Deepotsav 2023 in Ayodhya: ଚଳିତ ବର୍ଷ ପୂର୍ବ ଅପେକ୍ଷା ଆହୁରି ଅଧିକ ଭବ୍ୟ ହେବେ ଧର୍ମନଗରୀ ଠାରେ ଆୟୋଜିତ ହେଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମ। ଏଥର ଆଲୋକର ପର୍ବ ଦୀପାବଳୀ ଅବସରରେ ୨୧ ଲକ୍ଷ ମାଟି ଦୀପ ଜାଳିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥର ଅଯୋଧ୍ୟସ୍ଥିତ ରାମ ମନ୍ଦିରରେ ରାମ ଲାଲା ଗର୍ଭଗୃହରେ ବିରାଜ ହେବା ପୂର୍ବରୁ ଦୀପୋତ୍ସବ ପାଳନ କରାଯିବ। ଚଳିତ ରାଜ୍ୟରେ ପାଳିତ ହେବାକୁ ଯାଉଥିବା ଦୀପୋତ୍ସବ କାର୍ଯ୍ୟକ୍ରମ ସମ୍ପର୍କରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରତିକ୍ରିୟା ରଖିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏଥର ଦୀପୋତ୍ସବ ଏକ ନୂତନ ରେକର୍ଡ ସୃଷ୍ଟି କରିବେ। ଗତ ବର୍ଷ ୧୫.୭୬ ଲକ୍ଷ ଦୀପରେ ଆଲୋକିତ ହୋଇଥିଲା ଧର୍ମନଗରୀ ଅଯୋଧ୍ୟା।


COMMERCIAL BREAK
SCROLL TO CONTINUE READING

ଉତ୍ତର ସରକାରଙ୍କ ଜଣେ ମୁଖପାତ୍ରଙ୍କ କହିବା ଅନୁଯାୟୀ ଚଳିତ ବର୍ଷ ୨୧ ଲକ୍ଷ ମାଟି ଦୀପ ଜଳାଯିବ। ଚଳିତ ବର୍ଷ ଦୀପାବଳୀ ଅବସରରେ ଧର୍ମନଗରୀ ଅଯୋଧ୍ୟାସ୍ଥିତ ପ୍ରତ୍ୟେକ ଘାଟ, ମଠ, ମନ୍ଦିର, ସୂର୍ଯ୍ୟ କୁଣ୍ଡ, ଭାରତ କୁଣ୍ଡ ଏବଂ ପ୍ରତ୍ୟେକ ଘର ମାଟି ଦୀପ ଦ୍ୱାରା ଆଲୋକିତ ହେବ। ଗତ ୨୦୧୭ ମାର୍ଚ୍ଚରୁ ରାଜ୍ୟରେ ଯୋଗୀ ସରକାର କ୍ଷମତାସୀନ ହେବା ପର ଠାରୁ ପ୍ରତିବର୍ଷ ଦୀପାବଳି ଅବସରରେ ଧର୍ମନଗରୀ ଅଯୋଧ୍ୟା ଠାରେ ଦୀପୋତ୍ସବ କାର୍ଯ୍ୟକ୍ରମ ପାଳିତ ହୋଇଆସୁଛି।


ନିଜର ସରକାରରେ ଅଯୋଧ୍ୟା ପ୍ରତି ରହିଥିବା ଗୁରୁତ୍ୱ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏନେଇ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି, ବର୍ତ୍ତମାନ ଅଯୋଧ୍ୟା ଠାରେ ପ୍ରାୟ ୩୨ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଦେଶର କୌଣସି ସହରରେ ଏତେ ସଂଖ୍ୟକ ପ୍ରକଳ୍ପ କାର୍ଯ୍ୟକାରୀ ହେଉନାହିଁ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମଲାଲାଙ୍କୁ ୫୦୦ ବର୍ଷ ପରେ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରିବେ, ସେତେବେଳେ ସମଗ୍ର ବିଶ୍ୱ ଅଯୋଧ୍ୟା ପ୍ରତି ଆକର୍ଷିତ ହେବ।


Also Read: Mahashivratri: ମହାକାଳ ନଗରୀ ଉଜ୍ୱୈନ ଭାଙ୍ଗିଲା ରାମନଗରୀ ଅଯୋଧ୍ୟା ରେକର୍ଡ, ଜାଗରରେ ଜଳିଲା ୧୮ ଲକ୍ଷ ଦୀପ


ଅଯୋଧ୍ୟା ଠାରେ ଚାଲିଥିବା ବିକାଶ ମୂଳକ ପ୍ରକଳ୍ପ ବାବବଦରେ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଧର୍ମନଗରୀରେ ନିର୍ମିତ ହେଉଥିବା ଅନ୍ତର୍ଜାତୀୟ ବିମାନ ବନ୍ଦର, ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ବିଷୟରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ଏହି ଅବସରରେ ବିରୋଧିଙ୍କ ଉଦ୍ଦେଶ୍ୟରେ କଟାକ୍ଷ କରି କହିଥିଲେ ଯେ ପୂର୍ବରୁ ଅଯୋଧ୍ୟା ଠାରେ ନାଁ ରାସ୍ତା ଥିଲା ନାଁ ଟ୍ରେନ୍ ସୁବିଧା ଉପଲବ୍ଧ ଥିଲା। ଗୋରଖପୁର ଏବଂ ଲକ୍ଷ୍ନୌ ଠାରୁ ଅଯୋଧ୍ୟା ଠାରେ ପହଞ୍ଚିବା ପାଇଁ ପ୍ରାୟ ପାଞ୍ଚ-ଛଅ ଘଣ୍ଟା ସମୟ ଲାଗୁଥିଲା। ହେଲେ ବର୍ତ୍ତମାନ ଏହି ଯାତ୍ରା ଏକ ଘଣ୍ଟା ମଧ୍ୟରେ ଶେଷ ହୋଇଯାଉଛି।


ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ୬ ବର୍ଷ ପୂର୍ବେ ଲୋକେ ଅଯୋଧ୍ୟା ନାମ ନେବାରୁ ଦୂରେଇ ରହୁଥିଲେ। ହେଲେ ଆମ ସରକାର ଏହାର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବାକୁ ଚେଷ୍ଟା କରୁଛି। ପୂର୍ବରୁ ମହାଶିବରାତ୍ରୀ ଅବସରରେ ୧୮ ଲକ୍ଷରୁ ଦୀପ ଜଲାଇ ବାବା ମହାକାଳଙ୍କ ନଗରୀ ଉଜ୍ୱୈନ ରେକର୍ଡ ସୃଷ୍ଟି କରିଥିଲା। ଅନ୍ୟପଟେ ଗତ ବର୍ଷ ରାମନଗରୀ ଅଯୋଧ୍ୟା ଠାରେ ଦୀପାବଳି ଅବସରର ୧୫ ଲକ୍ଷ ଦୀପ ଜଳାଇ ଯାଇଥିଲା। ଏଥର ଧର୍ମ ନଗରୀ ଅଯୋଧ୍ୟା ଦୀପ ଜାଳିବା କ୍ଷେତ୍ରରେ ନିଜର ପୁରୁଣା ରେକର୍ଡ ସହ ଉଜ୍ୱୈନ ରେକର୍ଡ ଭାଙ୍ଗିବାକୁ ଯାଉଛି।