Earthquake news in Odia: ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡର କେରମାଡେକ୍ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୧ ରେକର୍ଡ କରାଯାଇଛି। ଭୂ-ବିଜ୍ଞାନ ବିଜ୍ଞାନୀଙ୍କ ଅନୁଯାୟୀ ଏହି ଭୂକମ୍ପ ଅତ୍ୟନ୍ତ ଶକ୍ତିଶାଳୀ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମି ଭିତରେ ୧୦ କିଲୋମିଟର ଥିଲା। ଭୂକମ୍ପ ପରେ ସୁନାମି ସମ୍ପର୍କରେ ଏକ ଚେତାବନୀ ଦିଆଯାଇଛି। ତେବେ ରିପୋର୍ଟ ଲେଖାଯିବା ବେଳକୁ କ୍ଷୟକ୍ଷତିର ଆକଳନ କରାଯାଇ ପାରିନାହିଁ। 


COMMERCIAL BREAK
SCROLL TO CONTINUE READING

ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ପୃଥିବୀ ଭିତରେ ୭ଟି ପ୍ଲେଟ ରହିଛି। ଏହି ପ୍ଲେଟ ଗୁଡିକ କ୍ରମାଗତ ଭାବରେ ଘୂର୍ଣ୍ଣନ ପ୍ରକ୍ରିୟାରେ ରହିଥାଏ। ପ୍ଲେଟ ଘୁରୁଥିବା ସମୟରେ ପରସ୍ପର ପ୍ରତି ଧକ୍କା ହୋଇଥାଏ। ଏହି ଧକ୍କା ହୋଇଥିବା ସ୍ଥାନକୁ ଏକ ଫ୍ଲାଟ ଲାଇନ କୁହାଯାଏ। ଏହି ଧକ୍କା ହେବା ଫଳରେ ପ୍ଲେଟ ଗୁଡିକ ସ୍ଥାନ ପରିବର୍ତ୍ତନ କରିଥାନ୍ତି। ଏହା ବ୍ୟତୀତ, ଅତ୍ୟଧିକ ଚାପ ଯୋଗୁଁ ଏହି ପ୍ଲେଟଲେଟ୍ ଗୁଡିକ ମଧ୍ୟ ଭାଙ୍ଗି ଯାଇଥାନ୍ତି। ପ୍ଲେଟଲେଟ୍ ଭାଙ୍ଗିବା କାରଣରୁ ସୃଷ୍ଟି ହୋଇଥିବା ଶକ୍ତି ବାହାରକୁ ଆସିବା ଆରମ୍ଭ କରେ। ଏହି କାରଣରୁ ଭୂକମ୍ପ ହୁଏ।