Employment News This Week: ସରକାରୀ ଚାକିରି ବିଭିନ୍ନ ପ୍ରକାରର ଲାଭ ଏବଂ କ୍ୟାରିୟର ଅଭିବୃଦ୍ଧିର ସୁଯୋଗ ପ୍ରଦାନ କରେ। ସରକାରଙ୍କ ପାଇଁ କାର୍ଯ୍ୟ ଚାକିରି ସ୍ଥିରତା, ସୁରକ୍ଷା ଏବଂ ବୃତ୍ତିଗତ ବିକାଶ ପାଇଁ ଦ୍ୱାର ଖୋଲିଥାଏ। ଯଦି ଆପଣ ଜଣେ ସରକାରୀ କର୍ମଚାରୀ ଭାବରେ କ୍ୟାରିୟର ଆରମ୍ଭ କରିବାକୁ ଚିନ୍ତା କରୁଛନ୍ତି, ତାହେଲେ ଉପଯୁକ୍ତ ଚାକିରି ଖୋଜିବା ଏବଂ ଆବେଦନ କରିବା ଏକ କଷ୍ଟକର କାର୍ଯ୍ୟ ହୋଇପାରେ। ଏହି କାର୍ଯ୍ୟକୁ କମ୍ କଷ୍ଟଦାୟକ କରିବା ପାଇଁ ଆମେ ଚାକିରି ସୁଯୋଗର ଏକ ତାଲିକା କରିଛୁ। ଯେଉଁ ଚାକିରି ଆପଣ ଚଳିତ ସପ୍ତାହରେ ଆବେଦନ କରିପାରିବେ।


COMMERCIAL BREAK
SCROLL TO CONTINUE READING

୭୭୫ ପଦରେ ନିଯୁକ୍ତି ପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲ ପକ୍ଷରୁ ବିଜ୍ଞାପନ ଜାରି
ଅଖିଳ ଭାରତୀୟ ଆୟୁ‌ର୍ବିଜ୍ଞାନ ସଂସ୍ଥାନ, ଭୁବନେଶ୍ୱର ପକ୍ଷରୁ ଗ୍ରୁପ୍ ବି ଆଣ୍ଡ ସି ଅଣ-ଶିକ୍ଷକ କର୍ମଚାରୀ ପଦବୀ ପାଇଁ ପ୍ରାର୍ଥୀ ନିଯୁକ୍ତି କରୁଛି। ଏହି ନିଯୁକ୍ତିରେ ବରିଷ୍ଠ ନର୍ସିଂ ଅଫିସର, ଲ୍ୟାବ ଆଟେଣ୍ଡାଣ୍ଟ ଏବଂ କିରାଣୀଙ୍କ ସମେତ ବିଭିନ୍ନ ବିଭାରେ ମୋଟ ୭୭୫ ପଦ ରହିଛି। ଆବେଦନ କରିବାର ଶେଷ ତାରିଖ ହେଉଛି ୩୦ ଜୁଲାଇ। ଶାରୀରିକ ଅକ୍ଷମ ଆବେଦନକାରୀଙ୍କୁ ଆବେଦନ ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଆବେଦନକାରୀଙ୍କ ପାଇଁ ସର୍ବନିମ୍ନ ସ୍ନାତକ ଡିଗ୍ରୀ ଥିବା ଆବଶ୍ୟକ। ଏହି ପଦ ବୟସ ଆବଶ୍ୟକତା ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ରହିଛି। ଡକ୍ୟୁମେଣ୍ଟ ଯାଞ୍ଚ ପରେ ଏକ କମ୍ପ୍ୟୁଟର ଆଧାରିତ ପରୀକ୍ଷା ପରେ ପ୍ରାର୍ଥୀଙ୍କୁ ଚୟନ କରାଯିବ।


