Indian Railways Special Trains: ଭାରତୀୟ ରେଳବାଇ ପକ୍ଷରୁ ପର୍ବପର୍ବାଣୀ ସମୟରେ ଚଳାଯାଉଥିବା ସ୍ପେଶାଲ ଟ୍ରେନ୍ ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ଯାତ୍ରୀଙ୍କ ଭିଡ଼ରେ ଭର୍ତ୍ତି ହୋଇଯାଇଛି। ଜେନେରାଲ ଟିକେଟ୍ ରଖିଥିବା ଯାତ୍ରୀଙ୍କ ଲମ୍ବା ଧାଡ଼ି ରେଳ ଷ୍ଟେସନ ଠାରେ ଦେଖିବାକୁ ମିଳୁଛି। ନିଜ ଘରେ ପହଞ୍ଚିବା ପାଇଁ ଏପରି କିଛି ଯାତ୍ରୀ ଅଛନ୍ତି ଯେଉଁମାନେ ଟ୍ରେନ ଶୌଚାଳୟରେ ମଧ୍ୟ ଯାତ୍ରା କରିବାକୁ ପଛାଇ ନାହାଁନ୍ତି। ଭାରତୀୟ ରେଳବାଇ ଟ୍ରେନ ସଂଖ୍ୟା ବୃଦ୍ଧି କରିଛି। ହେଲେ ଟ୍ରେନ ସଂଖ୍ୟା ବଢିବା ସତ୍ତ୍ୱେ ଯାତ୍ରୀ ଚିନ୍ତାରେ ଅଛନ୍ତି। ଯାତ୍ରୀଙ୍କ ଭିଡ଼ରେ ଭରିଯାଇଥିବା ଟ୍ରେନ୍ ଏବଂ ରେଲୱେ ଷ୍ଟେସନ ପ୍ଲାଟଫର୍ମ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ଦୁନିଆରେ ଭାଇରାଲ ହେବାରେ ଲାଗିଛି।


COMMERCIAL BREAK
SCROLL TO CONTINUE READING

୪ ଜେନେରାଲ କୋଚ ସହିତ ସଂଯୁକ୍ତ ରହିଛି ୨୨ କୋଚ ବିଶିଷ୍ଟ ଟ୍ରେନ
ସଦ୍ୟ ଏକ ଟ୍ରେନ ଫଟୋ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଛି। ଯେଉଁଥିରେ ଦାବି କରାଯାଉଛି ଯେ ବିଗତ କିଛି ବର୍ଷ ମଧ୍ୟରେ ରେଳବାଇ ଅଧିକ ରାଜସ୍ୱ ପାଇବା ପର୍ବପର୍ବାଣୀ ସମୟରେ ଚଳାଉଥିବା ସ୍ପେଶାଲ ଟ୍ରେନ୍ ରେ ଜେନେରାଲ-ସ୍ଲିପର କୋଚ ସଂଖ୍ୟା ହ୍ରାସ କରିଛି। ଏନେଇ କୁହାଯାଉଛି ଯେ ପୂର୍ବରୁ ୨୨ କୋଚ ବିଶିଷ୍ଟ ଟ୍ରେନ ୪ ଜେନେରାଲ କୋଚ ସହିତ ସଂଯୁକ୍ତ ରହୁଥିଲା। ହେଲେ ବର୍ତ୍ତମାନ ଏହାର ସଂଖ୍ୟା ହ୍ରାସ ପାଇ ୨ ହୋଇଛି। ସେହିପରି ସ୍ଲିପର କୋଚ ସଂଖ୍ୟା ପୂର୍ବରୁ ୭ ରହୁଥିଲା। ହେଲେ ବର୍ତ୍ତମାନ ସ୍ଲିପର କୋଚ ସଂଖ୍ୟା ହ୍ରାସ କରି ୨ ରଖାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ କୋଚ ସଂଖ୍ୟା ହ୍ରାସ ହେତୁ ବିହାର ଏବଂ ଉତ୍ତର ପ୍ରଦେଶ ଯାଉଥିବା ଟ୍ରେନ୍ ଯାତ୍ରୀଙ୍କ ପାଇଁ ଭିଡ଼ରେ ଭର୍ତ୍ତି ହୋଇଯାଉଛି। 


