Odisha Train Accident: ବାଲେଶ୍ବର ଜିଲ୍ଲା ବାହାନଗାରେ ଶୁକ୍ରବାର ଦିନ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା (Coromandel Train Accident) ସାରା ଦେଶକୁ ସ୍ବବ୍ଧ କରିଛି । ଏହି ଛାତିଥରା ଦୁର୍ଘଟଣା ଦେଶର ରେଳ ଦୁର୍ଘଟଣାରେ ଯୋଡ଼ିଛି ଆଉ ଏକ କଳା ଫର୍ଦ୍ଦ । ଏହି ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା  ୨୮୮ ପାର କରିଥିବା ବେଳେ ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି । ଏଥି ମଧ୍ଯରୁ ୭୪୭ ସାମନ୍ୟ ଆହତ ହୋଇଥିବାବେଳେ ୫୬ ଜଣକଙ୍କ ଅବସ୍ଥା ଗୁରୁତର ରହିଛି । ଏନେଇ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, ଟ୍ରେନ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯାଉଛି । ସେପେଟ ୩୦ ରୁ ୪୦ ମୃତଦେହ ଚିହ୍ନଟ ହୋଇସାରିଥିବା ବେଳେ ଚିହ୍ନଟ ହୋଇପାରିନଥିବା ୧୬୦ ମୃତଦେହକୁ ଭୁବନେଶ୍ବର ଅଣାଯିବ । ପରିବାର ଲୋକେ ଆସି ମୃତଦେହ ଚିହ୍ନଟ ନକରିବା ଯାଏଁ ସମସ୍ତ ମୃତଦେହକୁ ଶବାଗାରାରେ ରଖାଯିବ । ବାଲେଶ୍ବରରେ ମୃତଦେହ ରଥିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ଏହିପରି ବିକଳ୍ପ ବ୍ୟବସ୍ଥା କରାଯାଇଛି । ମୃତଦେହ ଚିହ୍ନଟ କରିବା ସହ ସମସ୍ତ ଯାତ୍ରୀଙ୍କ ପରିଚୟ ସଂଗ୍ରହ କରିବା ପ୍ରଶାମନ ଲାଗି ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇଛି । ତେବେ ଏତେ ବଡ଼ ଦୁର୍ଘଟଣା କେମିତି ଘଟିଲା? ଏଥିପାଇଁ ଦାୟୀ କିଏ ? ଏଭଳି ବହୁ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କୁ ମାରୁଥିବା ବେଳେ ଦୁର୍ଘଟଣାକୁ ନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଏକ ବଡ଼ ବୟାନ ସମ୍ନାକୁ ଆସିଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ବାହାନଗା ଟ୍ରେନ ଦୁର୍ଘଟଣାକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଏହାର ମୂଳ କାରଣ ସାମ୍ନାକୁ ଆସିଛି । ଇଂଣ୍ଟରଲିକିଂ ସିଷ୍ଟମରେ ସମସ୍ୟା ପାଇଁ ଏହି ଦୁର୍ଘଟଣା ହୋଇଛି। ଏମିତି କି ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ବି ଚିହ୍ନଟ ହୋଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ସେପଟେ ରେଳ ସୁରକ୍ଷା କବଚ ନେଇ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଦୁର୍ଘଟଣା ସହ କବଚର କୌଣସି ସମ୍ପର୍କ ନାହିଁ । ଶନିବାର ଦିନ ସ୍ଥିତି ଅନୁସନ୍ଧାନ ପାଇଁ ଆସିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କବଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏହାକୁ ସମ୍ପୂର୍ଣ୍ଣ ଭିର୍ତ୍ତିହୀନ ବୋଲି ରହିଛନ୍ତି ରେଳମନ୍ତ୍ରୀ । ଇଲେକଟ୍ରୋନିକ୍ ଇଣ୍ଚଟରଲକିଂ ପାଇଁ ଏହି ଦୁର୍ଘଟଣା ହୋଇଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି । ଏହା ପଛରେ ଆଉ ଯାହା ବି କାରଣ ଅଛି ତାହା ତଦନ୍ତ ପରେ ବି ସ୍ପଷ୍ଟ ହେବ । ସେପଟେ ଦୁର୍ଘଟଣାର ୨୪ ଘଣ୍ଟା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥଳ ସେନାଠାରୁ ଆରମ୍ଭ କରି ବାୟୁସେନା, ୨୪ ୟୁନିଟ୍ ଅଗ୍ନିଶମ ପ୍ରଶମନ ଟିମ୍, ୫ଟି ଓଡ୍ରାଫ ଟିମ୍, ୯ଟି ଏନଡିଆରଏଫ ଟିମ ଓ ସ୍ଥାନୀୟ ପୋଲସଙ୍କୁ ମିଶାଇ ପ୍ରାୟ ୧୨ ଶହରୁ ଅଧିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି । ଏହାସହ ବାୟୁସେନା ଏମଆଇ-୧୭ ହେଲିକପ୍ଟରକୁ ମଧ୍ଯ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ଅତ୍ୟାଧୁନିକ କ୍ରେନ୍ ସାହାଯ୍ୟରେ ବଗି ଗୁଡିକୁ ଟେକି ଅଲଗା କରାଯିବା ସହ ଗ୍ୟାସ କଟରରେ କାଟା ଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ସେପେଟ ଉଦ୍ଧାର ପରେ ଆହତଙ୍କୁ ଓ ମୃତ ଯାତ୍ରୀଙ୍କ ଲାଗି ୨ ଶହ ଆମ୍ବୁଲାମ୍ସ, ୫୦ଟି ବସ ଓ ୨୪ ଟି ମୋବାଇଲ ହେଲ୍ଥ  ୟୁନିଟକୁ ନିୟୋଜିତ କରାଯାଇଛି ।


Also Read-Odisha Train Accident: ଓଡି଼ଶା ଟ୍ରେନ୍ ଦୁର୍ଘଟଣାକୁ ନେଇ ସାଂସଦ ବରୁଣ ଗାନ୍ଧୀ କଲେ ଏପରି ଟ୍ବିଟ୍, ଛୁଟିଲା ପ୍ରଶଂସାର ଛୁଅ


ପ୍ରକାଶ ଥାଉ କି, ଶୁକ୍ରବାର ଦିନ ସଂନ୍ଧ୍ୟା ସମୟରେ ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ବାଲେଶ୍ୱର ବାହାନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ବାହୀ ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ। ଏପରିକି ମାଲ୍‌ବାହୀ ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ। ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର-ହାୱଡ଼ା ଟ୍ରେନ୍‌। ଏହି ଟ୍ରେନ୍ କରମଣ୍ଡଳ ଏକସପ୍ରେସ୍‌ର ଓଲଟି ପଡ଼ିଥିବା ବଗିକୁ ଧକ୍କା ଦେଇଥିଲା। ଫଳରେ ବଡ ଧରଣର ଦୁର୍ଘଟଣା ଘଟିଥିଲା ।