Yamuna Water Level: ପ୍ରବଳ ବର୍ଷା ପରେ ଯମୁନା ନଦୀରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି। ଜୁଲାଇ ୧୮ ତାରିଖ ମଙ୍ଗଳବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତରୁ ତଳକୁ ଖସି ଆସିଛି। ଯମୁନା ନଦୀର ଜଳ ସ୍ତର ମଙ୍ଗଳବାର ଅପରାହ୍ନ ତିନିଟା ସମୟରେ ୨୦୫.୪୬ ମିଟର ରହିଥିବାର ରେକର୍ଡ କରାଯାଇଥିଲା। ଯମୁନା ନଦୀର ଜଳ ସ୍ତର ସନ୍ଧ୍ୟା ଛଅଟା ସମୟରେ ୨୦୫.୪୦ ମିଟର ରହିଥିବା ଜଣା ପଡ଼ିଥିଲା।


COMMERCIAL BREAK
SCROLL TO CONTINUE READING

ସେହିପରି ରାତି ଆଠଟା ସମୟରେ ଯମୁନା ନଦୀର ଜଳ ସ୍ତର (Yamuna Rive Water Level) ୨୦୫.୩୦ ମିଟର ରହିଥିବାର ରେକର୍ଡ କରାଯାଇଥିଲା। ଜୁଲାଇ ୧୦ ତାରିଖରେ ଅପରାହ୍ନ ପାଞ୍ଚଟା ସମୟରେ ଯମୁନା ନଦୀର (Yamuna River) ଜଳ ସ୍ତର ବିପଦ ସଙ୍କେତ ସ୍ତର ୨୦୫.୩୩ ମିଟର ଅତିକ୍ରମ କରିଥିଲା। ଏବେ ଏହାର ୮ ଦିନ ପରେ ନଦୀ ଜଳ ବିପଦ ସଙ୍କେତ (Yamuna River Danger Mark) ତଳେ ପ୍ରବାହିତ ହେଉଛି। ବର୍ତ୍ତମାନ ଯମୁନା ନଦୀରେ ଜଳ ସ୍ତର (Yamuna Rive Water Level Latest) ୨୦୪.୫୦ ମିଟର ରହିଛି। ଯାହା କେବଳ ବିପଦ ସଙ୍କେତ ଠାରୁ ସାମାନ୍ୟ ଅଧିକ ରହିଛି। ବନ୍ୟା ହେବାର ସମ୍ଭାବନା ବଢିବା ପରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ (National Capital Delhi) ଭାରୀ ଯାନ ପ୍ରବେଶ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ବନ୍ୟା ପରିସ୍ଥିତିରେ ସାମାନ୍ୟ ଉନ୍ନତି ଏବଂ ଯମୁନା ନଦୀ ଜଳ ସ୍ତର ହ୍ରାସ ପାଇବା ପରେ ଏପରି ନିଷ୍ପତ୍ତି ନିଆଯାଇଛି।  


ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଯମୁନା ନଦୀର (Yamuna River Delhi) ଜଳ ସ୍ତର ଧିରେ ଧିରେ ହ୍ରାସ ପାଇଥିଲା। ମାତ୍ର ନଦୀ ଜଳ ବିପଦ ସଙ୍କେତ ଠାରୁ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିଲା। ମଙ୍ଗଳବାର ସକାଳ ସାତଟା ସମୟରେ ଯମୁନା ନଦୀର ଜଳ ସ୍ତର ୨୦୫.୭୧ ମିଟର ରହିଥିବାର ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ଯମୁନା ନଦୀର ଜଳ ସ୍ତର ପୁରୁଣା ରେଳ ବ୍ରିଜ (Yamuna River Old Railway Bridge) ଠାରେ ୨୦୫.୭୫ ମିଟର ରହିଥିବାର ରେକର୍ଡ କରାଯାଇଥିଲା। ସେତେବେଳେ ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତ ୨୦୫.୩୩ ମିଟର ଠାରୁ ଅଧିକ ରହିଥିଲା।


ଗତ ସପ୍ତାହରେ ଯମୁନା ନଦୀର ଜଳ ସ୍ତର ବିପଦ ସଙ୍କେତ ୨୦୭.୪୯ ମିଟର ଅତିକ୍ରମ କରିଥିଲା। ଯାହା ପୂର୍ବ ଥରର ରେକର୍ଡ ଭାଙ୍ଗି ଦେଇଥିଲା। ଯମୁନା ନଦୀରେ ଜଳ ସ୍ତର ବଢିବା ପରେ ରାଷ୍ଟ୍ରୀୟ ଦିଲ୍ଲୀର ଅନେକ ଅଞ୍ଚଳରେ  ବନ୍ୟା ଭଳି (Flood in Delhi) ପରିସ୍ଥିତି ସୃଷ୍ଟି ହୋଇଥିଲା। ଗତ ୧୨ ତାରିଖରେ ଯମୁନା ନଦୀର ଜଳ ସ୍ତର ୨୦୮ ମିଟର ରହିଥିବାର ରେକର୍ଡ କରାଯାଇଥିଲା। ଯମୁନା ନଦୀରେ ଜଳ ସ୍ତର ୨୦୫.୩୩ ମିଟର ଉପରକୁ ଚାଲିଯାଏ, ସେତେବେଳେ ନଦୀ ବିପଦ ସଙ୍କେତ ଅତିକ୍ରମ କରେ ବୋଲି କୁହାଯାଏ। ଯଦି ହିମାଚଳ ପ୍ରଦେଶ (Himachal Pradesh), ପଞ୍ଜାବ (Punjab) ଏବଂ ହରିୟାଣାରେ (Haryana) ବର୍ଷା ନହୁଏ, ତାହେଲେ ଦିଲ୍ଲୀ ସ୍ଥିତ ଯମୁନା ନଦୀର ଜଳ ସ୍ତର ଖୁବ୍ ଶୀଘ୍ର ହ୍ରାସ ପାଇବ।