୬-୭ ସ୍ଲିପର କୋଚ ସହିତ ସଂଯୁକ୍ତ ରହିଛି ୨୨ କୋଚ ବିଶିଷ୍ଟ ଟ୍ରେନ
ଯେତେବେଳେ ପର୍ବପର୍ବାଣୀ ସମୟରେ ଚଳାଯାଉଥିବା ସ୍ପେଶାଲ ଟ୍ରେନ୍ ବିଷୟରେ ସୂଚନା ମଗାଯାଇଥିଲା, ସେତେବେଳେ ଦେଖିବାକୁ ମିଳିଥିଲା ​​ଯେ ଉତ୍ସବ ଋତୁ ପୂର୍ବରୁ ଏବଂ ରେଳବାଇ ଦ୍ୱାରା ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯାଉଛି। ଏନେଇ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ ଟ୍ରେନ୍ ରେ ଜେନେରାଲ-ସ୍ଲିପର କୋଚ ସଂଖ୍ୟା ପୂର୍ବ ଭଳି ସମାନ ରହିଛି। ୨୨ କୋଚ ବିଶିଷ୍ଟ ଟ୍ରେନ ୬-୭ ସ୍ଲିପର କୋଚ ଏବଂ ୪ ଜେନେରାଲ କୋଚ୍ ସହ ସଂଯୁକ୍ତ ରହୁଛି। ସେମାନଙ୍କ ସଂଖ୍ୟାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅନୁସନ୍ଧାନ ସମୟରେ ଏନେଇ କରାଯାଉଥିବା ଦାବି ମିଥ୍ୟା ବୋଲି ପ୍ରମାଣିତ ହୋଇଥିଲା।


ଅନୁସନ୍ଧାନ ବେଳେ ଏହା ମଧ୍ୟ ଜଣାପଡ଼ିଛି ଯେ ଟ୍ରେନ୍ ରେ ତୃତୀୟ ଶ୍ରେଣୀ ଏସି କୋଚ ସଂଖ୍ୟା ୬ ରହିଛି। ମାତ୍ର ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଦାବି କରାଯାଉଥିଲା ଯେ ତୃତୀୟ ଶ୍ରେଣୀ ଏସି କୋଚ୍ ସଂଖ୍ୟା ୧୦ ରହିଛି। ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଚଳାଚଳ କରିବାକୁ ରହିଥିବା ମୋଟ ଟ୍ରେନ୍ ଟ୍ରିପ୍ ସଂଖ୍ୟା ହେଉଛି ୬୭୫୪। ଯାହା ଗତ ବର୍ଷ ଚଳାଚଳ କରିଥିବା ସ୍ୱତନ୍ତ୍ର ଟ୍ରେନ ଟ୍ରିପ୍ ସଂଖ୍ୟା ୨୬୧୪ ଠାରୁ ପ୍ରାୟ ଅଢେଇ ଗୁଣ ଅଧିକ। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ରେଳବାଇ ଦିୱାଲୀ ଏବଂ ଛଟ୍ ପୂଜା ପାଇଁ ୨୪୨୩ ସ୍ୱତନ୍ତ୍ର ଟ୍ରେନ୍ ଚଳାଇଛି।


ଚଳିତ ବର୍ଷ ପାର୍ବଣ ଋତୁ ଆରମ୍ଭରୁ ୩୬ ଲକ୍ଷ ଲୋକ ଯାତ୍ରା କରିଛନ୍ତି। ଯେଉଁ ସଂଖ୍ୟା ଗତ ବର୍ଷ ତୁଳନାରେ ପ୍ରାୟ ଦୁଇ ଗୁଣ ଅଧିକ। ଗୋଟିଏ ଜେନେରାଲ କୋଚ୍ ଯୋଗେ ହାରାହାରି ଭାବରେ ୧୦୦ ଜଣ ଯାତ୍ରୀ ଯାତ୍ରା କରିପାରିବେ। ଯେଉଁଠି ଅଣ ଏସି ସ୍ଲିପର ସହ ତୃତୀୟ ଶ୍ରେଣୀ ଏସି କୋଚ ଯୋଗେ ୭୨ ଜଣ ଯାତ୍ରୀ ଯାତ୍ରା କରିପାରିବେ। ସେହିପରି ଦ୍ୱିତୀୟ ଶ୍ରେଣୀ ଏସି କୋଚ ଯୋଗେ ୪୮ ଜଣ ଯାତ୍ରୀ ଯାତ୍ରା କରିପାରିବେ।