Donkey Demand Surges in Sudan: ବିଗତ ୧୧ ମାସ ଧରି ଜଳିବାରେ ଲାଗିଛି ଆଫ୍ରିକୀୟ ଦେଶ ସୁଦାନ। ଦେଶର ସୈନ୍ୟ ବାହିନୀ ଏବଂ ପାରାମିଲିଟାରୀ ଫୋର୍ସ ମଧ୍ୟରେ ହୋଇଥିବା ଯୁଦ୍ଧ ଆରମ୍ଭ ହୋଇଯିବା କାରଣରୁ ଦେଶରେ ଅନାହାର ଭଳି ପରିସ୍ଥିତି ଉପୁଜିଛି। ମିଳିତ ଜାତିସଂଘ ଅଧିନସ୍ଥ ୱାର୍ଲ୍ଡ ଫୁଡ୍ ପ୍ରୋଗ୍ରାମ୍ ଅନୁଯାୟୀ ପ୍ରାୟ ୨.୫ କୋଟି ଲୋକ ଖାଦ୍ୟ ସଂକଟର ସାମ୍ନା କରୁଛନ୍ତି। ଅନ୍ୟପକ୍ଷରେ ୫୦ ଲକ୍ଷ ଲୋକଙ୍କ ପାଇଁ ଦୈନିକ ପର୍ଯ୍ୟାପ୍ତ ପରିମାଣରେ ଖାଦ୍ୟ ଉପଲବ୍ଧ ହେଉ ନାହିଁ।


COMMERCIAL BREAK
SCROLL TO CONTINUE READING

ଦେଶରେ ଦରଦାମ ବୃଦ୍ଧି ଆକାଶଛୁଆଁ ହେବା କାରଣରୁ ଆର୍ଥିକ ସ୍ଥିତି ଏପରି ହୋଇଛି ଯେ ଲୋକେ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ଯୁଦ୍ଧ ହେବା କାରଣରୁ ସମଗ୍ର ଦେଶରେ ଅରାଜକତା ବ୍ୟାପିଯାଇଛି। ଲୋକେ ନିଜ ଘର ଛାଡି ମଧ୍ୟ କୌଣସି ସ୍ଥାନକୁ ଯାଇ ପାରୁନାହାନ୍ତି। ଇନ୍ଧନ ମୂଲ୍ୟ ଏତେ ବୃଦ୍ଧି ପାଇଛି ଯେ ଲୋକେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ ଆବଶ୍ୟକ ହେଉଥିବା ଖର୍ଚ୍ଚ ବହନ କରିବାକୁ ସକ୍ଷମ ନୁହଁନ୍ତି। ଯାହାର ଫଳସ୍ୱରୂପ ସୁଦାନ ଭଳି ଏକ ଯୁଦ୍ଧଗ୍ରସ୍ତ ଦେଶରେ ହଠାତ୍ ଗଧ ଚାହିଦା ବୃଦ୍ଧି ପାଇଛି। ଇନ୍ଧନ ଅଭାବ କାରଣରୁ ସାଧାରଣ ମୋଟର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଏପରିକି ଅସୁସ୍ଥ ଲୋକଙ୍କୁ ଡାକ୍ତରଖାନା ନେବାରେ ମଧ୍ୟ ଅସୁବିଧା ହେଉଛି।


ମହଙ୍ଗା ହୋଲଗଲା ପେଟ୍ରୋଲ; ବଢିଗଲା ଗଧଙ୍କ ଚାହିଦା
ଯୁଦ୍ଧ କାରଣରୁ ଦେଶର ଜନସାଧାରଣଙ୍କ ଲାଗି ସମସ୍ୟା ବଢିଯାଇଛି। ରାସ୍ତାରେ ପରିବହନ ହେଉନାହିଁ। ବିଭିନ୍ନ ସ୍ଥାନରେ ଚେକ ପଏଣ୍ଟ ପ୍ରସ୍ତୁତ କରାଯାଇଛି। ପେଟ୍ରୋଲ ପମ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ସେନା ନିୟନ୍ତ୍ରଣରେ ରହିଥିବା ଅଞ୍ଚଳରେ ଇନ୍ଧନ ଯୋଗାଣକାରୀ ପେଟ୍ରୋଲ ଷ୍ଟେସନ ଲାଗି ତୈଳ ଯୋଗାଣ ବନ୍ଦ କରି ଦେଇଛନ୍ତି। ଇନ୍ଧନର ଅଭାବ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ପାଇଛି। ଇନ୍ଧନ ବର୍ତ୍ତମାନ ୨୦ ଗୁଣ ଅଧିକ ମହଙ୍ଗା ହୋଇଯାଇଛି। ଗୋଟିଏ ଲିଟର ପେଟ୍ରୋଲ ମୂଲ୍ୟ ବର୍ତ୍ତମାନ ୨୫ ହଜାର ସୁଦାନୀ ପାଉଣ୍ଡ କିମ୍ବା ପ୍ରାୟ ୨୦ ଆମେରିକୀୟ ଡଲାର ହୋଇଯାଇଛି। ଭାରତୀୟ ମୁଦ୍ରାରେ ଏହାର ପରିମାଣ ୧୬୫୪ ଟଙ୍କା ରହିଛି।


