Vasco Da Gama-Hazrat Nizamuddin Goa Express: ସଦ୍ୟ ମହାରାଷ୍ଟ୍ର ନାସିକ ଜିଲ୍ଲାର ମନମାଡ ଜଙ୍କସନ ଠାରେ ଘଟିଯାଇଛି ଏକ ବିଚିତ୍ର ଘଟଣା। ଗୋଆ ଏକ୍ସପ୍ରେସ ପାଇଁ ଅପେକ୍ଷା କରିଥିବା ପ୍ରାୟ ୪୫ ଯାତ୍ରୀ ସେତେବେଳେ ଏକଥା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେମାନେ ଅପେକ୍ଷା କରିଥିବା ଟ୍ରେନ ୯୦ ମିନିଟ ପୂର୍ବରୁ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲା। କେବଳ ସେତିକି ନୁହେଁ ରେଳ ଷ୍ଟେସନ ଠାରେ ପହଞ୍ଚିବା ପରେ ପ୍ରାୟ ୫ ମିନିଟ ଅଟକି ରହିବା ସହ ଅପେକ୍ଷା କରିଥିବା ଯାତ୍ରୀଙ୍କୁ ନ ନେଇ ଚାଲି ଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଭାରତୀୟ ରେଳବାଇର ଜଣେ ଅଧିକାରୀ (Indian Railway Offcial) କହିଛନ୍ତି ଯେ ଗୋଆ ଠାରୁ ଦିଲ୍ଲୀ (Goa Delhi Express) ଅଭିମୁଖେ ଚଳାଚଳ କରୁଥିବା ଭାସ୍କୋଡାଗାମା-ହଜରତ ନିଜାମୁଦ୍ଦିନ ଗୋଆ ଏକ୍ସପ୍ରେସ (Vasco Da Gama-Hazrat Nizamuddin Goa Express) ଗୁରୁବାର ସକାଳ ୯:୫୫ ସମୟରେ ଡାଇଭର୍ଟେଡ ରୁଟ ଦେଇ ମନମାଡ ଜଙ୍କସନ (Manmad Junction) ଠାରେ ପହଞ୍ଚି ଯାଇଥିଲା। ମନମାଡ ରେଳ ଷ୍ଟେସନ ଠାରେ (Manmad Railway Station) ଦିଲ୍ଲୀ-ଗୋଆ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟ ସକାଳ ୧୦.୩୫ ସମୟରେ ମନମାଡ ଜଙ୍କସନ ଠାରେ ପହଞ୍ଚିବାର ଥିଲା। ମାତ୍ର ଏହି ଟ୍ରେନ ଧାର୍ଯ୍ୟ ସମୟର ୯୦ ମିନିଟ ପୂର୍ବରୁ ପହଞ୍ଚି ଯାଇଥିଲା। 


ମନମାଡ ଜଙ୍କସନ ଠାରେ ସୃଷ୍ଟି ହୋଇଥିଲା ଉତ୍ତେଜନା
ରେଳବାଇ ଅଧିକାରୀ କହିଛନ୍ତି ଯେ ଏହି ଟ୍ରେନ କେବଳ ୫ ମିନିଟ ପାଇଁ ମନମାଡ ଜଙ୍କସନ ଠାରେ ଅଟକିବା ସହ ଅପେକ୍ଷା କରି ରହିଥିବା ୪୫ ଜଣ ଯାତ୍ରୀଙ୍କୁ ନ ନେଇ ମନମାଡ ରେଳ ଷ୍ଟେସନ ଛାଡି ଦେଇଥିଲା। ଅଧିକାରୀ କହିଛନ୍ତି ଯେ ଯେତେବେଳେ ଯାତ୍ରୀ ଏହି ଟ୍ରେନ ଯୋଗେ ଯାତ୍ରା କରିବା ପାଇଁ ସକାଳ ପ୍ରାୟ ୯.୪୫ ସମୟରେ ରେଳ ଷ୍ଟେସନ ଠାରେ ପହଞ୍ଚିଥିଲେ, ସେତେବେଳେ ଟ୍ରେନ୍ ସେମାନଙ୍କୁ ଛାଡି ଦେଇ ଚାଲିଥିବାର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିବ୍ରତ ଯାତ୍ରୀ ରେଳ ଷ୍ଟେସନ ପ୍ରବନ୍ଧକଙ୍କ (Manmad Railway Station Manager) କାର୍ଯ୍ୟାଳୟକୁ ଯାଇ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।


ରେଳବାଇ ନେଲା ଏହି ନିଷ୍ପତ୍ତି 
ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କେନ୍ଦ୍ରୀୟ ରେଳବାଇ (Central Railway) ମୁଖ୍ୟ ଜନସମ୍ପର୍କ ଅଧିକାରୀ ଡକ୍ଟର ଶିବରାଜ ମାନସପୁର କହିଛନ୍ତି ଯେ ବିଭାଗୀୟ କର୍ମଚାରୀଙ୍କ ଭୁଲ୍ ପାଇଁ ଏଭଳି ଘଟଣା ଘଟିଛି। ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଯାଇଛି। ପ୍ରଭାବିତ ଯାତ୍ରୀଙ୍କ ପାଇଁ ଗୀତାଞ୍ଜଳି ଏକ୍ସପ୍ରେସ (Gitanjali Express) ଯୋଗେ ଯାତ୍ରା କରିବାର ବ୍ୟବସ୍ଥା କରାଯାଇଥିଲା। ମନମାଡ଼ ଜଙ୍କସନ ଗୀତାଞ୍ଜଳି ଏକ୍ସପ୍ରେସ ଲାଗି ରହଣୀସ୍ଥଳ (Gitanjali Express Halts) ହୋଇନଥିବା ସତ୍ତ୍ୱେ ଟ୍ରେନ ଏହି ଷ୍ଟେସନ ଠାରେ ଅଟକି ଯାଇଥିଲା। ଗୀତାଞ୍ଜଳି ଏକ୍ସପ୍ରେସ ଯୋଗେ ଯାତ୍ରୀ ଜଲଗାଓଁ ଜଙ୍କସନ (Jalgaon Junction) ଠାରେ ପହଞ୍ଚିଥିଲେ। ଯେଉଁଠାରେ ସେମାନଙ୍କୁ ଗୋଆ ଏକ୍ସପ୍ରେସ ଅପେକ୍ଷା କରି ରହିଥିଲା। ଦିଲ୍ଲୀ-ଗୋଆ ଏକ୍ସପ୍ରେସ ନିର୍ଦ୍ଧାରିତ ସମୟ ପୂର୍ବରୁ ମନମାଡ ରେଳ ଷ୍ଟେସନ ଠାରେ ପହଞ୍ଚି ଯାଇଥିଲା। କାରଣ ଏହାର ନିୟମିତ ମାର୍ଗ ବେଲଗମ-ମିରାଜ-ଦୌଣ୍ଡ ମାର୍ଗକୁ (Belgaum-Miraj-Daund Route) ରୋହା-କଲ୍ୟାଣ-ନାଶିକ ରୋଡ ମାର୍ଗରେ (Roha Kalyan Nashik Route) ପରିବର୍ତ୍ତନ କରି ଦିଆଯାଇଥିଲା।