Spiderman Spiderwoman Arrest: ପୋଲିସ ଜାଲରେ `ସ୍ପାଇଡରମ୍ୟାନ୍-ସ୍ପାଇଡର୍ ୱମ୍ୟାନ୍`; ଜାଣନ୍ତୁ ପୁରା ଘଟଣାକ୍ରମ
Spiderman Spiderwoman Viral Video: ରାସ୍ତାରେ ବୁଲିବା ବେଳେ ପୋଲିସ ଜାଲରେ ଧରା ପଡ଼ିଛନ୍ତି `ସ୍ପାଇଡରମ୍ୟାନ୍-ସ୍ପାଇଡର୍ ୱମ୍ୟାନ୍`।
Spiderman Spiderwoman Stunt on Bike: ଦିଲ୍ଲୀ ପୋଲିସ ଜାଲରେ ଧରା ପଡ଼ିଛନ୍ତି 'ସ୍ପାଇଡରମ୍ୟାନ୍-ସ୍ପାଇଡର୍ ୱମ୍ୟାନ୍'। ଉଭୟେ ରାସ୍ତାରେ ଗାଡ଼ି ଚଳାଇବା ବେଳେ ଷ୍ଟଣ୍ଟ କରୁଥିବାର ଭିଡ଼ିଓ ଭାଇରାଲ ହେବା ପରେ ପୋଲିସ ଉଭୟଙ୍କୁ ଉଠାଇ ନେଇଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀ ସ୍ଥିତ ଦ୍ୱାରକା ଅଞ୍ଚଳରେ ଜଣେ ଯୁବକ ଏବଂ ଅନ୍ୟ ଜମେ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଉଭୟେ ସୁପରହିଟ୍ ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍ ୱମ୍ୟାନ୍ ପୋଷାକ ପିନ୍ଧିଥିଲେ। ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ ଉଭୟେ ରାସ୍ତାରେ ବାଇକ ଚଳାଇବା ବେଳେ ଷ୍ଟଣ୍ଟ କରୁଥିଲେ।
'ସ୍ପାଇଡରମ୍ୟାନ୍-ସ୍ପାଇଡର୍ ୱମ୍ୟାନ୍' ବିନା ନମ୍ବର ପ୍ଲେଟ ବିନା ଏବଂ ସାଇଡ ମିରର ନଥିବା ଗାଡ଼ି ଚଳାଉଥିଲେ। ଉଭୟଙ୍କ ପରିଚୟ ମିଳିସାରିଛି। ସେମାନେ ହେଉଛନ୍ତି ୨୦ ବର୍ଷୀୟ ଆଦିତ୍ୟ ଏବଂ ତାଙ୍କର ୧୯ ବର୍ଷୀୟ ବାନ୍ଧବୀ ଅଞ୍ଜଳି। ଆଦିତ୍ୟ ସ୍ପାଇଡରମ୍ୟାନ୍ ଏବଂ ଅଞ୍ଜଳି ସ୍ପାଇଡର୍ ୱମ୍ୟାନ୍ ପୋଷାକ ପରିଧାନ କରିଥିଲେ।
ରାସ୍ତାରେ ଗାଡ଼ି ଚଳାଇବା ବେଳେ କରୁଥିଲେ ଷ୍ଟଣ୍ଟ
ଆଦିତ୍ୟ ଏବଂ ଅଞ୍ଜଳି ଏକାଠି ଇନଷ୍ଟାଗ୍ରାମ ରୀଲ ତିଆରି କରିବାକୁ ଯାଇ ରାସ୍ତାରେ ବାଇକ ଚଲାଇବା ବେଳେ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ। ଉଭୟେ ସେମାନଙ୍କ ରୀଲ ନାଁ "ସ୍ପାଇଡରମ୍ୟାନ୍ ନଜାଫଗଡ଼ ପାର୍ଟି ୫" ରଖିଥିଲେ। ରାସ୍ତାରେ ଗାଡ଼ି ଚଳାଇବା ବେଳେ ଷ୍ଟଣ୍ଟ କରୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଥିରେ ସ୍ପାଇଡର୍ ୱମ୍ୟାନ୍ ଅଞ୍ଚଳି, ସ୍ପାଇଡରମ୍ୟାନ୍ ଆଦିତ୍ୟଙ୍କୁ ଭେଟିବା ହାତ ମିଲାଉଛି। ଏହା ପରେ ଉଭୟେ ଏଖ ବାଇକ୍ ନେଇ ଦିଲ୍ଲୀ ରାଜରାସ୍ତାରେ ଉଭୟଙ୍କ ରୀଲ୍ ଯାତ୍ରା କରିବାକୁ ବାହାରି ଯାଉଛନ୍ତି ରାସ୍ତାରେ ବୁଲିବା ସମୟରେ ସେମାନେ ପରସ୍ପର ସହ କଥା ହେଉଛନ୍ତି ଏବଂ କ୍ୟାମେରା ପାଇଁ ପୋଜ୍ ଦେବା ସହ ନାଚିବାକୁ ମଧ୍ୟ ପଛାଉ ନାହାଁନ୍ତି। ଏହି ଭିଡିଓ ସୋସିଆଲ ମିଡିଆ ଦ୍ୱାରା ଖୁବ ଶୀଘ୍ର ଭାଇରାଲ ହୋଇଯାଇଥିଲା। ଯାହା ପରେ ଦିଲ୍ଲୀ ଟ୍ରାଫିକ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।
ଗାଡି ଚଳାଇବା ସମୟରେ ନିୟମ ଭାଙ୍ଗିବା କାରଣରୁ ଚାଲାଣ ମଧ୍ୟ କଟାଯାଇଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ଦିଲ୍ଲୀ ନାଜଫଗଡ଼ ଅଞ୍ଚଳର ସ୍ପାଇଡରମ୍ୟାନ୍ ଦିଲ୍ଲୀ ରାସ୍ତାରେ ନିଜର ସୁପରହିଟ୍ ପୋଷାକ ପିନ୍ଧି ବୁଲୁଥିଲେ। ୨୦ ବର୍ଷୀୟ ସ୍ପାଇଡରମ୍ୟାନ୍ ଆଦିତ୍ୟ ହେଉଛନ୍ତି ନଜଫଗଡ଼ ଅଞ୍ଚଳର ବାସିନ୍ଦା। ତାଙ୍କର ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛି। ଯାହାର ନାଁ ହେଉଛି "ଇଣ୍ଡିଆନ୍ ସ୍ପିଡେ ଅଫିସିଆଲ୍" (Indian Spidey Official)। ସେ ତାଙ୍କ ସୋସି ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ମାଧ୍ୟମରେ ସେୟାର କରିଥାନ୍ତି। ତାଙ୍କର ପ୍ରାୟ ୧୦ ହଜାର ଅନୁସରଣକାରୀ ଅଛନ୍ତି। ତାଙ୍କର କିଛି ଭିଡିଓ 70 ହଜାରରୁ ଅଧିକ ଲାଇକ୍ ପାଇସାରିଛି।