Shocking News: ହୋଟେଲ କିମ୍ବା ରେସ୍ତୋରାଁରେ ଖାଇବା ପରେ ପ୍ରାୟତଃ ଲୋକମାନେ ୱେଟର ମାନଙ୍କୁ ଟିପ୍ ଦିଅନ୍ତି। ହୋଟେଲରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଟିପ୍ ପାଇ ବେଶ ଖୁସି ହୋଇଥାଆନ୍ତି । କହିବାକୁ ଗଲେ ଏହା ଏକ ଭଲ ଅଭ୍ୟାସ ମଧ୍ଯ । ତେବେ ସାଧାରଣତଃ ଲୋକେ ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଟିପ୍ ଦେଇଥାଆନ୍ତି । କିନ୍ତୁ ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ, ନିକଟରେ ଜଣେ ବ୍ୟକ୍ତି ହୋଟେଲରେ ଖାଇବା ପରେ ୱେଟରଙ୍କୁ ୧୦୦ କି ୨୦୦ ନୁହେଁ ପ୍ରାୟ ୮ ଲକ୍ଷ ଟଙ୍କା ଟିପ୍ ଦେଇଛନ୍ତି । କାନକୁ ବିଶ୍ୱାସ ହେଉନଥିବା ଏହି ଘଟଣାଟି କିନ୍ତୁ ବାସ୍ତବରେ ଘଟିଛି ।


COMMERCIAL BREAK
SCROLL TO CONTINUE READING


ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ମେଲବର୍ଣ୍ଣ(Australia Melbourne) ସହରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଲରେନ୍‌ ନାମକ ଜଣେ ମହିଳା ୱେଟର କାମ କରନ୍ତି। ଖାଦ୍ୟ ପରଶି ସାରିବା ପରେ ମହିଳା ୱେଟର ଜଣଙ୍କ ଗ୍ରାହକଙ୍କ ନିକଟକୁ ଯାଇ ବିଲ୍ ଦେଇଥିଲେ । ତେବେ ଗ୍ରାହକ ଜଣଙ୍କ ଏହି ବିଲରେ ଆଉ ୮ ଲକ୍ଷ ଟଙ୍କା ଯୋଡ଼ିବା ପାଇଁ କହିଥିଲେ । ମହିଳା ୱେଟର ଜଣଙ୍କ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ୪୨ ହଜାର ଟଙ୍କା ବିଲ୍‌ରେ ଗ୍ରାହକ ଜଣଙ୍କ ତାଙ୍କୁ ପ୍ରାୟ  ୮ ଲକ୍ଷ ଟଙ୍କା ଟିପ୍ ଦେଇଛନ୍ତି। ଏତେ ଟଙ୍କା ଟିପ୍ସ ଆକାରରେ ପାଇ ମହିଳା ୱେଟର ଜଣକ ଆଶ୍ଟର୍ଯ୍ୟ ହେବା ସହ ଖୁସିରେ କାନ୍ଦି ପକାଇଥିଲେ। ଏହି ଟିପ୍ ରୁ କିଛି ଟଙ୍କା ସେ ନିଜ ସହକର୍ମୀ ମାନଙ୍କୁ ମଧ୍ୟ ଦେଇଥିଲେ । ତେବେ ଟିପ୍ ଦେଇଥିବା ବ୍ୟକ୍ତି ଜଣକ ଜଣେ କ୍ରିପ୍ଟୋ ବ୍ୟବସାୟୀ(Crypto Businessman) ବୋଲି ଜଣାପଡ଼ିଛି ।


ଏହା ମଧ୍ଯ ପଢନ୍ତୁ-Shocking News: ବିବାହ ବାର୍ଷିକୀ ଭୁଲିଗଲା ସ୍ୱାମୀ, ବାପା-ଭାଇଙ୍କୁ ଡ଼ାକି ସ୍ତ୍ରୀ….


ଏହା ମଧ୍ଯ ପଢନ୍ତୁ-Shocking News: ହିନ୍ଦୀ କହିବା ହୋଇଗଲା ଅପରାଧ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିଲେ ଅଜଣା ବ୍ୟକ୍ତି


ଲରେନ୍‌ ଏବେ ଏକ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଛନ୍ତି। ନିଜ ଖର୍ଚ୍ଚ ବହନ କରିବା ପାଇଁ ସେ ହୋଟେଲରେ କାର୍ଯ୍ୟ କରନ୍ତି। ମିଳିଥିବା ଏହି ଟିପ୍ ର ବିଲ୍‌କୁ ସେ ନିଜ ପାଖରେ ସାଇତି ରଖିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୮ ଲକ୍ଷ ଟଙ୍କାର ଟିପ୍‌ସ ମିଳିଥିବା ନେଇ ତାଙ୍କୁ ଏବେ ମଧ୍ୟ ବିଶ୍ୱାସ ହେଉନଥିବା ସେ କହିଛନ୍ତି। ଲରେନ୍‌ଙ୍କ କହିବା ଅନୁସାରେ, ବିଲ୍‌ କରିବା ପରେ ବ୍ୟକ୍ତି ଜଣକ ସେଥିରେ ୮ ଲକ୍ଷ ଟଙ୍କା ଯୋଡ଼ିବା ପାଇଁ କହିଥିଲେ । ଏହା ଶୁଣି ସେ ଆଶ୍ଚର୍ଯ୍ୟ ହେବା ସହ ନିଜ ସାଥିଙ୍କୁ କ’ଣ କରିବେ ବୋଲି ପଚାରିଥିଲେ । ବିଲ୍‌ କରିବା ସମୟରେ ଭାବ ବିହ୍ୱଳ ହୋଇ ସେ କାନ୍ଦି ପକାଇଥିବା କହିଛନ୍ତି। ତେବେ ମିଳିଥିବା ୮ ଲକ୍ଷ ଟଙ୍କାରୁ ନିଜ ସହକର୍ମୀ ମାନଙ୍କୁ ୨.୫ ଲକ୍ଷ ଟଙ୍କା ଦେଇଛନ୍ତି । ଏହାସହ ବାକି ଟଙ୍କାରେ ସେ ବିଦେଶ ଯାତ୍ରା କରିବା ସହ ନୂଆ ଜିନିଷ ଶିଖିବା ନେଇ ନିଷ୍ପତ୍ତି ନେଇଛନ୍ତି।