ଅନାହାରର ସାମ୍ନା କରୁଛନ୍ତି ୫୦ ଲକ୍ଷ ଲୋକ 
ୱାର୍ଲ୍ଡ ଫୁଡ ପ୍ରୋଗ୍ରାମ୍ ପକ୍ଷରୁ କୁହାଯାଇଛି ସମଗ୍ର ଦେଶରେ ପ୍ରତି ୧୦ ଜଣଙ୍କ ମଧ୍ୟରୁ ଏପରି ୯ ଜଣ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ପାଇପାରୁ ନାହାଁନ୍ତି। ଏହାର ଗୋଟିଏ କାରଣ ହେଉଛି ଏହି ସମସ୍ତ ଲୋକ ଏପରି ହିଂସା ପ୍ରଭାବିତ ଅଞ୍ଚଳରେ ଫସି ରହିଛନ୍ତି ଯେଉଁଠାରେ ରିଲିଫ୍ ସାମଗ୍ରୀ ବିତରଣ କରିବା ଅତ୍ୟନ୍ତ କଷ୍ଟକର ହୋଇଯାଇଛି। ଯୁଦ୍ଧ କାରଣରୁ ୧.୮ କୋଟି ଲୋକଙ୍କୁ ଗୁରୁତର ଖାଦ୍ୟ ସଂକଟର ସାମ୍ନା କରିବାକୁ ପଡୁଛି। ସେହିପରି ୫୦ ଲୋକ ଅନାହାରର ସାମ୍ନା କରୁଛନ୍ତି। ଡବ୍ଲୁଏଚ୍‌ପି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସିଣ୍ଡି ମ୍ୟାକକେନ୍‌ କହିଛନ୍ତି ଯେ, ୨୦ ବର୍ଷ ପୂର୍ବେ ଦାରଫୁର ଠାରେ ବିଶ୍ୱର ସବୁଠୁ ବଡ କ୍ଷୁଧା ସଙ୍କଟ ରହିଥିଲା। ଏହାର ଜବାବ ଦେବା ପାଇଁ ସମଗ୍ର ବିଶ୍ୱ ଏକତ୍ରୀତ ହୋଇଥିଲା। ହେଲେ ବର୍ତ୍ତମାନ ସୁଦାନ ଲୋକଙ୍କୁ ଭୁଲି ଯାଇଛି ବିଶ୍ୱ। ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଏବଂ ସମଗ୍ର ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ବିପଦରେ ରହିଛି।


ନିଜ ଘର ଛାଡ଼ିଥିବା ଜଣେ ସୁଦାନ ନାଗରିକ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସେ ରାଜଧାନୀ ଖାର୍ତୁମ ଠାରେ ହୋଇଥିବା ଯୁଦ୍ଧରୁ ବଞ୍ଚି ଅଲ-କାଦରିଫ ଠାରେ ପହଞ୍ଚିଛନ୍ତି। ଅନ୍ୟମାନଙ୍କ ପରି ମୁଁ ମଧ୍ୟ ଏଠାରେ ଚାକିରି ପାଇଲି ନାହିଁ। ଏହି କାରଣରୁ ମୁଁ ଗଧ ଗାଡ଼ି କିଣିବାକୁ ସ୍ଥିର କଲି। ଏଥିରୁ ଆପଣ କଳ୍ପନା କରିପାରୁଥିବେ ଯେ ସୁଦାନ ଭଳି ଦେଶରେ କେଉଁ ପରିସ୍ଥିତି ସୃଷ୍ଟି ହୋଇଛି? ଭାଇରାଲ ହୋଇଥିବା ଏକ ଫେସବୁକ ଭିଡିଓ ଶୁକ୍ରବାର ଦର୍ଶାଇଛି ଯେ ଅଲ-କାଦରିଫ ବଜାରରେ ଗଧଙ୍କ ଭିଡ ଦେଖିବାକୁ ମିଳିଥିଲା। ଗତ ବର୍ଷ ଅପ୍ରେଲ ମାସରୁ ସୁଦାନ ଠାରେ ଚାଲିଥିବା ଗୃହଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।


କାହିଁକି ସୁଦାନ ଠାରେ ଆରମ୍ଭ ହୋଇଥିଲା ଯୁଦ୍ଧ?
ଗତ ବର୍ଷ ଅପ୍ରେଲ୍ ୧୫ ତାରିଖରେ, ସୁଦାନ ସଶସ୍ତ୍ର ବାହିନୀ ମୁଖ୍ୟ ଅବଦେଲ ଫତହ ଅଲ-ବୁରହାନ ଏବଂ ପାରାମିଲିଟାରୀ ରାପିଡ ସପୋର୍ଟ ଫୋର୍ସ କମାଣ୍ଡର ମହମ୍ମଦ ହାମଦାନ ଡାଗଲୋଙ୍କ ମଧ୍ୟରେ ରାଜନୈତିକ କ୍ଷମତା ପାଇଁ ଯୁଦ୍ଧ ଆରମ୍ଭ ହୋଇଥିଲା। ଯାହାର ମୂଲ୍ୟ ଆଜି ସମଗ୍ର ଦେଶ ଦେଉଛି। ପ୍ରାୟ ୪.୫ କୋଟି ଜନସଂଖ୍ୟା ବିଶିଷ୍ଟ ସୁଦାନ ଗୃହ ଯୁଦ୍ଧ କାରଣରୁ ପ୍ରାୟ ଖାଲି ହୋଇଯାଇଛି। ଦିନକୁ ଦିନ ଅବସ୍ଥା ଖରାପ ହେବାରେ ଲାଗିଛି।