ଭୁବନେଶ୍ୱର: ବିପଦପୂର୍ଣ୍ଣ ସାମୁଦ୍ରିକ ବାତ୍ୟା ‘ଦାନା’ ଓଡ଼ିଶା ଉପକୂଳ ପାର କରିଛି। ରାତି ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୩ଟା ଭିତରେ ଏହା ଉତ୍ତର ଓଡ଼ିଶା ଉପକୂଳ ପାର କରି ଉତ୍ତର ପଶ୍ଚିମ ଦିଗରେ ଗତି କରିଛି।  ଆକଳନ ଅନୁସାରେ ଏହା ଭିତର କନିକାର ହବଳିଖଟି ନେଚର କ୍ୟାମ୍ପ ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପାରିତ ହୋଇଛି। ସ୍ଥଳଭାଗ ଛୁଇଁବା ସମୟରେ ବାତ୍ୟାର ବେଗ ଘଣ୍ଠାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଥିଲା। ଯାହା ସ୍ଥଳ ବିଶେଷରେ ୧୨୦ କିଲାମିଟରରେ ମଧ୍ୟ ପହଞ୍ଚିଥିଲା। ଏବେ ବାତ୍ୟା ପ୍ରଭାବରୁ ଓଡ଼ିଶା ସମ୍ପୂର୍ଣ୍ଣ ମୁକ୍ତ ହୋଇଛି ଅର୍ଥାତ ଆଉ ବିପଦ ନଥିବା ଜଣାପଡ଼ିଛି। କିନ୍ତୁ  ଆଜି ଦିନସାରା ବର୍ଷା ଲାଗି ରହିବ  ବୋଲି କୁହାଯାଇଛି। 


COMMERCIAL BREAK
SCROLL TO CONTINUE READING

 



ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ସାଢ଼େ ତିନିଟା ସମୟରେ ବାତ୍ୟାର ଆଖି ଧମରାରୁ ୧୫ କିଲୋମିଟର ଦୂର ଏବଂ ହବଳିଖଟିରୁ ୩୦ କିଲାମିଟର ଦୂର ଉତ୍ତରପଶ୍ଚିମ ଦିଗରେ ରହିଛି। ଅର୍ଥାତ୍‍ ଓଡ଼ିଶାରେ ଆଉ ବାତ୍ୟା ନାହିଁ।ସାଢ଼େ ଗୋଟାଏ ରାତିରେ ଲ୍ୟାଣ୍ଡଫଲ ପକ୍ରିୟା ଆରମ୍ଭ ହୋଇଥିଲା। ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଏହା ସ୍ଥଳ ଭାଗରେ ନିଜର ତାଣ୍ଡବ ଦେଖାଇଥିଲା। ପରେ ଏହା ସ୍ଥଳ ଭାଗରେ ଉତ୍ତର ପଶ୍ଚିମ ଦେଇ ଗତି କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ମଧ୍ୟାହ୍ନରେ ଏହା କ୍ରମଶ। ଦୁର୍ବଳ ହେବ। ପାରାଦୀପ ରାଡାର ଜରିଆରେ ଏହବାତ୍ୟାର ଗତିବିଧି ଅନୁଧ୍ୟାନ କରାଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।