୯୦୪ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଦକ୍ଷିଣ-ପଶ୍ଚିମ ରେଳବାଇ ପକ୍ଷରୁ ନିଯୁକ୍ତି ବିଜ୍ଞାପନ ଜାରି
ଦକ୍ଷିଣ ପଶ୍ଚିମ ରେଳବାଇ ହୁବଲି, ବେଙ୍ଗାଲୁରୁ ଏବଂ ମହୀଶୂର ଡିଭିଜନ ଅଧିନରେ ଖାଲିଥିବା ପଦବୀ ୯୦୪ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ ଆମନ୍ତ୍ରଣ କରୁଛି। ଏହି ପଦ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୨ ଅଗଷ୍ଟ। ଯୋଗ୍ୟତା ହାସଲ କରିବାକୁ, ପ୍ରାର୍ଥୀ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷାରେ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ରଖିଥିବା ଆବଶ୍ୟକ। ଦଶମ ପରୀକ୍ଷାରେ ମାର୍କ ଶତକଡ଼ା ଏବଂ ଆଇଟିଆଇ ମାର୍କ ବିଚାର କରି ଚୟନ ଏକ ଯୋଗ୍ୟତା ତାଲିକା ଉପରେ ଆଧାରିତ ହେବ। ନିର୍ଦ୍ଦିଷ୍ଟ ବର୍ଗଗୁଡିକ ପାଇଁ ପ୍ରଯୁଜ୍ୟ ଆଶ୍ୱସ୍ତି ସହିତ ବୟସ ସୀମା ୧୫ ବର୍ଷରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।


୭୫ ପଦ ପାଇଁ ଜାମୁ ଏବଂ କାଶ୍ମୀର ଲୋକସେବା ଆୟୋଗ ପକ୍ଷରୁ ବାହାରିଲା ନିଯୁକ୍ତି 
ଜାମୁ କାଶ୍ମୀର ଲୋକସେବା ଆୟୋଗ ପକ୍ଷରୁ Combined Competitive Exam ପାଇଁ ଏକ ସଂଶୋଧିତ ତାରିଖ ପ୍ରକାଶ କରିଛି। ଏହି ପରୀକ୍ଷା ବର୍ତ୍ତମାନ ଆସନ୍ତା ୨୪ ସେପ୍ଟେମ୍ବରରେ ହେବାକୁ ଯାଉଛି। ଏହି ନିଯୁକ୍ତି ଅଭିଯାନର ଉଦ୍ଦେଶ୍ୟ ହେଉଛି ଲୋକସେବା ଆୟୋଗରେ ଖାଲି ପଡ଼ିଥିବା ୭୫ ପଦବୀ ପୂରଣ କରିବା। ଏହି ପଦବୀ Junior Scale of Jammu and Kashmir Administrative Service (୨୫ ପଦ), Jammu and Kashmir Accounts (Govt) Service (୨୫ ପଦ), Jammu and Kashmir Police Service (୨୫ ପଦ) ଲାଗି ଆବଶ୍ୟକ। ଏହା ମନେ ରଖିବା ଉଚିତ୍ ଯେ ଉଭୟ ପରୀକ୍ଷାରେ ୨୦୦ ମାର୍କ ବିଶିଷ୍ଟ objective-type ପ୍ରଶ୍ନକୁ ନେଇ ଗଠିତ ହେବ।


୪୫୪୫ ପଦୀବରେ ନିଯୁକ୍ତି ପାଇଁ IBPS ପକ୍ଷରୁ ବିଜ୍ଞପ୍ତି ଜାରି
Institute of Banking Personnel Selection ପକ୍ଷରୁ CRB Clerks-XIII ପାଇଁ ଖାଲିଥିବା ପଦବୀକୁ ସଂଶୋଧନ କରିଛି। ଯାହା IBPS Clerk Recruitment ଭାବରେ ମଧ୍ୟ ଜଣାଶୁଣା। ପୂର୍ବରୁ ଘୋଷିତ ୪୦୪୫  ତୁଳନାରେ ମୋଟ ପଦବୀ ସଂଖ୍ୟା ୪୫୪୫ ହୋଇଛି। ଏହି ପଦ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୨୦୨୩ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ୨୦ ବର୍ଷରୁ ୨୮ ବର୍ଷ ମଧ୍ୟରେ ହୋଇଥିବାର ଆବଶ୍ୟକ। ଏହା ସହିତ ପ୍ରାର୍ଥୀ ଜଣଙ୍କ ନିଶ୍ଚିତ ଭାବରେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ସମାପ୍ତ କରିଥିବେ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସମାନ ଯୋଗ୍ୟତା ହାସଲ କରିବେ।


