Dani Tribe Tradition: ବିଶ୍ବର କେତେକ ଦେଶ ଓ  ଅଞ୍ଚଳରେ ନିଜସ୍ବ ସଂସ୍କୃତି ରହିଛି । ଆଉ ସେହି ସଂସ୍କୃତିକୁ ପାଥେୟ କରି ମଣିଷ ଆଗକୁ ବଢୁଛି । କେତେକ ଜନଜାତିଙ୍କ ଏପରି ପରମ୍ପରା ଅଛି, ଯାହା ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଏପରି ଏକ ଜନଜାତି ହେଉଛନ୍ତି ଦାନି(Dani )। ଯିଏ ଇଣ୍ଡୋନେସିଆର ଜୟଭିଜୟା ପ୍ରଦେଶର ୱାମିନ୍ ସହରରେ ରୁହନ୍ତି । ଏହି ଜନଜାତିର ଲୋକମାନେ ଏପରି ପରମ୍ପରାକୁ ଅନୁସରଣ କରନ୍ତି ,ଯାହା ସଭ୍ୟ ସମାଜରେ  ଗ୍ରହଣୀୟ ନୁହେଁ ।  ଏହି ଜନଜାତିର ଲୋକଙ୍କ ଅଜବ ପରମ୍ପରା ଏଠି ଦେଖିବାକୁ ମିଳେ । ଏହି ଜନଜାତିରେ, ଯେତେବେଳେ ଘରେ କାହାର ମୃତ୍ୟୁ ହୋଇଥାଏ । ସେତେବେଳେ ସେହି ଘରର ମହିଳାମାନଙ୍କର ଆଙ୍ଗୁଳିକୁ କାଟି ଦିଆଯାଏ । ତେବେ ଇଣ୍ଡୋନେସିଆ ସରକାର ଏହି ପରମ୍ପରକୁ ବର୍ଷେ ପୂର୍ବରୁ ବନ୍ଦ କରିଥିଲେ ମଧ୍ୟ କିନ୍ତୁ କିଛି ଲୋକ ଆଜି ମଧ୍ୟ ପରମ୍ପରାକୁ ଅନୁସରଣ କରୁଛନ୍ତି । 


COMMERCIAL BREAK
SCROLL TO CONTINUE READING

କାହିଁକି ମହିଳାଙ୍କ ଆଙ୍ଗୁଳି କାଟି ଦିଆଯାଏ?


ଦାନି ଜନଜାତିରେ ବିଶ୍ୱାସ କରନ୍ତି ଯେ, ଯଦି କାହାର ଘରେ ମୃତ୍ୟୁ ହୋଇଥାଏ ,ତେବେ ସେହି ଘରର ମହିଳାମାନଙ୍କ ଆଙ୍ଗୁଠି କାଟିବା ପରେ ଘରୁ ଆତ୍ମା ଚାଲିଯାଏ । ଆଉ କେବେବି ଆତ୍ମା ଘରକୁ ଆସେ ନାହିଁ । ଏହି ପ୍ରଥାକୁ ଆଧାର କରି ମହିଳାମାନଙ୍କର ଅଧା ଆଙ୍ଗୁଳି କାଟି ଦିଆଯାଏ। ଯଦିଓ ଘରେ ଗୋଟିଏ ଝିଅ ବି ଅଛି,ତେବେ ଏହି ଘରର ମହିଳାମାନେ ନିଜ ହାତରେ ନିଜ ଝିଅର ଆଙ୍ଗୁଳି ମଧ୍ୟ କାଟି ଦେଇଥାନ୍ତି ।


ଏହାବି ପଢନ୍ତୁ : World's Oldest Mouse: ମିଳିଲା ଦୁନିଆର ସବୁଠୁ ବୁଢା ମୂଷା, ଏତିକି ବର୍ଷ ଧରି ରହିଛି ଜୀବିତ; ରଚିବ ବିଶ୍ୱ ରେକର୍ଡ


ଏହାବି ପଢନ୍ତୁ : ବିବାହ ପୂର୍ବରୁ ଏଠାରେ ପ୍ରଥମେ ଜନ୍ମ କରିବାକୁ ପଡେ ପିଲା, ଜାଣନ୍ତୁ ଭାରତର କିଛି ଅଦ୍ଭୁତ ଓ ନିଆରା ପ୍ରଥା ବିଷୟରେ...


ମମି ରଖିବାର ଏଠି ପରମ୍ପରା ଅଛି : ଏହି ଜନଜାତିର ଲୋକମାନେ ମଧ୍ୟ ମମି  ରଖିବାର  ପରମ୍ପରାକୁ ଅନୁସରଣ କରନ୍ତି । ଯେଉଁମାନେ ଏଠାରେ ମୃତ୍ୟୁ ବରଣ କରନ୍ତୁ ,ସେମାନଙ୍କ ମୃତଦେହକୁ କଫିନରେ ସଂରକ୍ଷିତ କରି ଦିର୍ଘ ଦିନ ପର୍ଯ୍ୟନ୍ତ ରଖାଯାଏ । ଅବଶ୍ୟ,ମମି ପ୍ରଥା କେବଳ ଏଠାରେ ନୁହେଁ,ଇଜିପ୍ଟ ଠାରୁ ଚୀନ୍ ଏବଂ ଆଫ୍ରିକା ପର୍ଯ୍ୟନ୍ତ ଦେଶର ଲୋକେ ମଧ୍ୟ ଏହାକୁ ଅନୁସରଣ କରନ୍ତି । ଘରର କୌଣସି ସଦସ୍ୟଙ୍କ ମୃତ୍ୟୁ ପରେ ସେମାନଙ୍କ ମୃତଦେହକୁ ଦିର୍ଘ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରଖିଥିବାର ପରମ୍ପରା ରହିଛି।


ଏଠାରେ ମଧ୍ୟ ମହିଳାମାନଙ୍କର ଅଙ୍ଗ କାଟି ଦିଆଯାଏ : ଦାନି ଜନଜାତିଙ୍କ ପରି ମୁର୍ସି ଜନଜାତି(Mursi tribe) ର ମଧ୍ୟ ସମାନ ପରମ୍ପରା ରହିଛି। ଦକ୍ଷିଣ ଇଥିଓପିଆ ଏବଂ ସୁଦାନ ସୀମା ନିକଟ ଓମାନ ଉପତ୍ୟକାରେ ରହୁଥିବା ମୁର୍ସି ଜନଜାତି ମଧ୍ୟ ଏହାର ଅନନ୍ୟ ପରମ୍ପରା ପାଇଁ ଚର୍ଚ୍ଚାରେ ଥାଆନ୍ତି । ଶରୀର ପରିବର୍ତ୍ତନ ନାମରେ, ଏହି ଲୋକମାନେ ନିଜ ଘରର ମହିଳାମାନଙ୍କର ନିମ୍ନ ଓଠକୁ କାଟି ସେଥିରେ ଏକ ମାଟି ଡିସ୍କ(earthen disc) କିମ୍ବା କାଠ ଲଗାନ୍ତି । ଏଠାରେ, ୧୫-୧୬ ବର୍ଷ ବୟସରେ, ଜନଜାତିର ଝିଅମାନେ ଓଠରେ  କାଠରେ ଖେଳନା ଖାସ୍ କରି ପିନ୍ଧନ୍ତି। ଏହି ଶରୀରର ପରିବର୍ତ୍ତନକୁ ଲିପ୍-ପ୍ଲେଟ୍ (lip-plate)କୁହାଯାଏ | ଏହି କାରଣରୁ, ଏଠାରେ ଥିବା ମହିଳାମାନେ ବର୍ତ୍ତମାନ ସାରା ବିଶ୍ୱରୁ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି।