EdCI Clarification on Odisha Teacher Recruitment 2024: ରାଜ୍ୟରେ ହୋଇଥିବା ଶିକ୍ଷକ ନିଯୁକ୍ତିରେ ଅନିୟମିତତା ହୋଇଥିବା ନେଇ ଆସିଲା ଅଭିଯୋଗ। ହେଲେ ଏହି ଅଭିଯୋଗରେ EdCIL ଜଡ଼ିତ ନଥିବା ଜଣାପଡିଛି। ଏନେଇ ଏକ ପ୍ରେସ ବିଜ୍ଞପ୍ତି ଜାରି କରି EdCIL ପକ୍ଷରୁ କୁହାଯାଇଛି ଓଡ଼ିଶା ସରକାରଙ୍କ ଓସେପା ସହ କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଗତ ବର୍ଷ ଅଗଷ୍ଟ ୨୨ ତାରିଖରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପାଇଁ ଏମଓୟୁ ସ୍ୱାକ୍ଷର କରାଯାଇଥିଲା। ପରେ ପରୀକ୍ଷା ଆୟୋଜନ କରିଥିଲା।   

 

ନିୟମ, ସର୍ତ୍ତାବଳୀ, ମାନଦଣ୍ଡ ଅନୁସାରେ ଆଶାୟୀ ପ୍ରାର୍ଥୀଙ୍କ ଚୟନ କରି ମେରିଟ୍ ତାଲିକା ଓଡ଼ିଶା ସରକାରଙ୍କ ଅଧିନ ଓସେପା ପାଖକୁ ପଠାଯାଇଥିଲା। ରେସପୋର୍ନସେସ୍ କ୍ୟୁରି ମ୍ୟାନେଜମେଣ୍ଟ ଦ୍ୱାରା ଓସେପା ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ପ୍ରକ୍ରିୟା ଅନୁଯାୟୀ ସମସ୍ତ ପ୍ରକାର ଅଭିଯୋଗର ସମାଧାନ କରାଯାଇଥିଲା। 

 

ସିବିଟି ପରୀକ୍ଷା ପରେ EdCIL ଗତ ଅଗଷ୍ଟ ୨୨ ତାରିଖର ରେଜଲ୍ୟୁସନ ମାଧ୍ୟମରେ ଦର୍ଶାଯାଇଥିବା ଗାଇଡଲାଇନ ଆଧାରରେ ପରୀକ୍ଷା ଫଳ ପ୍ରସ୍ତୁତ କରିଥିଲା। ସ୍ୱାକ୍ଷରିତ ହୋଇଥିବା ଏମଓୟୁ ଆଧାରରେ ଓସେପା ଅଧିକାରପ୍ରାପ୍ତ ନିଯୁକ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। କମ୍ବାଇନଡ୍ ଲିଷ୍ଟ ଓସେପା ପାଖକୁ ଜାନୁଆରୀ ୧୩ ତାରିଖରେ ପଠାଯାଇଥିଲା। ଜାନୁଆରୀ ୧୫ ତାରିଖରେ ଜିଲ୍ଲା ଆଲୋକେସନ ସହ ମେରିଟ୍ ଲିଷ୍ଟ ଓସେପା ପାଖକୁ ପଠାଯାଇଥିଲା। ଶିକ୍ଷକ ନିଯୁକ୍ତିରେ ଯାହା କିଛି ସମସ୍ୟା ହୋଇଛି, ତାହା ଓସେପା ପକ୍ଷରୁ ହୋଇଥିବା ସମସ୍ୟା ପାଇଁ ହୋଇ ଥାଇପାରେ।