7th Pay Commission, DA Hike: କେନ୍ଦ୍ର କର୍ମଚାରୀ  (Central Government Employees) ଓ ପେନସନଭୋଗୀମାନ  (Central Government Pensioners) ଙ୍କୁ ବହୁତ ବଡ଼ ଖୁସି ଖବର ମିଳିବାକୁ ଯାଉଛି । ଦରଦାମରୁ ରିହାତି ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ନିଜର ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (Dearness Allowance) ଓ ମହଙ୍ଗା ରିଲିଫ୍ (Dearness Relief) ବୃଦ୍ଧି କରିପାରନ୍ତି । କେନ୍ଦ୍ରର ମୋଦି ସରକାର (Modi Govt) ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି କରିପାରନ୍ତି । ଫଳରେ ବର୍ତ୍ତମାନର ୩୮ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ଘଟି ୪୨ ପ୍ରତିଶତକୁ ପହଞ୍ଚିପାରେ । ସୂଚନାନୁସାରେ, ଏଥିପାଇଁ କେନ୍ଦ୍ର ସରକାର ସହମତ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଏଠାରେ କହି ରଖୁଛୁ ଯେ, ପେନ୍‌ସନ୍‌ଭୋଗୀ ଓ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ପ୍ରତ୍ୟେକ ମାସ ଶ୍ରମ ବ୍ୟୁରୋ ଦ୍ୱାରା ଜାରି ହୋଇଥିବା ଇଣ୍ଡଷ୍ଟ୍ରିଆଲ ୱର୍କର୍ସଙ୍କ ପାଇଁ CPI-IW ଆଧାରରେ ଗଣନା କରାଯାଏ । ଶ୍ରମ ବ୍ୟୁରୋ ଶ୍ରମ ମନ୍ତ୍ରଣାଳୟର ଏକ ଅଂଶ । ସେପଟେ ବିଗତ ଦିନରେ ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀ (Central Government Employees) ଙ୍କୁ ବଡ଼ ଉପହାର ମିଳିଥିଲା । କେନ୍ଦ୍ରର ମୋଦି ସରକାର (Modi Govt) ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି କରିଥିଲା । ଯାହା ପରେ କେନ୍ଦ୍ର କର୍ମଚାରୀଙ୍କ ଦରମା (Salary Hike) ଏକ ବଡ଼ ବୃଦ୍ଧି ଘଟିଥିଲା । ବର୍ତ୍ତମାନ ଦେଶର ଲକ୍ଷ ଲକ୍ଷ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଅଛି । ସରକାର ପୁଣି ଥରେ ମହଙ୍ଗା ଭତ୍ତା ବୃଦ୍ଧି (DA Hike) କରିବାକୁ ଯୋଜନା କରୁଛନ୍ତି ।


AICPI ସୂଚକା (AICPI Index) ଙ୍କ ତଥ୍ୟରୁ ଏହି ବିଷୟରେ ସୂଚନା ମିଳିଛି । ଅଲ ଇଣ୍ଡିଆ ରେଳବାଇ ଫେଡେରେଶନ (AIRF) ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି ଯେ, ଡିସେମ୍ବର ୨୦୨୨ ମାସ ପାଇଁ ସିପିଆଇ-ଆଇଡବ୍ଲୁ ୩୧ ଜାନୁୟାରୀ ୨୦୨୩ରେ ଜାରି କରାଯାଇଥିଲା । ତାହା ଅନୁଯାୟୀ, ମହଙ୍ଗା ଭତ୍ତା (DA) ର ବୃଦ୍ଧି ୪.୨୩ ପ୍ରତିଶତ ପର୍ଯ୍ୟନ୍ତ ହୋଇଥାଏ । କିନ୍ତୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ଦଶମିକ ଅନ୍ତର୍ଭୂକ୍ତ କରନ୍ତି ନାହିଁ । ଏଭଳି ପରିସ୍ଥିତିରେ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ପଏଣ୍ଟ ବୃଦ୍ଧି ହେବାର ସମ୍ଭାବନା ଅଛି । ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି (DA Hike) କରାଯାଇପାରେ ।


