩ ସୈନିକ ଶହୀଦ ହୋଇଥିଲେ। ଏହି ଆକ୍ରମଣ ପରେ ଟେକାଲଗୁଡେମ ଅଞ୍ଚଳକୁ ନକ୍ସଲ କବଳରୁ ମୁକ୍ତ କରିବା ପାଇଁ ପୋଲିସ ପକ୍ଷରୁ କ୍ୟାମ୍ପ ପ୍ରତିଷ୍ଠା କରାଯାଉଥିଲା। ମଙ୍ଗଳବାର ସିଆରପିଏଫ ଏବଂ ଡିଆରଜି ଯବାନଙ୍କ ଉପସ୍ଥିତିରେ ଏକ କ୍ୟାମ୍ପ ପ୍ରତିଷ୍ଠା ହୋଇଥିଲା।


ଏହି କ୍ୟାମ୍ପ ସୁରକ୍ଷା ପାଇଁ ସିଆରପିଏଫ ଏବଂ ଡିଆରଜି ଯବାନଙ୍କ ମିଳିତ ବାହିନୀକୁ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରିବା ପାଇଁ ପଠାଯାଇଥିଲା। ପାଟ୍ରୋଲିଂ ସମୟରେ ପୋଲିସ୍ ପାର୍ଟି ଉପରେ ଆକ୍ରମଣ କରିଥିଲେ ନକ୍ସଲ। ଏ ଏନେଇ ଖବର ମିଳିବା ପରେ ଟେକଲଗୁଡେମ କ୍ୟାମ୍ପ ଠାରୁ ଘଟଣାସ୍ଥଳକୁ ଅତିରିକ୍ତ ପୋଲିସ ଫୋର୍ସ ପଠାଯାଇଥିଲା। ହେଲେ ପୋଲିସ ଫୋର୍ସ ଭାରୀ ପଡୁଥିବା ଦେଖି ନକ୍ସଲ ଘଟଣାାସ୍ଥଳରୁ ପଳାୟନ କରିଥିଲେ।


ଆଇଜି କହିଛନ୍ତି ଯେ ପୋଲିସ୍ ପାର୍ଟି ପକ୍ଷରୁ ହୋଇଥିବା ପାଲଟା ଆକ୍ରମଣରେ ଅନେକ ନକ୍ସଲଙ୍କୁ ମଧ୍ୟ ଗୁଳି ଲାଗିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ, ନକ୍ସଲ ପୁଣି ଥରେ ଗତ ୨୦୨୧ ବର୍ଷରେ କରିଥିବା ଆକ୍ରମଣର ପୁନରାବୃତ୍ତି କରିବାକୁ ଚାହୁଁଥିଲେ। ଏଥିପାଇଁ ସେମାନେ ଟେକଲଗୁଡେମ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। ସେମାନଙ୍କ ଦ୍ୱାରା ହୋଇଥିବା ଗୁଳିମାଡ଼ରେ ୩ ସୈନିକ ଶହୀଦ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଛନ୍ତି। ଅଧିକ ଚିକିତ୍ସା ପାଇଁ ଆହତ ସୈନିକଙ୍କୁ ହେଲିକ୍ୟାପ୍ଟର ଯୋଗେ ରାୟପୁର ପଠାଯାଉଛି।