୨୯୩ ପଦବୀରେ ନିଯୁକ୍ତି ପାଇଁ ଚଣ୍ଡିଗଡ଼ ଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି 
ଚଣ୍ଡିଗଡ଼ ଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୨୦ ତାରିଖରୁ ପ୍ରାଥମିକ ଶିକ୍ଷକ ପାଇଁ ନିଯୁକ୍ତି ଅଭିଯାନ ଆରମ୍ଭ କରିବ। ଆବେଦନ ସମୟ ସୀମା ୧୪ ଅଗଷ୍ଟ ପର୍ଯ୍ୟନ୍ତ ରହିଛି। ଏହି ପଦ ପାଇଁ ଆବେଦନ ଶୁଳ୍କ ଅଗଷ୍ଟ ୧୭ ପର୍ଯ୍ୟନ୍ତ ଦାଖଲ ହେବା ଆବଶ୍ୟକ। କନିଷ୍ଠ ମୌଳିକ ଶିକ୍ଷକ ୪୩୦୦ ଟଙ୍କା ଗ୍ରେଡ୍ ପେ ସହିତ ୯୩୦୦-୩୪,୮୦୦ ଟଙ୍କା ପେ ସ୍କେଲ୍ ପ୍ରଦାନ କରେ। ଆବେଦନକାରୀ ଅତିକମରେ ୫୦% ମାର୍କ ସହିତ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ସହିତ ଦୁଇ ବର୍ଷ କିମ୍ବା ଏହା ଠାରୁ ଅଧିକ B.ED କିମ୍ବା D.El.Ed ଡିଗ୍ରୀ ସହିତ ମଧ୍ୟ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ପାସ କରିଥିବା ଆବଶ୍ୟକ। ଏହି ପଦ ପାଇଁ ସର୍ବନିମ୍ନ ବୟସ ଆବଶ୍ୟକତା ୨୧ ବର୍ଷ ଏବଂ ସର୍ବାଧିକ ୩୭ ବର୍ଷ 
ରହିଛି।


EPFO ପକ୍ଷରୁ ୨୮୫୯ ପଦ ପାଇଁ ବାହାରିଲା ନିଯୁକ୍ତି  
Social Security Assistants ଏବଂ Stenographer ପଦ ପାଇଁ ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ପରୀକ୍ଷା ଲାଗି ପରୀକ୍ଷାସୂଚୀ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଙ୍ଗଠନ (EPFO) ଦ୍ୱାରା ଘୋଷଣା କରାଯାଇଛି। ବିସ୍ତୃତ କାର୍ଯ୍ୟସୂଚୀକୁ ପ୍ରବେଶ କରିବାକୁ ପ୍ରାର୍ଥୀଙ୍କୁ EPFO Official Website (recrutement.nta.nic.in) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି। Stenographer ନିଯୁକ୍ତି ପରୀକ୍ଷା ଅଗଷ୍ଟ ୧ ତାରିଖରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ Social Security Assistants ପରୀକ୍ଷା ଅଗଷ୍ଟ ୧୮, ୨୧, ୨୩ ତାରିଖରେ ଆୟୋଜିତ ହେବ। ଏହି ନିଯୁକ୍ତି ପ୍ରକ୍ରିୟା Social Security Assistants ଏବଂ Stenographer ପାଇଁ ମୋଟ ୨୮୫୯ ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛି। EPFO SSA Prelims Exam Online ମାଧ୍ୟମରେ କରାଯିବ। ଯେଉଁଥିରେ ୧୫୦ ପ୍ରଶ୍ନ ରହିବ। ଏହି ପରୀକ୍ଷାର ଅବଧି ହେଉଛି ୨ ଘଣ୍ଟା ୩୦ ମିନିଟ୍।