Cyclone Dana Landfall: ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗ ଆକଳନ ମୁତାବକ ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗକୁ ପସୁଛି 'ଦାନା' । ଏହି ସମୟରେ ପବନର ବେଗ ୧୦୦ରୁ ୧୨୦ ମଧ୍ୟରେ ରହିଥିବା ନେଇ ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ବାତ୍ୟା ସ୍ଥଳଭାଗ ଅତିକ୍ରମ କରୁଥିବା ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟିଛି । ପବନର ବେଗ ଅଧିକ ଥିବାରୁ ଅନେକ ଗଛ ଭାଙ୍ଗିବା ସହ ଆଜବେଷ୍ଟ ଉଡିଯାଇଛି । ଦୋକାନ ବଜାର ମଧ୍ୟ ଭାଙ୍ଗିରୁଜି ଯାଇଥିବା ଦେଖିବାକୁ ମିଳିଛି । ଉଦ୍ଧାରକାରୀ ଦଳ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ରାସ୍ତା କଡରୁ ଉପୁଡିଥିବା ଗଛକୁ କଟାଯାଇ ରାସ୍ତା ସଫା କରାଯାଉଛି । ରେସ୍କ୍ୟୁ ଟିମ୍ ବିଭିନ୍ନ ଅଞ୍ଚଳରେ ପ୍ରଭାବିତ ସ୍ଥାନଗୁଡିକୁ ଯାତ୍ରା କରିଛନ୍ତି ।


ପାରାଦୀପ ଠାରୁ ୫୦ କିଲୋମିଟର ଥିବା ସମୟରୁ ହିଁ ବାତ୍ୟା ଦାନା ଅଧିକ ପ୍ରଭାବ ଦେଖାଇବା ଆରମ୍ଭ କରିଥିଲା । ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା । ଘୁ ଘୁ ଗର୍ଜନ କରି କୂଳକୁ ମାଡି ଆସୁଥିଲା ସମୁଦ୍ର । ଭିତରକନିକା, ଧାମରା ସମେତ ଦୀଘା ଅଞ୍ଚଳରେ ଅନେକ କ୍ଷୟକ୍ଷତି ଘଟାଇଥିବା ସୂଚନା ମିଳିଛି ।  ତେବେ ରାତି ପାହିଲେ କ୍ଷୟକ୍ଷତି ଆକଳନର ରିପୋର୍ଟ ଆସିପାରେ ବୋଲି କୁହାଯାଉଛି । 


ବାତ୍ୟା ଆସିବା ପୂର୍ବରୂ ଆଶ୍ରୟସ୍ଥଳୀକୁ ସ୍ଥାନନ୍ତର ହୋଇଥିବା ଲୋକମାନଙ୍କର ସମସ୍ତ ଦାୟିତ୍ୱ ନେଇଛି ପ୍ରଶାସନ । ଏଥିରେ ସହଯୋଗ କରୁଛନ୍ତି ଯୁବ ସ୍ୱେଚ୍ଛାସେବୀ । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ପାଣିପାଗ ବିଭାଗ ଆସନ୍ତା ଦୁଇ ଦିନ ପାଇଁ ଉତ୍ତରରୁ ପଶ୍ଚିମ ଓଡ଼ିଶା ଯାଏଁ ବର୍ଷା ଚେତାବନୀ ଜାରି କରିଛି ।


ଆପଣଙ୍କୁ କହିରଖୁଛୁ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରବାର ସନ୍ଧ୍ୟାରେ ଟେଲିଫୋନ ଯୋଗେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଓଡ଼ିଶାରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ, ମୁଖ୍ୟମନ୍ତ୍ରୀ ରାଜ୍ୟରେ ଚାଲିଥିବା ଲୋକଙ୍କ ସ୍ଥାନାନ୍ତର ପ୍ରକ୍ରିୟା ସଂପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହା ସହିତ ଲୋକଙ୍କ ସୁରକ୍ଷା ପାଇଁ ନିଆ ଯାଇଥିବା ସୁରକ୍ଷା ବଳ, NDRF, ODRAF ଆଦି ମୁତୟନ ସଂପର୍କରେ ମଧ୍ୟ ସୂଚନା ଦେଇଥିଲେ। ଆଲୋଚନା ପରେ ବାତ୍ୟା ମୁକାବିଲା ପ୍ରସ୍ତୁତି ସଂପର୍କରେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ। କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହା ମଧ୍ୟ ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।