EPFO New Rule: ଇପିଏଫ ଆଣିଲା ନୂଆ ନିୟମ, ଲାଭବାନ ହେବେ ବେସରକାରୀ କର୍ମଚାରୀ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍ ଶୀଘ୍ର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥାତ ଇପିଏଫ୍ ସ୍କିମ୍ ଅନ୍ତର୍ଗତ ବେତନ ରାଶି ସୀମାକୁ ୧୫ ହଜାରରୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି। ଏହାର ପ୍ରଭାବ ଫଳରେ ଇପିଏଫ୍ ଏବଂ କର୍ମଚାରୀ ପେନ୍ସନ୍ ସ୍କିମରେ କର୍ମଚାରୀଙ୍କ ଅବଦାନ ଯଥା ଇପିଏସ୍ ମଧ୍ୟ ବୃଦ୍ଧି ପାଇବ। ଦି ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ
EPFO New Rule: ନୂଆଦିଲ୍ଲୀ: କେନ୍ଦ୍ର ସରକାର ଖୁବ୍ ଶୀଘ୍ର କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଥାତ ଇପିଏଫ୍ ସ୍କିମ୍ ଅନ୍ତର୍ଗତ ବେତନ ରାଶି ସୀମାକୁ ୧୫ ହଜାରରୁ ୨୧ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି। ଏହାର ପ୍ରଭାବ ଫଳରେ ଇପିଏଫ୍ ଏବଂ କର୍ମଚାରୀ ପେନ୍ସନ୍ ସ୍କିମରେ କର୍ମଚାରୀଙ୍କ ଅବଦାନ ଯଥା ଇପିଏସ୍ ମଧ୍ୟ ବୃଦ୍ଧି ପାଇବ। ଦି ଇକୋନୋମିକ୍ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ସରକାରଙ୍କ ଏହି ନୂତନ ନିୟମ ଇପିଏଫ୍ କଭରେଜକୁ ବ୍ୟାପକ କରି କର୍ମଚାରୀଙ୍କ ସାମାଜିକ ସୁରକ୍ଷାକୁ ସୁଦୃଢ଼ କରିବା ଦିଗରେ ଏକ ପଦକ୍ଷେପ ଭାବରେ ଦେଖାଯାଉଛି।
ବିଗତ ୧୦ ବର୍ଷ ଧରି ଦରମା ସୀମା ୧୫ ହଜାର ଟଙ୍କା ରହି ଆସିଥିଲା। ଏହା ଶେଷଥର ପାଇଁ ୨୦୧୪ରେ ବୃଦ୍ଧି କରାଯାଇଥିଲା | ତା’ପରେ ଏହାକୁ ୬୫୦୦ ରୁ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏହି ନୂତନ ନିୟମ ଉଭୟ କର୍ମଚାରୀ ଏବଂ କମ୍ପାନୀ / ସରକାରଙ୍କ ଦ୍ୱାରା ଅବସର ଏବଂ ପେନ୍ସନ୍ ସଞ୍ଚୟ ପାଇଁ ଅବଦାନ ପରିମାଣ ପରିବର୍ତ୍ତନ କରିବ।
ଦରମା ଉପରେ କଣ ରହିବ ପ୍ରଭାବ
