AI Generated Fake News: ଆଜିର ବିଜ୍ଞାନ ଯୁଗରେ ଇଣ୍ଟରନେଟ ପରେ ଏବେ କୃତ୍ରିମ ବୁଦ୍ଧିମତା ଅର୍ଥାତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବେ ଚର୍ଚ୍ଚାରେ ରହିଛି। କୃତ୍ରିମ ବୁଦ୍ଧିମତା ଯାହାକୁ ବିଶ୍ୱର ଭବିଷ୍ୟତ କୁହାଯାଉଛି, ତାହା ମାନବ ସମାଜ ପାଇଁ ସୁବର୍ଣ୍ଣ ସମୟ ଆଣିବା ପରିବର୍ତ୍ତେ ଶେଷ ଦିନ ଦେଖାଇବା ଆରମ୍ଭ କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରି ବହୁ ସଂଖ୍ୟକ ନକଲି ନ୍ୟୁଜ୍ ୱେବସାଇଟ୍ ତିଆରି କରାଯାଉଛି। ଏହି ନ୍ୟୁଜ ୱେବସାଇଟ ମାଧ୍ୟମରେ ମିଥ୍ୟା ଖବର ବିସ୍ତାର କରାଯାଉଛି।


COMMERCIAL BREAK
SCROLL TO CONTINUE READING

ବିଗତ କିଛି ବର୍ଷ ମଧ୍ୟରେ ଡିଜିଟାଲ୍ ମାର୍କେଟ ଦୁନିଆରେ (Digital Market World) ଏହିପରି ଅନେକ ନ୍ୟୁଜ୍ ୱେବସାଇଟ୍ (News Website) ଦେଖିବାକୁ ମିଳିଛି। ଯାହା କେବଳ ମିଥ୍ୟା ଖବର (Fake News) ପ୍ରଚାର ପ୍ରସାର କରୁଛି। ଗତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର (United States of America) ରାଷ୍ଟ୍ରାଧ୍ୟକ୍ଷ ଜୋ ବାଇଡେନଙ୍କ (President Joe Biden) ମୃତ୍ୟୁ ଖବର ସେଲିବ୍ରିଟି ଡେଥ.ଡଟ୍.କମ୍ (celebritiesdeath.com) ନାମକ ଏକ ନକଲି ୱେବସାଇଟ୍ (Fake Website) ମାଧ୍ୟମରେ ବ୍ୟାପିଯାଇଥିଲା। ଏହି ମାମଲା ଏଠାରେ ବନ୍ଦ ହୋଇନାହିଁ। ଏହି ନକଲି ୱେବସାଇଟ୍ ଉପରାଷ୍ଟ୍ରପତି କମଲା ହ୍ୟାରିସ୍ (Vice President Kamala Harris)  ଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର କାମଚଳା ରାଷ୍ଟ୍ରପତି (Acting President of USA) ଭାବରେ ଦର୍ଶାଇଥିଲା। ଏପରି ଏକ ନକଲି ୱେବସାଇଟ୍ ପ୍ରସିଦ୍ଧ ସ୍ଥପତିଙ୍କ ମୃତ୍ୟୁ ଖବର ସମ୍ପର୍କରେ ଘୋଷଣା କରିଥିଲା।


Also Read: ChatGPT: ଆଇଆଇଟି-ୟୁପିଏସସି ପରେ ଅନ୍ୟ ଏକ ପରୀକ୍ଷାରେ ବିଫଳ ହେଲା ଚାଟ୍ ଜିପିଟି, AI ଅପେକ୍ଷା ଭଲ ପ୍ରଦର୍ଶନ କଲେ ପରୀକ୍ଷାର୍ଥୀ


ଦେଖୁ ଦେଖୁ କ'ଣ ହୋଇଗଲା?


କୃତ୍ରିମ ବୁଦ୍ଧିମତା (Artificial Intelligence) ବିକାଶ କରୁଥିବା ଅଧିକାଂଶ କମ୍ପାନୀ ଦାବି କରିଛନ୍ତି ଯେ, ଏହି ଟେକ୍ନୋଲୋଜି (Artificial Intelligence Technology) ସାହାଯ୍ୟରେ ଦୁନିଆରେ ବ୍ୟାପୁଥିବା ମିଥ୍ୟା ଖବର ସହ ଲଢିବା ସହଜ ହେବ। ଯାହା ଦ୍ୱାରା କୌଣସି ପ୍ରକାର ଦ୍ୱନ୍ଦ୍ୱ କିମ୍ବା ଭ୍ରମ କାରଣରୁ ଉତ୍ପନ୍ନ ହେଉଥିବା ହିଂସାକାଣ୍ଡ ଭଳି କାର୍ଯ୍ୟରୁ ରକ୍ଷା ମିଳିବ। ଜିଓଫ୍ରେ ହିଣ୍ଟନ୍ କୃତ୍ରିମ ବୁଦ୍ଧିମତାର ବିପଜ୍ଜନକ ପର୍ଯ୍ୟାୟ ଅନୁମାନ କରିସାରିଛନ୍ତି। ଯିଏ ଏହାର ବିପଦ ବିଷୟରେ ବିଶ୍ୱ ସମୁଦାୟକୁ ଆଗୁଆ ଚେତାବନୀ ମଧ୍ୟ ଦେଇଛନ୍ତି। ଆପଣଙ୍କୁ କହିରଖୁଛୁ ଯେ ଏଆଇ ଗଡଫାଦର (AI Godfather) ରୂପେ ଜିଓଫ୍ରେ ହିଣ୍ଟନ (Geoffrey Hinton) ଜଣାଶୁଣା। ଗତ ୧୯୭୨ ମସିହା ପର ଠାରୁ ଜିଓଫ୍ରି ହିଣ୍ଟନ୍ ଏଆଇ ଜ୍ଞାନକୌଶଳ (Artificial Intelligence Technology) ଉପରେ କାର୍ଯ୍ୟ କରିଆସୁଛନ୍ତି। 


ମିଥ୍ୟା ଖବର ଶୀଘ୍ର ବ୍ୟାପିଥାଏ 
ନ୍ୟୁଜ୍ ରେଟିଂ କମ୍ପାନୀ ନ୍ୟୁଜଗାର୍ଡ (News Rating Company Newsguard) ଦାବି କରିଛି ଯେ ଏଆଇ ସହାୟତାରେ ହଜାର ହଜାର ମିଥ୍ୟା ଖବର ସୃଷ୍ଟି କରାଯାଉଛି। ସାରା ବିଶ୍ୱରେ ପ୍ରାୟ ୧୦ ହଜାର ନକଲି ୱେବସାଇଟ୍ ରହିଛି। ଯାହା ଏଆଇ ସାହାଯ୍ୟରେ ବିକଶିତ ହୋଇଛି। ଆପଣଙ୍କୁ କହିରଖୁଛୁ ଯେ ବ୍ଲୁମବର୍ଗ ପ୍ରାୟ ୪୯ ୱେବସାଇଟ୍ ଯାଞ୍ଚ କରିଛନ୍ତି। ଯାହା କେବଳ ନକଲି ବ୍ରେକିଂ ନ୍ୟୁଜ୍ (Fake Breaking News) ଦେବାକୁ ପ୍ରସ୍ତୁତ ରହିଛି। ହେଲେ ଏଭଳି ଖବର ଲେଖିବା ପାଇଁ ଗୁଗୁଲ୍ ଚାଟ୍ ବାର୍ଡ (Google Chat Bard) କିମ୍ବା ଚାଟ୍ ଜିପିଟି (Chat GPT) ବ୍ୟବହୃତ ହୋଇଛି ନା ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।