ଆମେ ଆପଣଙ୍କୁ କହି ରଖୁଛୁ ଯେ, ଜାନୁଆରୀ ୨୦୨୩ରୁ କର୍ମଚାରୀମାନଙ୍କୁ ବର୍ଦ୍ଧିତ ମହଙ୍ଗା ଭତ୍ତା (DA) ର ଲାଭ ମିଳିବ । କିନ୍ତୁ କେନ୍ଦ୍ରର ମୋଦି ସରକାର ଏହାକୁ ମାର୍ଚ୍ଚ ୨୦୨୩ ଯାଏ ଘୋଷଣା କରିପାରନ୍ତି । ଯଦି କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ ୪ ପ୍ରତିଶତ ବୃଦ୍ଧି ହୁଏ । ତେବେ କେନ୍ଦ୍ର କର୍ମଚାରୀଙ୍କର ମହଙ୍ଗା ଭତ୍ତା (DA) ୪୨ ପ୍ରତିଶତକୁ ପହଞ୍ଚିଯିବ ।


ସର୍ବନିମ୍ନ ବେସିକ୍ ଦରମା (Minimum Basic Salary) ବିଷୟରେ କହିବାକୁ ଗଲେ ଏଥିରେ ମାସକୁ ୭୨୦ ଟଙ୍କା ବୃଦ୍ଧି ପାଇବ । ଏହା ବ୍ୟତୀତ ଯଦି ଆମେ ସର୍ବାଧିକ ବେସିକ ଦରମା (Maximum Basic Salary) ବିଷୟରେ କଥା ହେବା, ତେବେ ଏହି କର୍ମଚାରୀଙ୍କ ଦରମା ମାସକୁ ୨୨୭୬ ଟଙ୍କା ବଢ଼ିବ । ଶ୍ରମ ମନ୍ତ୍ରଣାଳୟ AICPI ର ଆକଳନ ଜାରି କରିଛି । ଚଳିତ ବର୍ଷ ସେପ୍ଟେମ୍ବରରେ ଏହି ନମ୍ୱର ୧୩୧.୨ ରେ ଅଛି । ଜୁନ୍ ତୁଳନାରେ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ AICPI ସୂଚକାଙ୍କରେ ମୋଟ ୨.୧ ପ୍ରତିଶତ ବୃଦ୍ଧି ଘଟିଛି । ଗତ ମାସ ଅଗଷ୍ଟ ତୁଳନାରେ ୧.୧ ପ୍ରତିଶତ ବୃଦ୍ଧି ଘଟିଛି ।


ଅଧିକ ପଢ଼ନ୍ତୁ:-ଦିନିକିଆ ବିଶ୍ୱକପ ୨୦୨୩ ଖେଳିବନି ପାକିସ୍ତାନ! ଜାଣନ୍ତୁ କ'ଣ ରହିଛି କାରଣ


ଅଧିକ ପଢ଼ନ୍ତୁ:-ସନ୍ତାନ ଜନ୍ମ କରିବା ପାଇଁ ସଠିକ୍ ବୟସ କ'ଣ? ଅଧିକାଂଶ ଲୋକ କନଫୁଜ୍, ଜାଣନ୍ତୁ କ'ଣ କହୁଛି ବିଜ୍ଞାନ


ଅଧିକ ପଢ଼ନ୍ତୁ:-ପାକିସ୍ତାନ ନୁହେଁ, ଏହି ଦେଶରେ ଖେଳାଯିବ ଏସିଆ କପ୍ ୨୦୨୩! କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ


 


 


ଆପଣଙ୍କୁ କହି ରଖୁଛୁ ଯେ, ଦୀର୍ଘ ସମୟ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ । ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ୩ ପ୍ରତିଶତ ବୃଦ୍ଧି ସହ ୩୧ ପ୍ରତିଶତରେ ପହଞ୍ଚିଥିଲା । ପରେ କେନ୍ଦ୍ର ସରକାର ଚଳିତ ମାର୍ଚ୍ଚ ମାସରେ କେନ୍ଦ୍ର କର୍ମଚାରୀଙ୍କ ଡିଏକୁ ୩ ପ୍ରତିଶତ ବୃଦ୍ଧି କରିଥିଲେ । ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଛି । ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହାସହ ସେପ୍ଟେମ୍ୱରରେ ୪ ପ୍ରତିଶତ ବୃଦ୍ଧି କରାଯାଇଛି, ଯେଉଁ କାରଣରୁ କେନ୍ଦ୍ରର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତ ହୋଇଯାଇଛି । ବର୍ତ୍ତମାନର ଦରଦାମ ବୃଦ୍ଧି ଆକଳନକୁ ଦୃଷ୍ଟିରେ ରଖି ସରକାର ଡିଏକୁ ବୃଦ୍ଧି କରନ୍ତି । ଏହି ବୃଦ୍ଧି ଯୋଗୁଁ ୫୦ ଲକ୍ଷରୁ ଉର୍ଦ୍ଧ୍ୱ କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।