Online game: ଆଜିକାଲି ପ୍ରାୟ ଅଧିକାଂଶ ପିଲା ମୋବାଇଲରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବା ସହ ଅନଲାଇନରେ ଗେମ୍ (online game) ଖେଳିବା ଅଭ୍ୟାସରେ ମଧ୍ୟ ପଡିଗଲେଣି । ଏହା ବର୍ତ୍ତମାନ ପିଲାମାନଙ୍କ ପାଇଁ ଏକ ନିଶା ପାଲଟିଯାଇଛି । ପିଲାଙ୍କୁ ଖୁଆଇବା ପାଇଁ ହେଉ ଅବା କୌଣସି କଥାରେ ବୁଝାଇବା ସବୁଥିରେ ଏବେ ଲୋଡା ପଡୁଛି ମୋବାଇଲ୍ (mobile) । କିଛି ବାପା, ମାଆମାନେ ଛୋଟ ପିଲାଙ୍କୁ ମୋବାଇଲ୍ ଦେବା ମଧ୍ୟ ଆରମ୍ଭ କରିଦେଲେଣି । ଯାହାର ଅନେକ ନକରାତ୍ମକ ପ୍ରଭାବ ବର୍ତ୍ତମାନ ଦେଖିବାକୁ ମିଳୁଛି । ବର୍ତ୍ତମାନ ଆପଣଙ୍କୁ ଯେଉଁ ଘଟଣା ବିଷୟରେ କହିବାକୁ ଯାଉଛୁ ତାହା ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ଏକ ଛୋଟ ପିଲା ମୋବାଇଲରେ ଗେମ୍ ଖେଳିବା କାରଣରୁ ଗୋଟିଏ ପରିବାର ବର୍ତ୍ତମାନ ଆର୍ଥିକ ସମସ୍ୟା (financial problem) ଦେଇ ଗତି କରୁଛି ।


COMMERCIAL BREAK
SCROLL TO CONTINUE READING

ଚାଇନାର ଜଣେ ୧୩ ବର୍ଷର ଝିଅ ଅନଲାଇନ୍ ଗେମ୍ ଖେଳିବା ମହଙ୍ଗା ସାବ୍ୟସ୍ତ ହୋଇଛି । କାରଣ ଅନଲାଇନରେ ଗେମ୍ ଖେଳି ମାତ୍ର ୪ ମାସ ମଧ୍ୟରେ ପ୍ରାୟ ୫୨ ଲକ୍ଷ ଟଙ୍କା ଉଡାଇ ଦେଇଛି ଝିଅଟି । ଏହା କିପରି ହେଲା ତାହା ଜାଣିଲେ ଆପଣ ଆହୁରୀ ଆଶ୍ଚର୍ଯ୍ୟ ହେବେ । ଝିଅଟି ନିଜ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ମୋବାଇଲ୍ ