Why Electric Wires Made From Copper: ସଂସାରରେ ଏପରି କୌଣସି ବ୍ୟକ୍ତି ନାହାଁନ୍ତି, ଯିଏ ବିଦ୍ୟୁତ ତାର ବିଷୟରେ ଜାଣିନଥିବେ। ଦିନ ସମୟରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ବିଦ୍ୟୁତ ଉପକରଣ ସହିତ କାରବାର କରିଥାନ୍ତି। ବିଦ୍ୟୁତ୍ ଯୋଗାଉଥିବା ତାର ଆମକୁ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହୋଇଥାଏ। ହେଲେ କେବେ ଆପଣ ଭାବିଛନ୍ତି, ବୈଦ୍ୟୁତିକ ତାର ସର୍ବଦା କାହିଁକି ତମ୍ବାରେ ତିଆରି ହୋଇଥାଏ? ବୈଦୁତିକ କାର୍ଯ୍ୟରେ ତମ୍ବା ତାରର ବ୍ୟବହାର କରିବା ପଛରେ ଅନେକ କାରଣ ରହିଛି। 


COMMERCIAL BREAK
SCROLL TO CONTINUE READING

ବିଦ୍ୟାଳୟରେ ବିଜ୍ଞାନ ବିଷୟ ପଢିବା ସମୟରେ ଆପଣ ବିଦ୍ୟୁତ ସୁପରିବାହୀ ଏବଂ ବିଦ୍ୟୁତ କୁପରିବାହୀ ପଦାର୍ଥ ବିଷୟରେ ପଢିଥିବ। ବିଦ୍ୟୁତ ସୁପରିବାହୀ ପଦାର୍ଥ ତାକୁ କୁହାଯାଏ, ଯାହା ମାଧ୍ୟମରେ ଗୋଟିଏ ପାର୍ଶ୍ୱରେ ଅନ୍ୟ ପାର୍ଶ୍ୱକୁ ସହଜରେ ପ୍ରବାହିତ ହୋଇଥାଏ। ଅନ୍ୟପଟେ ବିଦ୍ୟୁତ କୁପରିବାହୀ ପଦାର୍ଥରେ ବିଦ୍ୟୁତ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ସହଜରେ ପ୍ରବାହିତ ହୋଇ ପାରେନାହିଁ। 


ତମ୍ବା ହେଉଛି ଏକ ଉତ୍ତମ ବିଦ୍ୟୁତ ସୁପରିବାହୀ ପଦାର୍ଥ। ଏହାର ଅର୍ଥ ହେଉଛି ତମ୍ବା ତାର ଅନ୍ୟ ଧାତୁ ଅପେକ୍ଷା ଉପଯୁକ୍ତ ବିଦ୍ୟୁତ୍ ପ୍ରବାହକୁ ଭଲ ଭାବରେ ପରିଚାଳନା କରିପାରେ। ଏହା ପଛରେ ରହିଥିବା କାରଣ ହେଉଛି ତମ୍ବାରେ ଫ୍ରି ଇଲେକ୍ଟ୍ରନ୍ ସହଜରେ ଗତି କରିଥାଏ। ଏହି କାରଣରୁ ତମ୍ବା ଅନ୍ୟ ଧାତୁ ଅପେକ୍ଷା ଏକ ଉତ୍ତମ ବିଦ୍ୟୁତ ସୁପରିବାହୀ ପଦାର୍ଥ ବୋଲି କୁହାଯାଏ। ବୈଦୁତିକ କାର୍ଯ୍ୟରେ ତମ୍ବା ତାର ବ୍ୟବହାର କରିବା ପଛର ଏକ ପ୍ରମୁଖ କାରଣ ହେଉଛି ଯେ ଏହା ସହଜରେ ଉପଲବ୍ଧ ହୋଇଥାଏ।


ବିଶେଷଜ୍ଞ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ତମ୍ବା ତାର ଅନ୍ୟ ଧାତୁ ଅପେକ୍ଷା ଅଧିକ ନରମ। ଯେଉଁ କାରଣରୁ ତମ୍ବା ତାର ଅଧିକ ନମନୀୟ ହୋଇଥାଏ। ଏହା ମଧ୍ୟ କୁହାଯାଇଛି ଯେ ତମ୍ବା ତାର ବୈଦ୍ୟୁତିକ ଭାରକୁ ସହ୍ୟ କରିବାକୁ ସକ୍ଷମ। ଅନ୍ୟ ଧାତୁରେ ନିର୍ମିତ ତାର ସର୍ବଦା ଦୁର୍ବଳ ବୋଲି ପ୍ରମାଣିତ ହୋଇଛି।


ଅନେକ ସମୟରେ ଲୋକଙ୍କ ମନରେ ଆସିଥାଏ ଯେ,  ବଜାରରେ ଆଲୁମିନିୟମ ନିର୍ମିତ ତାର ମଧ୍ୟ ଉପଲବ୍ଧ ହୋଇଥାଏ। ହେଲେ ବୈଦ୍ୟୁତିକ କାର୍ଯ୍ୟରେ ତମ୍ବା ତାର ବ୍ୟବହାର କରାଯାଏ। କାରଣ ଆଲୁମିନିୟମ ଅପେକ୍ଷା ତମ୍ବା ଅଧିକ ଶକ୍ତିଶାଳୀ ଏବଂ ଅଧିକ ସ୍ଥାୟୀ ହୋଇଥାଏ। ଆହୁରି ମଧ୍ୟ, ତମ୍ବା ତାର ଆଲୁମିନିୟମ ଅପେକ୍ଷା ଏକ ଉତ୍ତମ ବିଦ୍ୟୁତ ସୁପରିବାହୀ ପଦାର୍ଥ ଭାବରେ ଜଣାଶୁଣା। 


ଘରେ ହେଉଥିବା ଇଲେକ୍ଟ୍ରିକ ଓୟାରିଂ ଲାଗି ତମ୍ବା ନିର୍ମିତ ତାର ବ୍ୟବହାର କରାଯାଇଥାଏ। ଏହା ପଛରେ ସବୁଠାରୁ ବଡ କାରଣ ହେଉଛି ତମ୍ବା ତାର ସୁରକ୍ଷିତ ରହିଥାଏ। ତମ୍ବା ନିର୍ମିତ ତାରରେ ଇଲେକ୍ଟ୍ରିକ  ସର୍ଟ ସର୍କିଟ ହେବାର ବିପଦ ବହୁତ କମ୍ ରହିଥାଏ।