IPS Ravi Sinha Appointed as New RAW Chief: ଭାରତୀୟ ପୋଲିସ ସେବାର ବରିଷ୍ଠ ଅଧିକାରୀ ରବି ସିହ୍ନାଙ୍କୁ ଭାରତୀୟ ବିଦେଶୀ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (RAW) ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଯିଏ ସାମନ୍ତ କୁମାର ଗୋୟଲଙ୍କ ସ୍ଥାନ ନେବେ। ଯାହାଙ୍କ କାର୍ଯ୍ୟକାଳ ଆସନ୍ତା ୩୦ ତାରିଖରେ ଶେଷ ହେବ। ଆଇପିଏସ ରବି ସିହ୍ନା ପଡୋଶୀ ଦେଶର ମାମଲାରେ ମଧ୍ୟ ବେଶ ପାରଙ୍ଗମ।


COMMERCIAL BREAK
SCROLL TO CONTINUE READING

ଛତିଶଗଡ କ୍ୟାଡର୍ ଆଇପିଏସ ଅଧିକାରୀ ହେଉଛନ୍ତି ରବି ସିହ୍ନା (IPS Ravi Sinha)। ଯିଏ ୧୯୮୮ ବ୍ୟାଚ୍ ଭାରତୀୟ ପୋଲିସ ସେବା ଅଧିକାରୀ (Indian Police Service Officer)। ଆଇପିଏସ ରବି ସିହ୍ନା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ (Research and Analysis Wing) ଆରଆଣ୍ଡଡବ୍ଲୁ (RAW) ସହିତ ଜଡିତ ରହିଥିଲେ। ସେ ଏବେ ଏହି ଗୁଇନ୍ଦା ସଂସ୍ଥାରେ ଦ୍ୱିତୀୟ ନମ୍ବର ଅଫିସର। ପଦୋନ୍ନତି ପୂର୍ବରୁ ତାଙ୍କ ହାତରେ ଆରଆଣ୍ଡଡବ୍ଲୁ ଅପରେସନ (RAW Operations Command) କମାଣ୍ଡ ଦାୟିତ୍ୱ ରହିଥିଲା। ଏହି ଆଇପିଏସ ଅଧିକାରୀ ଜଣଙ୍କ ନିଜର କାର୍ଯ୍ୟଦକ୍ଷତା ଏବଂ ଗୁପ୍ତଚର କୌଶଳ ପାଇଁ ଜଣାଶୁଣା। ତାଙ୍କ ସମକକ୍ଷ ଅଧିକାରୀ ତପନ ଡେକା ହେଉଛନ୍ତି ଇଣ୍ଟେଲିଜେନ୍ସ ବ୍ୟୁରୋ ମୁଖ୍ୟ।


ଟେକ୍ନୋଲୋଜି ବ୍ୟବହାର କରିବାରେ ବେଶ ପାରଙ୍ଗମ ହେଉଛନ୍ତି ଆଇପିଏଲ ରବି ସିହ୍ନା 
କ୍ୟାବିନେଟ ନିଯୁକ୍ତି କମିଟି ୫୯ ବର୍ଷୀୟ ରବି ସିହ୍ନାଙ୍କୁ ଦୁଇ ବର୍ଷ କାର୍ଯ୍ୟକାଳ ପାଇଁ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗ ସଚିବ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି। ଗୁଇନ୍ଦା ସୂଚନା ଏକାଠି କରିବାରେ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରିବାର ଶ୍ରେୟ ତାଙ୍କୁ ଦିଆଯାଏ। ନିଜର ନୂତନ ଭୂମିକାରେ ଆଇପିଏସ ସିହ୍ନା ଆଜିର ଆହ୍ୱାନକୁ ପୂରଣ କରିବା ପାଇଁ ଟେକ୍ନୋଲୋଜି ଏବଂ ଆର୍ଟିଫିସିଆଲ ବ୍ୟବହାରକୁ ପ୍ରାଥମିକତା ଦେବେ ବୋଲି ଆଶା କରାଯାଉଛି। ଦିଲ୍ଲୀସ୍ଥିତ ସେଣ୍ଟ ଷ୍ଟିଫେନ୍ କଲେଜ ଠାରେ ଅଧ୍ୟୟନ କରିଥିବା ଆଇପିଏସ ରବି ସିହ୍ନା ଅନେକ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି ଏବଂ ତାଙ୍କର ଅନେକ ଅଭିଜ୍ଞତା ରହିଛି।


ଆଇପିଏସ ରବି ସିହ୍ନା ପଡୋଶୀ ଦେଶର ମାମଲାରେ ଜଣେ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ଆରଆଣ୍ଡଡବ୍ଲୁ ମୁଖ୍ୟ ଭାବେ ତାଙ୍କର ନିଯୁକ୍ତି (RAW New Boss) ଏପରି ଏକ ସମୟରେ ହୋଇଛି ଯେତେବେଳେ ପାକିସ୍ତାନ ଉଭୟ ରାଜନୈତିକ ଏବଂ ଅର୍ଥନୈତିକ ଅସ୍ଥିରତା ଦେଇ ଗତି କରୁଛି। ଅନ୍ୟପଟେ ବିଦେଶ ମାଟିରୁ ଶିଖ୍ ଉଗ୍ରବାଦକୁ ବଢାଇ ପାଇଁ ଉଦ୍ୟମ କରାଯାଉଛି। ଅନ୍ୟପଟେ ଦେଶର ଉତ୍ତର-ପୂର୍ବ ଭାଗରେ ବିଶେଷ କରି ମଣିପୁର ଭଳି ରାଜ୍ୟରେ ହିଂସାକୁ ଉସକାଇବାକୁ ଚେଷ୍ଟା କରାଯାଉଛି।


ଅନେକ ଦେଶରେ କାମ କରିଛନ୍ତି ଆଇପିଏସ ରବି ସିହ୍ନା 
ଆଇପିଏସ ରବି ସିହ୍ନା ଜାମ୍ମୁ କାଶ୍ମୀର, ଉତ୍ତର ପୂର୍ବ ସମେତ ଏବଂ ଅନେକ ଦେଶରେ ଅନେକ କାର୍ଯ୍ୟ କରିଛନ୍ତି। ତାଙ୍କ ପୂର୍ବରୁ ସାମନ୍ତ ଗୋୟଲଙ୍କୁ ୨ ବର୍ଷ ପାଇଁ ୨୦୧୯ ଜୁନ୍ ମାସରେ ଆରଆଣ୍ଡଡବ୍ଲୁ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା। ପରେ ତାଙ୍କୁ ୨୦୨୧ ଏବଂ ୨୦୨୨ ଜୁନ ମାସରେ ଗୋଟିଏ ଗୋଟିଏ ବର୍ଷ ତାଙ୍କର କାର୍ଯ୍ୟକାଳକୁ ସମ୍ପ୍ରସାରଣ କରାଯାଇଥିଲା।


ଜାମୁ କାଶ୍ମୀର ସହ ଜଡିତ ଜଣେ ବିଶେଷଜ୍ଞ ସାମନ୍ତ ଗୋୟଲ ପାକିସ୍ତାନ ବାଲାକୋଟ ଠାରେ ୨୦୧୯ ଫେବୃଆରୀ ୨୬ ତାରିଖରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଯୋଜନାକୁ କାର୍ଯ୍ୟକାରୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଗତ ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହି ସର୍ଜିକାଲ ଷ୍ଟ୍ରାଇକ୍ କରାଯାଇଥିଲା। ପୁଲୱାମା ଆକ୍ରମଣରେ ୪୦ ସିଆରପିଏଏଫ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣ ପାକିସ୍ତାନ ମାଟିରେ ସକ୍ରିୟ ରହିଥିବା ଜୈଶ-ଏ-ମହମ୍ମଦ ନାମକ ଏକ ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କରାଯାଇଥିଲା। ଏହି ଆକ୍ରମଣର ଜବାବରେ ଭାରତୀୟ ବାୟୁସେନା ପକ୍ଷରୁ ବାଲାକୋଟ ଏୟାରଷ୍ଟ୍ରାଇକ କରାଯାଇଥିଲା।