Delhi Bomb Threat: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀକୁ ଦୋହଲାଇବା ପାଇଁ ହୋଇଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ କରାଯାଇଛି। ଏନେଇ ମିଳିଥିବା ସୂଚନା ଆଧାରରେ ଦିଲ୍ଲୀ ପୋଲିସ ଉତ୍ତର ବାହ୍ୟ ଦିଲ୍ଲୀ ଅଞ୍ଚଳରେ ଆଠଟି ଦେଶୀ ହାତ ବୋମା ଜବତ କରିଛି। ଦିଲ୍ଲୀ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏହି ବୋମାକୁ ହୋଲାମ୍ବି କାଲାଁ ଅଞ୍ଚଳରେ ରହିଥିବା ଏକ ଜମିରେ ଲୁଚାଇ ରଖାଯାଇଥିଲା​। ଏହି ମାମଲାରେ ପୋଲିସ ଅନେକ ଲୋକଙ୍କୁ ଅଟକ ରଖିବା ସେମାନଙ୍କୁ ପଚରାଉଚରା କରାଯାଉଛି। ଜେରା ବେଳେ ଏହି ବୋମା କେଉଁଠାରେ ବ୍ୟବହାର କରାଯିବ ତାହା ଜାଣିବାକୁ ଚେଷ୍ଟା କରାଯାଉଛି। ଦିଲ୍ଲୀ ପୋଲିସ ଏହାର ବୋମା ନିଷ୍କ୍ରିୟକାରୀ ଦଳକୁ ଘଟଣାସ୍ଥଳକୁ ଡାକିଛି। ଯାହା ଦ୍ୱାରା ଏହି ଦେଶୀ ହାତ ବୋମାକୁ ନିଷ୍କ୍ରିୟ କରାଯାଇ ପାରିବ। 


COMMERCIAL BREAK
SCROLL TO CONTINUE READING

ଗତ ବର୍ଷ  ମଧ୍ୟ ମିଳିଥିଲା ହ୍ୟାଣ୍ଡ ଗ୍ରେନେଡ
ଗତ ବର୍ଷ ମଧ୍ୟ ଅପ୍ରେଲ ୨୫ ତାରିଖରେ ଦିଲ୍ଲୀ ରାମ କ୍ରୀଷ୍ଣ ପୁରମ ଅଞ୍ଚଳର ମହମ୍ମଦପୁର ଗ୍ରାମରୁ ଏକ ହ୍ୟାଣ୍ଡ ଗ୍ରେନେଡ ମିଳିଥିଲା। ସ୍ଥାନୀୟ ଢାଣ୍ଡୁ ପାର୍କ ଠାରେ ଏକ କୋଣରେ ପଡ଼ି ରହିଥିବା ଏକ ପୁରୁଣା ବୋମାରେ କଳଙ୍କି ଲାଗିଯାଇଥିଲା ଏବଂ ଏହାର ପିନ୍ ମଧ୍ୟ ନିଷ୍କ୍ରିୟ ହୋଇଯାଇଥିଲା। ଦିଲ୍ଲୀ ପୋଲିସ ଘଟଣାସ୍ଥଳରେ ଏନଏସଜି ଟିମ ଡାକି ଏହି ଘଟଣାର ତଦନ୍ତ କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୋମାରେ ମାଟି ଲାଗି ଯାଇଥିଲା। ଏହି କାରଣରୁ ବିଶ୍ୱାସ କରାଯାଉଥିଲା ଯେ ଖନନ ସମୟରେ କେହି ଏହାକୁ ପାଇଥାଇ ପାରନ୍ତି। ଯିଏ ଏହି ବୋମା ତାଙ୍କ ଠାରୁ ଦୂରେଇବା ପାଇଁ ଏହାକୁ ପାର୍କ ପରିସରରେ ରହିଥିବା କୋଣରେ ପକାଇ ଦେଇଥାଇ ପାରନ୍ତି।