EPFO Higher Pension: ଇପିଏଫଓ ଖାତାଧାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ୍ (EFPO) ଅଧିକ ପେନସନ ବିକଳ୍ପ ଚୟନ କରୁଥିବା କର୍ମଚାରୀଙ୍କ ବେତନ ଏବଂ ଭତ୍ତା (Salaries and Allowances) ବିବରଣୀ ଦାଖଲ କରିବା ପାଇଁ ଶେଷ ତାରିଖ ବୃଦ୍ଧି କରାଯାଇଛି । ଶେଷ ତାରିଖ ୩ ମାସ ଘୁଞ୍ଚିବା କାରଣରୁ ଉପଭୋକ୍ତାମାନେ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବରୁ ଅଧିକ ପେନସନ ରାଶି ଚୟନ ପାଇଁ ମିଳିତ ଫର୍ମକୁ ବୈଧ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ନିଯୁକ୍ତିଦାତାମାନେ ୩୧ ଡିସେମ୍ବର ପର୍ଯ୍ୟନ୍ତ କର୍ମଚାରୀଙ୍କ ଦରମା ଏବଂ ଭତ୍ତାର ବିବରଣୀ ଇପିଏଫଓ ଅଫିସ ତଥା ୱେବସାଇଟରେ ଦାଖଲ କରିପାରିବେ ।


COMMERCIAL BREAK
SCROLL TO CONTINUE READING

ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଆବେଦନକାରୀ ପେନସନଭୋଗୀ / ସଦସ୍ୟଙ୍କ ଦରମା ବିବରଣୀ ସମ୍ୱନ୍ଧୀୟ ତଥ୍ୟ ଅପଲୋଡ୍ କରିବାର ସମୟସୀମା ବୃଦ୍ଧି କରିବାକୁ ନିଯୁକ୍ତିଦାତା ଏବଂ ନିଯୁକ୍ତିଦାତା ସଂଘ ମନ୍ତ୍ରଣାଳୟକୁ ନିବେଦନ କରିଛନ୍ତି । ଦରମା ଏବଂ ଭତ୍ତାର ଯାଞ୍ଚ ପାଇଁ, ୫.୫୨ ଲକ୍ଷ ଆବେଦନ ନିଯୁକ୍ତିଦାତାଙ୍କ ସହିତ ସେପ୍ଟେମ୍ବର ୨୯, ୨୦୨୩ ପର୍ଯ୍ୟନ୍ତ ବିଚାରାଧୀନ ରହିଥିଲା। ମନ୍ତ୍ରଣାଳୟ କହିଛି ଯେ, ଏହି ଅନୁରୋଧକୁ ବିଚାର କରାଯାଇଥିଲା । ପରେ ଇପିଏଫଓ ବୋର୍ଡ ଅଧ୍ୟକ୍ଷ ନିଯୁକ୍ତିଦାତାଙ୍କ ଦରମା ବିବରଣୀ ଇତ୍ୟାଦି ଦାଖଲ କରିବାର ସମୟସୀମା ୩୧ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।


ଆପଣଙ୍କୁ କହି ରଖିବାକୁ ଚାହୁଁ ଯେ, ମାର୍ଚ୍ଚ ୧୯୯୬ ରେ, EPS-95 ର ଅନୁଚ୍ଛେଦ ୧୧ (୩) ରେ ଏକ ନୂଆ ବ୍ୟବସ୍ଥା କରାଯାଇଥିଲା । ଏଥିରେ, EPFO ଖାତାଧାରୀମାନଙ୍କୁ ସେମାନଙ୍କର ସପୂର୍ଣ୍ଣ ଦରମା (ବେସିକ୍ + ଅନ୍ୟାନ୍ୟ ଭତ୍ତା) ର ୮.୩୩% ବୃଦ୍ଧି କରିବାକୁ ଅନୁମତି ଦିଆଯାଇଥିଲା । ଅର୍ଥାତ୍ ସେମାନଙ୍କୁ ଅଧିକ ପେନସନ୍ ପାଇବା ପାଇଁ ଇପିଏଫଓ ପକ୍ଷରୁ ସୁଯୋଗ ଦିଆଯାଇଥିଲା । ଅଧିକ ପେନସନ ରାଶି ପାଇଁ ମିଳିତ ବିକଳ୍ପ ଫର୍ମ ଦାଖଲ କରିବାକୁ ଇପିଏଫ୍ କର୍ମଚାରୀମାନଙ୍କୁ ମାତ୍ର ୬ମାସ ସମୟ ଦେଇଥିଲା । ଅନେକ କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ଏହି ସମୟସୀମା ମଧ୍ୟରେ ମିଳିତ ବିକଳ୍ପ ଫର୍ମ ଦାଖଲ କରିବାକୁ ସକ୍ଷମ ହୋଇପାରିନଥିଲେ । ତେଣୁ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଅଭିଯୋଗ ହୋଇଥିଲା । ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଉକ୍ତ କର୍ମଚାରୀମାନଙ୍କୁ ମିଳିତ ବିକଳ୍ପ ଫର୍ମ ଦାଖଲ କରିବାର ସୁଯୋଗ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


ନଭେମ୍ବର ୨୦୨୨ ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ
ନଭେମ୍ବର ୪,୨୦୨୨ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା ଯେ,  ଅଧିକ ପେନ୍‌ସନ୍‌ର ବିକଳ୍ପ ବାଛିବା ପାଇଁ ଇପିଏଫଓକୁ ସମସ୍ତ ଯୋଗ୍ୟ ସଦସ୍ୟଙ୍କୁ ଚାରିମାସ ସମୟ ଦେବାକୁ ପଡ଼ିବ। ଏହି ଚାରି ମାସର ଅବଧି ମାର୍ଚ୍ଚ ୩, ୨୦୨୩ରେ ସମାପ୍ତ ହୋଇଥିଲା ।


Also Read- ହବିଷ୍ୟାଳୀ ପାଇଁ ରାଜ୍ୟ ସରକାରଙ୍କ ବିଶେଷ ବ୍ୟବସ୍ଥା


Also Read- Rupa Pintu: ରୂପା ପିଣ୍ଟୁଙ୍କ ଫେସବୁକ ପେଜରେ ଅଶ୍ଲୀଳ ଭିଡିଓ