ସରକାରଙ୍କ ଦ୍ୱାରା ଦରମା ସୀମା ବୃଦ୍ଧି ଫଳରେ ଉଭୟ ଲାଭ ଏବଂ କ୍ଷତିର ସାମ୍ନା କରିବେ କର୍ମଚାରୀ। ସୋଲେମାନ ଆଣ୍ଡ କମ୍ପାନୀର ପାର୍ଟନ କିଞ୍ଜଲ ଚମ୍ପାନେରିଆ କୁହନ୍ତି, "ଯଦି ଆମେ ଲାଭ ବିଷୟରେ ଆଲୋଚନା କରିବା, ବେତନ ସୀମା ବୃଦ୍ଧି ଇପିଏସରେ ଅବଦାନ ବୃଦ୍ଧି କରିବ ଯାହା ଦ୍ୱାରା ଅବସର ପରେ ଅଧିକ ପେନ୍ସନ୍ ମିଳିବ। ଏହା ବ୍ୟତୀତ ଇପିଏଫର ଅବଦାନ ମଧ୍ୟ ବୃଦ୍ଧି ପାଇବ ଯାହା ବୃଦ୍ଧି ପାଇବ। ଫଳରେ ଅବସର ପାଣ୍ଠିର ମାତ୍ରା ମଧ୍ୟ ବୃଦ୍ଧି ହେବ। ଏହା ବ୍ୟତୀତ କର୍ମଚାରୀମାନେ EPFରେ ଅଧିକ ଅବଦାନ ଦେଇ ଅଧିକ ଆର୍ଥିକ ସୁରକ୍ଷା ଅନୁଭବ କରିବେ।
କଣ ହେବ କ୍ଷତି
ଇପିଏଫ୍ ଅଧିନିୟମ ଧାରା ୬ ଅନୁଯାୟୀ, ଇପିଏଫରେ କର୍ମଚାରୀଙ୍କ ଅବଦାନ ମୌଳିକ ବେତନର ୧୨ ପ୍ରତିଶତ ସ୍ଥିର କରାଯାଇଛି। ଏଭଳି ପରିସ୍ଥିତିରେ, ଦରମା ସୀମା ବୃଦ୍ଧି ହେତୁ କର୍ମଚାରୀମାନଙ୍କୁ ଅଧିକ ବେତନ କାଟର ସମ୍ମୁଖୀନ ହେବାକୁ ପଡିବ, ଯେଉଁଥିପାଇଁ ସେମାନଙ୍କ ହାତରେ ଦରମା ହ୍ରାସ ପାଇବ। ଯାହାର ପ୍ରଭାବ ହେବ ଯେ ବେତନ ସୀମା ପାଖାପାଖି ରୋଜଗାର କରୁଥିବା କର୍ମଚାରୀଙ୍କ ଉପରେ ଚାପ ରହିପାରେ।
କେତେ ମିଳିବ ପେନସନ
ଯଦି ଆପଣ ବର୍ତ୍ତମାନ ୩୫ ବର୍ଷ ବୟସରେ ଅଛନ୍ତି ଏବଂ ୫୮ ବର୍ଷ ବୟସରେ ଅବସର ନେବାକୁ ଯୋଜନା କରୁଛନ୍ତି। ଆପଣଙ୍କର ମାସିକ ଦରମା ମାସକୁ ୨୩ ହଜାର ଟଙ୍କା, ତେବେ ଅବସର ପରେ ଆପଣ କେତେ ପେନସନ ପାଇବେ?
ଉଦାହରଣ ସ୍ୱରୂପ
ଚାକିରି ଅବଧି: ୨୩ ବର୍ଷ (ବୟସ ୩୫ ରୁ ୫୮ ବର୍ଷ), ପେନସନ୍ ଯୋଗ୍ୟ ଦରମା: ୨୧ ହଜାର ଟଙ୍କା (ଯଦି ସୀମା ବୃଦ୍ଧି ହୁଏ)
ଇପିଏସ୍ ଅଧୀନରେ ଥିବା ପେନସନ ରାଶି ନିମ୍ନଲିଖିତ ଭାବରେ ଗଣନା କରାଯାଏ:
ପେନସନ = (ସେବା ବର୍ଷ × ପେନସନ ଯୋଗ୍ୟ ଦରମା)/୭୦।
ଅର୍ଥାତ୍ ୫୮ ବର୍ଷ ବୟସରେ ଆନୁମାନିକ ମାସିକ ପେନସନ ବର୍ଦ୍ଧିତ ସୀମା ସହିତ ପ୍ରାୟ ୬୯୦୦ ଟଙ୍କା ହେବ। ଏଥି ସହିତ, ବର୍ତ୍ତମାନର ସୀମା ଅନୁଯାୟୀ ପେନସନ ମାସକୁ ପ୍ରାୟ ୪୯୨୯ ଟଙ୍କା ହେବ।