କୋଟି କୋଟି PF ଖାତାଧାରୀଙ୍କ ପାଇଁ ଜରୁରୀ ଖବର! EPFO ଜାରି କଲା ଆଲର୍ଟ
EPFO Alert: EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା । ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ ।
EPFO Issued Alert: ଅନଲାଇନ୍ ଠକେଇର ମାମଲା ବୃଦ୍ଧି ହେବାକୁ ଦୃଷ୍ଟିରେ ରଖି କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ନିଜ ଗ୍ରାହକଙ୍କୁ ଆଲର୍ଟ କରିଛି । EPFO ଇଣ୍ଟରନେଟ୍ ଠକେଇର ଆଶଙ୍କା ବିଷୟରେ ଗ୍ରାହକଙ୍କୁ କଡ଼ା ଚେତାବନୀ ଦେଇଛି । EPFO ଏକ ଟ୍ୱିଟରେ ଗ୍ରାହକମାନଙ୍କ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଅନଲାଇନ୍ ବିପଦରୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛି । ଫେକ୍ ସ୍କିମ୍ ଓ ଠକମାନଙ୍କ ବିଷୟରେ ସଜାଗ ରହିବାକୁ ଗ୍ରାହକମାନଙ୍କୁ କହିଛି । EPFO ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟକୁ ଅନଲାଇନ୍ ବିପଦରୁ ରକ୍ଷା କରିବାର ଉପାୟ ସେୟାର କରିଛି ।
ଏକ ଟ୍ୱିଟର ପୋଷ୍ଟରେ EPFO ଏହାର ସଦସ୍ୟମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର ନକରିବାର ଚେତାବନୀ ଦେଇଛି କହିଛି ଯେ, ଯଦିଓ କେହି ଜଣେ EPFO ର ପ୍ରତିନିଧୀ ବୋଲି ଦାବି କରନ୍ତି, ତାଙ୍କୁ ଆପଣଙ୍କର ନିଜର ବ୍ୟକ୍ତିଗତ ସୂଚନାକୁ ସେୟାର କରନ୍ତୁ ନାହିଁ । ଯେପରିକି ବ୍ୟାଙ୍କ ଆକାଉଣ୍ଟ ନମ୍ୱର, ପ୍ୟାନ୍ ନମ୍ୱର, ଆଧାର କାର୍ଡ ନମ୍ୱର କିମ୍ୱା UAN ନମ୍ୱର, ଏପରି ଗୋପନୀୟ ତଥ୍ୟକୁ କାହା ସହ ସେୟାର କରନ୍ତୁ ନାହିଁ । EPFO ସଂସ୍ଥା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଫୋନ୍ କିମ୍ବା ସୋସିଆଲ୍ ମିଡିଆରେ ଆଧାର, ପ୍ୟାନ୍, ୟୁଏନ୍, ବ୍ୟାଙ୍କ ଆକାଉଣ୍ଟ କିମ୍ବା OTP ପରି ବ୍ୟକ୍ତିଗତ ସୂଚନା ସେୟାର କରିବାକୁ ଗ୍ରାହକଙ୍କୁ EPFO କୁହେ ନାହିଁ ।
EPFO ନିଜରର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛି ଯେ, EPFO ଆକାଉଣ୍ଟଧାରୀଙ୍କୁ ତାଙ୍କ ବ୍ୟକ୍ତିଗତ ବିବରଣୀ ପାଇଁ କେବେବି ପଚାରି ନଥାଏ, ଯେପରିକି - ଆଧାର ନମ୍ବର, ପାନ୍ ନମ୍ବର, UAN ନମ୍ବର, ବ୍ୟାଙ୍କ ଆକାଉଣ୍ଟ୍ ବିବରଣୀ ଏବଂ OTP । ଯଦି କେହି ଆପଣଙ୍କୁ କଲ କରନ୍ତି କିମ୍ବା ସୋସିଆଲ ମିଡିଆରେ ଏପରି ନମ୍ବର ମାଗନ୍ତି, ତେବେ ଆପଣ ସାବଧାନ ହେବା ଉଚିତ୍ ଓ ଏହିପରି ବିବରଣୀ କାହା ସହିତ ସେୟାର ନ କରିବା ଉଚିତ ।
EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"
ଅଧିକ ପଢ଼ନ୍ତୁ:-କାଙ୍ଗାଳ ପାକିସ୍ତାନ! ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନାଠୁ ଅଧା ସାଲେରୀରେ ଖେଳନ୍ତି ଅଧିନାୟକ ବାବର ଆଜମ
ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନାକୁ ନେଇ ଆସିଲା ବଡ଼ ଅପଡେଟ୍! ମୋଦି ସରକାର ନେବେ ଏହି ପଦକ୍ଷେପ, ରାଜ୍ୟଗୁଡ଼ିକରେ ମଧ୍ୟ ଲାଗୁ ହେବ ନିୟମ
ଅଧିକ ପଢ଼ନ୍ତୁ:-ଶେଷ ହୋଇଯାଇଛି ରୋହିତ ଶର୍ମାଙ୍କ ଟି-20 କ୍ୟାରିୟର! ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ବଡ଼ ଖୁଲାସା
ଯଦି ଆପଣଙ୍କୁ EPFO ଅଧିକାରୀ ବୋଲି ଦାବି କରୁଥିବା ପ୍ରତିନିଧିଙ୍କ ଠାରୁ ଆପଣଙ୍କର UAN ବିବରଣୀ କିମ୍ବା ପାନ୍ କିମ୍ବା ଆଧାର ନମ୍ବର ସେୟାର କରିବା ପାଇଁ କଲ୍ କିମ୍ବା ମେସେଜ୍ ଆସୁଛି, ତେବେ ଆପଣଙ୍କୁ ତୁରନ୍ତ EPFO କୁ ଜଣାଇବା ଆବଶ୍ୟକ । ଆହୁରି ମଧ୍ୟ EPFO କହିଛି ଯେ ଗ୍ରାହକମାନେ EPFO ର ଅଫିସିଆଲ୍ ୱେବସାଇଟ୍ - www.epfindia.gov କୁ ଭିଜିଟ୍ କରିପାରିବେ ।