Bhubaneswar Doordarshan Kendra Recruitment 2024: ଭୁବନେଶ୍ୱର ସ୍ଥିତ ଦୂରଦର୍ଶନ କେନ୍ଦ୍ର ସମେତ ଦେଶର ବିଭିନ୍ନ ରାଜ୍ୟରେ ଅବସ୍ଥିତ ଥିବା ୧୭ କେନ୍ଦ୍ରର ସମାଚାର ପ୍ରଭାଗରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନେଇ ଆଶାୟୀ ପ୍ରାର୍ଥୀ https://applications.prasarbharati.org ୱେବସାଇଟ ପରିଦର୍ଶନ କରି ନିଯୁକ୍ତି ସମ୍ପର୍କୀତ ସବିଶେଷ ତଥ୍ୟ ଦେଖିପାରିବା ସହ ଆବେଦନ କରିପାରିବେ। 


COMMERCIAL BREAK
SCROLL TO CONTINUE READING

ଏନେଇ ପ୍ରସାର ଭାରତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଇଁ ଆଙ୍କର କମ୍ କରେସପଣ୍ଡେଣ୍ଟ ୨ ପଦବୀ, ବ୍ରଡକାଷ୍ଟ ଏକଜ୍ୟୁକ୍ୟୁଟିଭ ପାଇଁ ୨ ପଦବୀ, ବୁଲେଟିନ ଏଡିଟର ପାଇଁ ୧ ପଦବୀ, କଣ୍ଟେଣ୍ଟ ଏକଜ୍ୟୁକ୍ୟୁଟିଭ ପାଇଁ ୧ ପଦବୀ, କପି ଏଡିଟର ପାଇଁ ୧ ପଦବୀ, ପ୍ୟାକେଜିଂ ଆସିଷ୍ଟାଣ୍ଟ୍ ୧ ପଦବୀ, ସିନିୟର କରେସପଣ୍ଡେଣ୍ଟ୍ ୧ ପଦବୀ, ଭିଡିଓ ଗ୍ରାଫର ୧ ଏବଂ ଭିଡିଓ ପୋଷ୍ଟ ପ୍ରଡକ୍ସନ ପାଇଁ ୨ ପଦବୀ ଲାଗି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏନେଇ ଆଶାୟୀ ପ୍ରାର୍ଥୀ ଅନଲାଇନ ମାଧ୍ୟମରେ ପ୍ରକାଶିତ ବିଜ୍ଞପ୍ତିର ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ।