ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ ସଙ୍ଘକୁ ବଦନାମ କରିବାକୁ ଷଡଯନ୍ତ୍ର !
Utkal Cine Chambers of Commerce Federation: ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସିନେମା ସମ୍ପର୍କିତ ଆଲୋଚନା କରାଯାଇଛି ।
Utkal Cine Chambers of Commerce Federation: ଆଜି ଭୁବନେଶ୍ବରଠାରେ ଏକ ପ୍ରେସ ମିଟ୍ ଆୟୋଜନ କରି ଗଣମାଧ୍ୟମ ଆଗରେ ଉତ୍କଳ ସିନେ ଚାମ୍ୱର୍ସ ଅଫ କମର୍ସ (Utkal Cine Chambers of Commerce) (ୟୁସିସିସି)ର କର୍ମକର୍ତା ମାନେ ପ୍ରଯୋଜକ ସଞ୍ଜୟ ନାୟକ (Producer Sanjay nayak), ସ୍ଥିତ ପଟ୍ଟନାୟକ (Sthita patnaik), ଏନ୍ ଗଙ୍ଗାଧର ରେଡ୍ଡୀ (N Rangadhar reddy) ଓ ରବି ପଣ୍ଡା (Rabi panda)ଙ୍କ ଉପରେ ବର୍ଷିଛନ୍ତି । କର୍ମକର୍ତ୍ତାମାନେ କହିଛନ୍ତି ଯେ “ଚଳଚ୍ଚିତ୍ର ନିର୍ମାଣ (Film production), ବିତରଣ, ଓ ପ୍ରସାରଣ (Film Release) ପରି ତିନୋଟି ବିଭାଗକୁ ପରିଚାଳନା (Management) କରୁଥିବା ଏହି ସଙ୍ଘ ୩୭ ବର୍ଷର ପୁରୁଣା ସଙ୍ଘ ରାଜ୍ୟର ଚଳଚ୍ଚିତ୍ର ବ୍ୟାପରକୁ ସହଜ ଓ ଶୃଙ୍ଖଳିତ କରିବାକୁ ଗଠନ ହୋଇଥିଲା । ଏହି ସଙ୍ଘ ଏକ ପବିତ୍ର, ସୁନ୍ଦର, ଶୃଙ୍ଖଳିତ ସଙ୍ଘ ଓ ଏହାର ସମସ୍ତ କର୍ମକର୍ତ୍ତା ମାନେ ଏକ ପରିବାର (Family) ସଦୃଶ । ହେଲେ କିଛି ଦିନ ତଳେ ଆମର କିଛି ସଦସ୍ୟ ନିଜର କିଛି ସ୍ବାର୍ଥ ସାଧନ ପାଇଁ ଆମକୁ ନ ପଚାରି, ଆମଠାରୁ ଅନୁମତି (Permission) ନ ନେଇ ଗଣମାଧ୍ୟମ (Media) ଆଗରେ ବହୁତ ଭୁଲ ତଥ୍ୟ ଦେଇ ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ଆପଣ ମାନଙ୍କୁ ଅନୁରୋଧ ପ୍ରମାଣ ନଥାଇ ସେଭଳି ବ୍ୟକ୍ତିଙ୍କୁ ସହଯୋଗ (Help) କରନ୍ତୁ ନାହିଁ କି ପ୍ରମାଣ ବିହୀନ ଖବର ପରିବେଷଣ କରନ୍ତୁ ନାହିଁ”।
“ୟୁସିସିସିର ପ୍ରଯୋଜକ ସଙ୍ଘର ଆଜୀବନ ସଦସ୍ୟ (Lifetime Member ) ଚାନ୍ଦା ୫୦୦୦୦ ଟଙ୍କା ଯାହା ମାତ୍ର ଥରେ ଦେବାକୁ ପଡ଼େ ଓ ବାର୍ଷିକ ୫୦୦ଟଙ୍କା ସଙ୍ଘର ବିକାଶ ମୂଳକ କାର୍ଯ୍ୟ (Developmental work) ପାଇଁ ଦେବାକୁ ପଡ଼େ ଓ ଏହା ଜେନେରାଲ ବଡି ମିଟିଂରେ ଗ୍ରହଣ ହୋଇସାରିଛି । ଅଭିଯୋଗ ଅନୁଯାୟୀ ୩ କୋଟିର ହେରଫେର ସମ୍ପୂର୍ଣ ମିଥ୍ୟା (lies) ଓ ମନଗଢା କଥା। ଆମେ ଜାଣିବାକୁ ଚାହୁଁଛୁ କେମିତି କୋଉ ବାଟରେ ତିନି କୋଟି ସଙ୍ଘ ରୋଜଗାର (Income) କଲା । ଏହା ଏକ ହାସ୍ୟପଦ କଥା, ଯାହା ଉଚ୍ଚ ନ୍ୟାୟଳୟ (High Court)ରେ ବିଚାରଧିନ ଅଛି ଓ ସମସ୍ତ ଦସ୍ତାବୀଜ ଆମେ ନ୍ୟାୟାଳୟରେ ଦାଖଲ କରିଛୁ । ରସିଦ ବହି ରେ କେବଳ ବାର୍ଷିକ ଚାନ୍ଦା ନଗଦ ଟଙ୍କା ଆକାରରେ ଆଦାୟ କରାଯାଏ। ଯଦି କେହି ସଦସ୍ୟ କୋଟି କୋଟି ଟଙ୍କା କୌଣସି ସଦସ୍ୟଙ୍କ ବ୍ଯାଙ୍କ ଖାତା (Bank account) ରେ ଜମା କରିଛନ୍ତି ବା କୌଣସି ପ୍ରକାରରେ ଦେଇଛନ୍ତି ତେବେ ପ୍ରମାଣ ସହ କୁହନ୍ତୁ । ୟୁସିସିସି (UCCC) ତୁରନ୍ତ ପଦକ୍ଷେପ ନେବ,” ବୋଲି ପ୍ରେସ ମିଟ୍ କରି ସଦସ୍ୟ ମାନେ କହିଛନ୍ତି ।
“ଏହା ଛଡା ସଙ୍ଘର କର୍ମକର୍ତା ପାଇଁ ନିର୍ବାଚନ ପ୍ରତିବର୍ଷ କରା ଯାଏ, ପ୍ରତିଦ୍ବନ୍ଦୀ କେହି ରୁହନ୍ତି ନାହିଁ ଯାହା ଫଳରେ ଆମେ ପୂର୍ବ ପଦପଦବୀକୁ କାୟମ୍ ରଖୁ । ଚଳିତ ବର୍ଷ ସଙ୍ଘର ନିର୍ବାଚନ ସବୁଦିଗକୁ ଆଖିଆଗରେ ରଖି ଓ ସବୁ ନିୟମକୁ ପାଳନ କରି, ରାଜ୍ୟ ପୋଲିସଙ୍କ ସହାୟତା (State police help)ରେ ସୁଚାରୁରୂପେ ସଂପୂର୍ଣ୍ଣ କରାଯାଇଛି । କୌଣସି କ୍ଷେତ୍ରରେ ସଙ୍ଘର ନିୟମ ପରିବର୍ତନ ବା ସଙ୍ଘର କୌଣସି ସଦସ୍ୟଙ୍କ ବ୍ୟକ୍ତିଗତ ସ୍ବାର୍ଥ ଆଖି ଆଗରେ ନରଖି ସମ୍ପୂର୍ଣ ନିରପେକ୍ଷ ଭାବରେ ସଙ୍ଘକୁ ଓଡିଆ ଚଳଚ୍ଚିତ୍ର (Odia Film)ର ବିକାଶ ପାଇଁ କାର୍ଯ୍ୟ କରିବାକୁ ଆମେ ସମସ୍ତେ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବୁ,” ବୋଲି ସଙ୍ଘର ସକ୍ରିୟ ସଦସ୍ୟମାନେ କହିଛନ୍ତି ।
Also Read- Bareilly: ପ୍ରେମକୁ ପାଇବା ପାଇଁ ନାମ ବଦଳାଇଲେ ଯୁବତୀ, ମୁସଲିମରୁ ହେଲେ ହିନ୍ଦୁ !