Crime News: ଝଣେ ଯୁବକଙ୍କୁ ଅପହରଣ କରିବା ପାଇଁ ଉଦ୍ୟମ କରୁଥିବା ସମୟରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ହାବୁଡରେ ପଡି ହଟହଟା ହୋଇଛନ୍ତି ଦୁର୍ବୁତ୍ତ । ତାପରେ ଦୁଇ ଜଣଙ୍କୁ ପ୍ରବଳ ମାଡ ମାରିଛନ୍ତି ଗ୍ରାମବାସୀ । ଘଟଣାଟି କୋରାପୁଟ ବନ୍ଧୁଗାଁ ନିକଟ ସୁନାପାଲମୁଣ୍ଡାରେ ଘଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ମିନେଶ ନାମକ ଜଣେ ଯୁବକଙ୍କୁ ଦୁର୍ବୁତ୍ତମାନେ ଅପହରଣ କରିନେଉଥିଲେ । କୌଶଳ ମୁତାବକ ଦୁର୍ବୁତ୍ତଙ୍କ କବଳରୁ ଖସି ଆସିବାରେ ସକ୍ଷମ ହୋଇଥିଲେ ମିନେଶ । ତାପରେ ନିକଟରେ ଥିବା ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଗ୍ରାମବାସୀମାନେ ଏକଜୁଟ ହୋଇ ତତକ୍ଷଣାଚ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । କାବୁ କରିବା ପରେ ଅଭିଯୁକ୍ତଙ୍କୁ ଗଛରେ ବାନ୍ଧି ପ୍ରବଳ ମାଡ ମାରିଥିଲେ ଗ୍ରାମବାସୀ । ଥାନାରେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇ ଦୁର୍ବୁତ୍ତଙ୍କୁ ଗିରଫ କରିଛି । କେଉଁ କାରଣ ପାଇଁ ସେ ଯୁବକଙ୍କୁ ଅପହରଣ କରୁଥିଲେ ତାହା ଜାଣିବା ପାଇଁ ଅଧିକ ପଚରା ଉଚରା ସହ ତଦନ୍ତ ଆରମ୍ଭ କରିଛି । ଦୁଇ ଅଭିଯୁକ୍ତଙ୍କ ଘର ଆନ୍ଧ୍ରପ୍ରଦେଶ ସ୍ଥିତ ପାର୍ବତୀପୁରମ ଅଞ୍ଚଳରେ ବୋଲି ଜଣାପଡିଛି ।


Also Read- Free Ration: ଖୁସି ଖବର, ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ !


Also Read- Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା