Global Warming: ମାନବୀୟ କାର୍ଯ୍ୟକଳାପ ଏବଂ କାର୍ଯ୍ୟକଳାପ ହେତୁ ବୈଶ୍ୱିକ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ବୈଶ୍ୱିକ ତାପମାତ୍ରା ବୃଦ୍ଧି କାରଣରୁ ଜଳବାୟୁରେ ହେଉଥିବା ପରିବର୍ତ୍ତନ ବର୍ତ୍ତମାନ ମାନବ ଜୀବନର ପ୍ରତ୍ୟେକ ଦିଗରେ ବିପଦ ପାଲଟିବାରେ ଲାଗିଛି। ସଦ୍ୟ ଏ ସମ୍ପର୍କିତ ଏକ ରିପୋର୍ଟ ସମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁ ଏସିଆ ମହାଦେଶର ଦକ୍ଷିଣ ଭାଗରେ ଅବସ୍ଥିତ ପ୍ରମୁଖ ନଦୀ ଉପରେ ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ ଅନୁଭୂତ ହେବ। ଆହୁରି ମଧ୍ୟ କୁହାଯାଇଛି ଯେ ମାନବ କାର୍ଯ୍ୟକଳାପ ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ପ୍ରାୟ ୧୦୦ କୋଟିରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ପରିଣାମ ଭୋଗିପାରନ୍ତି।


COMMERCIAL BREAK
SCROLL TO CONTINUE READING

ଏହି ତିନୋଟି ନଦୀ ଉପରେ "Elevating River Basin Governance and Cooperation in the HKH Region" ଶୀର୍ଷକ ଏକ ରିପୋର୍ଟ ପ୍ରକାଶିଥ ହୋଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ନଦୀ ଉପତ୍ୟକା ପରିଚାଳନା ପାଇଁ ଏକ ନମନୀୟ ଆଭିମୁଖ୍ୟ ଗ୍ରହଣ କରିବାର ଜରୁରୀ ଆବଶ୍ୟକତା ରହିଛି।


ହିନ୍ଦୁ କୁଶ ହିମାଳୟ (Hindu Kush Himalaya) ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆ ମହାଦେଶର (South Asia and South-East Asia) କିଛି ଅଂଶ ପାଇଁ ମଧୁର ଜଳର ଏକ ପ୍ରମୁଖ ଉତ୍ସ। ଏହି ପାର୍ବତ୍ୟାଞ୍ଚଳର (Hindu Kush Himalayan Region) ତୁଷାର, ଗ୍ଲେସିୟର୍ ଏବଂ ବୃଷ୍ଟିପାତ ଦ୍ୱାରା ଉତ୍ପନ୍ନ ହେଉଥିବା ଜଳ ଏସିଆ ମହାଦେଶର (Asian Continent) ୧୦ ବୃହତ୍ତମ ନଦୀ ପ୍ରଣାଳୀକୁ ଭରଣା କରିଥାଏ। ଭାରତୀୟ ଉପମହାଦେଶରେ (Indian Subcontinent) ୬୦ କୋଟିରୁ ଅଧିକ ଲୋକଙ୍କ ପାଇଁ ଗଙ୍ଗା (Asian Continent) ଏକ ପବିତ୍ର ତଥା ଗୁରୁତ୍ୱପୂର୍ଣ୍ଣ ନଦୀ ଭାବେ ବିବେଚିତ ହୋଇଥାଏ। ହେଲେ ବର୍ତ୍ତମାନ ଗଙ୍ଗା ନଦୀ (Ganga River) ପରିବେଶ ବିପଦର ସାମ୍ନା କରୁଛି। ଦ୍ରୁତ ଶିଳ୍ପାୟନ, ସହରୀକରଣ ଏବଂ ଗଭୀର କୃଷି ପ୍ରଣାଳୀ ଗଙ୍ଗା ନଦୀର ପରିସ୍ଥିତିକ ସ୍ୱାସ୍ଥ୍ୟ (Ecological health of Ganga River) ଉପରେ ପ୍ରତିକୂଳ ପ୍ରଭାବ ପକାଇଛି।


ଉପରୋକ୍ତ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ସ୍ୱେରେଜ୍ ଏବଂ ଶିଳ୍ପ ବର୍ଜ୍ୟବସ୍ତୁ ଜଳକୁ ଗୁରୁତର ଭାବରେ ପ୍ରଦୂଷିତ କରି ଉଭୟ ମାନବ ସ୍ୱାସ୍ଥ୍ୟ ତଥା ପରିବେଶ ପାଇଁ ବିପଦ ସୃଷ୍ଟି କରିଛି। ଜଳବାୟୁ ପରିବର୍ତ୍ତନ (Climate Change) କାରଣରୁ ସିନ୍ଧୁ ନଦୀ (Indus River) ଏକ ଅପ୍ରତ୍ୟାଶିତ ପରିସ୍ଥିତିରେ ପହଞ୍ଚିଛି। ଦିନକୁ ଦିନ ବୃଦ୍ଧି ପାଉଥିବା ତାପମାତ୍ରା (Global Warming), ଅନିୟମିତ ମୌସୁମୀ ଏବଂ ପରିବେଶରେ ହେଉଥିବା ପରିବର୍ତ୍ତନ ନଦୀ ଉପତ୍ୟାକାକୁ (Indus River Valley) ବିପଦ ଆଡକୁ ଠେଲି ଦେଉଛି। ଆହୁରି ମଧ୍ୟ କୁହାଯାଇଛି ଯେ ଖାଦ୍ୟ ସୁରକ୍ଷା, ଜୀବିକା ଏବଂ ଜଳ ନିରାପତ୍ତାକୁ ଦୁର୍ବଳ କରୁଥିବା ସିନ୍ଧୁ ନଦୀ ଉପତ୍ୟକାରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବହୁତ ଅଧିକ ରହିଛି। ଏହା ମଧ୍ୟ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ବ୍ରହ୍ମପୁତ୍ର ନଦୀ ଉପତ୍ୟକାରେ (Brahmaputra River Valley) ବିଶେଷ କରି ଏହାର ନିମ୍ନ ଭାଗରେ ବନ୍ୟା କିମ୍ବା ମରୁଡ଼ି ହୋଇପାରେ।