CRPF Constable Recruitment: ସେନାରେ ନିଯୁକ୍ତି ପାଇଁ ଇଚ୍ଛୁକ ଥିବା ଯୁବକ ମାନଙ୍କ ପାଇଁ ଏକ ଖୁସିର ଖବର ଆସିଛି। କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସରେ କନଷ୍ଟେବଳ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ହୋଇ ସାରିଛି। ସିଆରପିଏଫ (CRPF) କନଷ୍ଟେବଳ ନିଯୁକ୍ତି ୨୦୨୩ ସମ୍ବନ୍ଧୀୟ ବିଜ୍ଞପ୍ତି ଅନୁଯାୟୀ, ଗ୍ରୁପ୍ ସି ଅଧୀନରେ ପେ ଲେଭଲ ୩ (pay level 3) ଅନୁସାରେ କନଷ୍ଟେବଳ ପାଇଁ ଖାଲି ପଡିଥିବା ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ।ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୋଟିସ ଅନୁଯାୟୀ, CRPF ରେ ୧.୩ ଲକ୍ଷ ପଦବୀ ପୂରଣ ପାଇଁ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ସମୁଦାୟ ୧ ଲକ୍ଷ ୨୯ ହଜାର ୯ ଶହ ୨୯ଟି ପୋଷ୍ଟ ପାଇଁ ନୋଟିସ ବାହାରିଥିବା ବେଳେ ସେଥି ମଧ୍ୟରୁ ୧ ଲକ୍ଷ ୨୫ ହଜାର ୨ ଶହ ୬୨ଟି ପୁରୁଷଙ୍କ ପାଇଁ ରହିଥିବା ବେଳେ ବାକି ୪ ହଜାର ୪ ଶହ ୬୭ଟି ପୋଷ୍ଟ ମହିଳାଙ୍କ ପାଇଁ ରହିଛି। ଏହାଛଡା ୧୦ ପ୍ରତିଶତ ପଦବୀ ପୂର୍ବ ଅଗ୍ନିବୀର ସେନା କର୍ମଚାରୀଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ସୂଚନା ରହିଛି। କେନ୍ଦ୍ର ସରକାର କିମ୍ବା ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ମାଟ୍ରିକ ପାସ କରିଥିବା କିମ୍ବା ଅନ୍ୟ କୌଣସି ସମାନ ଯୋଗ୍ୟତା ହେସଲ କରିଥିବା ଯୁବକ ଓ ଯୁବତୀ ମାନେ ଏହି ପଦବୀ ଗୁଡିକ ପାଇଁ ଆବେଦନ କରି ପାରିବେ। ପୂର୍ବ ସେନା କର୍ମଚାରୀଙ୍କ କ୍ଷେତ୍ରରେ ସମାନ ସେନା ଯୋଗ୍ୟତା ହାସଲ କରିଥିବା ପ୍ରାର୍ଥୀ ମାନେ ଏଥିପାଇଁ ଆବେଦନ କରିପାରିବେ। ଏହାଛଡା ଏହି ପଦବୀ ଗୁଡିକ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ମାନଙ୍କର ବୟସ ସୀମା ୧୮ ରୁ ୨୩ ବର୍ଷ ମଧ୍ୟରେ ଧାର୍ଯ୍ୟ କରାଯାଇଛି। ପ୍ରାର୍ଥୀମାନେ CRPF କନଷ୍ଟେବଳ ନିଯୁକ୍ତି ୨୦୨୩ ବିଜ୍ଞପ୍ତି ଓ CRPFର ଅଫିସିଆଲ୍ ୱେବସାଇଟ୍ crpf.gov.in ଓ ନିଯୁକ୍ତି ପୋର୍ଟାଲ୍, rect.crpf.gov.in ରେ ଆବେଦନ ପ୍ରକ୍ରିୟା ବିଷୟରେ ସମସ୍ତ ତଥ୍ୟ ପାଇ ପାରିବେ।


ଶାରୀରିକ ଦକ୍ଷତା ପରୀକ୍ଷା (physical test), ଡାକ୍ତରୀ ପରୀକ୍ଷା (medical test) ଓ ଲିଖିତ ପରୀକ୍ଷା (written test) ମାଧ୍ୟମରେ ପ୍ରାର୍ଥୀ ମାନଙ୍କର ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ। ଆଗାମୀ ପରୀକ୍ଷାରେ ଭାଗ ନେବା ପାଇଁ ପ୍ରାର୍ଥୀ ମାନଙ୍କୁ ଶାରୀରିକ ଦକ୍ଷତା ପରୀକ୍ଷା (physical test) ଓ ଲିଖିତ ପରୀକ୍ଷା (written test)ରେ ଯୋଗ୍ୟତା ହାସଲ କରିବାକୁ ପଡିବ। ଆବେଦନ ପ୍ରକ୍ରିୟାର ତାରିଖ ଏପର୍ଯ୍ୟନ୍ତ ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇ ନାହିଁ। ଏହି ପଦବୀ ପାଇଁ ୨ ବର୍ଷର ପ୍ରୋବେସନ ପିରିୟଡ (probation period) ଥିବା ବେଳେ ପେ ମ୍ୟାଟ୍ରିକ୍ସ (pay matrix) ୨୧ ହଜାର ୭୦୦ ଟଙ୍କାରୁ ୬୯ ହଜାର ୧୦୦ ଟଙ୍କା ରହିଛି। ତେବେ, CRPF ଦ୍ଵାରା ଚାଲିଥିବା କନଷ୍ଟେବଲ୍ ନିଯୁକ୍ତି ବିଜ୍ଞପ୍ତି ଅନୁଯାୟୀ, ଲିଖିତ ପରୀକ୍ଷା ଓ ଫିଜିକାଲ୍ ଷ୍ଟାଣ୍ଡାର୍ଡ ଟେଷ୍ଟ (PST) ଆଧାରରେ ପ୍ରାର୍ଥୀ ଚୟନ କରାଯିବ। ଲିଖିତ ପରୀକ୍ଷାର ଅବଧି ୨ ଘଣ୍ଟା ହୋଇଥିବା ବେଳେ ଏଥିରେ ଜେନେରାଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ରିଜୋନିଂ, ସାଧାରଣ ଜ୍ଞାନ, ଗଣିତ ଓ ଇଂରାଜୀ କିମ୍ବା ହିନ୍ଦୀରୁ ୨୫ଟି ପ୍ରଶ୍ନ ଆସିବ। ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ୧ ମାର୍କ ଓ ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ୦.୨୫ ମାର୍କ କଟାଯିବ। ପ୍ରାର୍ଥୀମାନେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସିଲାବସ୍ ସମ୍ପର୍କରେ ସୂଚନା ପାଇ ପାରିବେ।