Chocolate Day 2023: ଆରମ୍ଭ ହୋଇଯାଇଛି ପ୍ରେମ ସପ୍ତାହ । ରୋଜ ଡ଼େରେ ଗୋଲାପ ଦିଆ ନିଆ ପରେ ପ୍ରପୋଜ ଡ଼େରେ ପରସ୍ପରକୁ ନିଜ ମନ କଥା କହିସାରିଥିବେ ପ୍ରେମୀ ଯୁଗଳ । ତେବେ ଭାଲେଣ୍ଟାଇନ୍ ସପ୍ତାହର (Valentines Week) ଆଜି ତୃତୀୟ ଦିନ ବା ଚକୋଲେଟ ଡ଼େ । ଚକୋଲେଟ୍ କାହାକୁ ବା ପସନ୍ଦ ନୁହେଁ । ଆଉ ଯେତେବେଳେ ପ୍ରେମ କଥା ଆସେ ସେତେବେଳେ ତ ଚକୋଲେଟର ଚାହିଦା ଆହୁରୀ ବଢ଼ିଯାଏ । ନୂଆ ନୂଆ ଆରମ୍ଭ ହୋଇଥିବା ସମ୍ପର୍କରେ ମିଠାସ୍ ଭରିବା ଲାଗି ଏହି ଦିନ ପ୍ରେମୀ ଯୁଗଳ ପରସ୍ପରକୁ ଚକୋଲେଟ୍ ଦେଇଥାଆନ୍ତି ।


COMMERCIAL BREAK
SCROLL TO CONTINUE READING

ସ୍ନେହ ପ୍ରେମକୁ ନେଇ ଏହି ଚକୋଲେଟ୍ ର ସମ୍ପର୍କ ବି ବେଶ ନିଆରା ।  ଖାଲି ନିଜ ପ୍ରେମୀଙ୍କୁ ନୁହେଁ ନିଜ ଲୋକଙ୍କ ରାଗ ଅଭିମାନକୁ ମଧ୍ଯ ଦୂର କରିଥାଏ ଏହି ଚକୋଲେଟ୍। କେବଳ ପ୍ରେମୀ ଯୁଗଳଙ୍କ ପାଇଁ ନୁହେଁ ଭାଇ ଭଉଣୀ ହେଉ କି ନିଜ ବନ୍ଧୁ ମାନଙ୍କ ସହ ସମ୍ପର୍କକୁ ବି ମଜବୁତ କରାଇଥାଏ ଏହି ଚକୋଲେଟ୍ । ଆଉ ଯଦି ଏହି ଚକୋଲେଟ୍ ଡ଼େରେ ଆପଣମାନେ ବି କାହାକୁ ନିଜ ମନ କଥା କହିବାକୁ ଚାହୁଁଛନ୍ତି ତାହାଲେ ନିଜ ମନର ମଣିଷକୁ ଫୁଲ ସହିତ ଚକୋଲେଟିଏ ଦେଇ ନିଜ ମନର ଭାବନାକୁ ପ୍ରକାଶ କରିପାରିବେ। ଛୋଟ ଠାରୁ ବଡ଼ ସମସ୍ତେ ଚକୋଲେଟ ଖାଇବାକୁ ବେଶ୍ ପସନ୍ଦ କରିଥାନ୍ତି। ବଜାରରେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାର କମ୍ପାନୀ ଓ ଭିନ୍ନ ଭିନ୍ନ ସ୍ୱାଦର ଚକୋଳେଟ୍ ମିଳିଥାଏ । ତେବେ ଆଜିର ଦିନରେ ଭେରାଇଟି ଚକୋଲେଟ୍ ସବୁ ନିଜ ପ୍ରିଜନଙ୍କୁ ଦେଇ ତାଙ୍କୁ ମନାଇବା ସହ ନିଜ ସମ୍ପର୍କରେ ମଧ୍ଯ ମଧୁରତା ଆଣନ୍ତୁ ।


