Filmmaker Dies: ଦିଲ୍ଲୀରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବ ଫିଲ୍ମ ନିର୍ମାତାଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୂଚନାନୁସାରେ, ଫିଲ୍ମ ମେକର ପିୟୁଷ ପାଲ୍ ନିଜ ବାଇକ ଯୋଗେ ଘରକୁ ଫେରୁଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ବାଇକ୍ ରେ ଦୁର୍ଘଟଣା ଘଟିବା ପରେ ନିର୍ମାତା ଜଣକ ରାସ୍ତା ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଲୋକ ତାଙ୍କୁ ସାହାଯ୍ୟ ନକରି ଦେଖଣାହାରୀ ସାଜିଥିଲେ। ଫଟୋ ଉଠାଇବା ସହ ଭିଡିଓ କରିଲେ, ଶେଷରେ ତାଙ୍କଠୁ ତାଙ୍କ ଫୋନ କ୍ୟାମେରା ଓ ଲ୍ୟାପଟପ ଛଡେଇ ନେଇଯାଇଥିଲେ ଲୋକ। 


COMMERCIAL BREAK
SCROLL TO CONTINUE READING

ସେପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିରହିଥିବା ଫିଲ୍ମ ନିର୍ମାତା ପିୟୁଷଙ୍କୁ ବହୁତ ସମୟରେ ପରେ ସାହାଯ୍ୟ ମିଳିଥିଲା ହେଲେ ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥିଲା।


କଣ ଥିଲା ପୂରା ମାମଲା-:
ଏହି ଘଟଣା ଦିଲ୍ଲୀର ରିଂ ରୋଡ ଅଞ୍ଚଳର । ଯେତେବେଳେ ଜଣେ ଗଭୀର ଆଘାତ ଅବସ୍ଥାରେ ରୋଡ୍ ରେ ପଡ଼ିଥିଲେ ଲୋକମାନେ ତାଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କ ଫଟୋ ଉଠାଉଥିଲେ ଓ ଭିଡିଓ କରୁଥିଲେ। ପାଖରେ ଲାଗିଥିବା ଏକ ସିସିଟିଭି ଫୁଟେଜରୁ ଏହି ପୂରା ଘଟଣା ବିଷୟରେ ଜଣାପଡ଼ିଥିଲା ।  ଏହି ଯୁବ ଫିଲ୍ମ ମେକର ଜଣେ ଡକ୍ୟୁମେଣ୍ଟାରୀ ଫିଲ୍ମ ଡାଇରେକ୍ଟର (Documentary Film Director) ବୋଲି ଜଣାପଡିଛି । ପୋଲିସର ଛାନଭିନ୍ ପରେ ତାଙ୍କ ନାଁ ପୀୟୁଷ ପାଲ୍ ବୋଲି ପୋଲିସ କହିଛି। ପୀୟୁଷ ନିଜ ଘରକୁ ଫେରୁଥିବା ସମୟରେ ଆଉ ଜଣେ ଯୁବକ ତାଙ୍କ ଗାଡ଼ିକୁ ପଛପଟୁ ଜୋର୍ ଧକ୍କା ଦେଇଥିଲେ । ଯାହାଫଳରେ ପୀୟୁଷ ଘଟଣାସ୍ଥଳରେ ନିଜ ଗାଡ଼ିରୁ ଛିଟିକି ପଡ଼ିଥିଲେ। ଗାଡ଼ିରୁ ଛିଟିକି ପଡ଼ିବାରୁ ପୀୟୁଷଙ୍କ ମୁହଁ ଓ ମୁଣ୍ଡେ ଗଭୀର ଆଘାତ ଲାଗିଥିଲା। 


ଏତେସବୁ ଘଟଣା ଘଟିଲା ପରେ ସେଠାରେ ଜମା ହୋଇଥିବା ଲୋକ ତାଙ୍କ ଫଟୋ ଓ ଭିଡିଓ ସୁଟ୍ (Video Shoot) କରୁଥିଲେ ହେଲେ କେହି ସାହାଯ୍ୟ ପାଇଁ ହାତ ବଢାଇନଥିଲେ। ପରେ କିଛି ଲୋକ ପୀୟୁଷଙ୍କୁ ଅଟୋ ରେ ନେଇ ପାଖରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ କିଛି ଘଣ୍ଟାର ସଂଘର୍ଷ ପରେ ଶେଷରେ ଜୀବନ ସହ ଲଢି ଲଢି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ୩୦ ବର୍ଷୀୟ ଯୁବ ଫିଲ୍ମ ମେକର ପୀୟୁଷ ପାଲ୍ । ହସ୍ପିଟାଲରେ ପୋଲିସ ପହଞ୍ଚିବା ବେଳକୁ ତାଙ୍କ ମୃତଦେହ ହସ୍ପିଟାଲରୁ ପରିଜନ ମାନେ ନେଇଯାଇଥିଲେ। ପରେ ପୋଲିସର ତନାଘନା ଓ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପୀୟୁଷଙ୍କ ମରଶରୀରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣା ଜଣାପଡ଼ିବା ପରେ ସବୁ ମହଲରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। 


Also Read: Weather Report: ଦକ୍ଷିଣ ଓଡ଼ିଶା ସମେତ ପୂର୍ବ ଓଡ଼ିଶାରେ ମେଘୁଆ ପାଗ, ହୋଇପାରେ ହାଲୁକା ବର୍ଷା