ଆସନ୍ତୁ ଚକୋଲେଟ୍ କୁ ନେଇ ଜାଣିବା କିଛି ଅଜଣା କଥା


'ଚକୋଲେଟ୍' କୁ କେହି କେହି ଏହାକୁ ସ୍ପାନିସ୍ ଶବ୍ଦ ବୋଲି କହିଥାଆନ୍ତି ତ ଆଉ କିଏ ଏହାକୁ ମାୟା ଓ ଆଜଟେକ୍ ସଭ୍ୟତାର ଉତ୍ପତ୍ତି ବୋଲି କହିଥାଆନ୍ତି । ଆଜଟେକର ନେହୁତଲ୍‌ ଭାଷା ଅନୁଯାୟୀ ଚକୋଲେଟ୍‌ର ଅର୍ଥ ଖଟ୍ଟା କିମ୍ବା ପିତା। ଚକୋଲେଟର ମୁଖ୍ୟ ଉପାଦାନ ଥିବା କୋକୋ କିମ୍ବା କୋକୋ (Cacao) ଗଛ ୨୦୦୦ ବର୍ଷ ପୂର୍ବେ ଆମେରିକାର ଏକ ଜଙ୍ଗଲରେ ଆବିଷ୍କୃତ ହୋଇଥିଲା । ଏହି ଗଛର ଡାଲିରେ ଥିବା ମଞ୍ଜିରୁ ଚକୋଲେଟ୍ ପ୍ରସ୍ତୁତ କରାଯାଏ । ଚକୋଲେଟ୍ ତିଆରି କରିଥିବା ପ୍ରଥମ ବ୍ୟକ୍ତି ମେକ୍ସିକୋ ଓ ମଧ୍ୟ ଆମେରିକାର ଥିଲେ । ପୂର୍ବରୁ ଏହି ଚକୋଲେଟକୁ ପାନୀୟ ଭାବେ ବ୍ୟବହାର କରାଯାଉଥିଲା ।  ୧୫୨୮ ମସିହାରେ ଯେତେବେଳ ସ୍ପେନ୍ ମେକ୍ସିକୋ ଉପରେ ବିଜୟ ହାସଲ କରିଥିଲା ସେତେବେଳେ ରାଜା ତାଙ୍କ ସହ ଚକୋଲେଟ୍ ତିଆରି କରିବା ପାଇଁ ବହୁ ପରିମାଣର କୋକୋ ମଞ୍ଜି ଓ ଯନ୍ତ୍ରପାତି ନେଇଥିଲେ । ଚକୋଲେଟ୍ ସେ ସମୟରେ ସ୍ପେନ୍ ର ଧନୀ ଶ୍ରେଣୀର ଲୋକଙ୍କ ଏକ ଫ୍ୟାଶନେବଲ୍ ପାନୀୟ ହୋଇଯାଇଥିଲା ।


ଜଣେ ଇଟାଲୀୟ ଭ୍ରମଣକାରୀ ଫ୍ରାନ୍ସିସ୍କୋ କାର୍ଲେଟି ଚକୋଲେଟ ଉପରେ ସ୍ପେନର ଏକଚାଟିଆ ନିୟନ୍ତ୍ରଣ ଭାଙ୍ଗିବାରେ ସଫଳ ହୋଇଥିଲେ । ସେ ମଧ୍ଯ ଆମେରିକାର ଭାରତୀୟମାନଙ୍କୁ ଚକୋଲେଟ୍ ତିଆରି କରୁଥିବା ଦେଖିଥିଲେ ପରେ ତାଙ୍କ ଦେଶ ଇଟାଲୀରେ ଚକୋଲେଟ୍ ର ପ୍ରଚାର ପ୍ରସାର କରିଥିଲେ ।  ୧୬୦୬ ସୁଦ୍ଧା ଚକୋଲେଟ୍ ଇଟାଲୀରେ ମଧ୍ୟ ପ୍ରସିଦ୍ଧ ହୋଇଯାଇଥିଲା ।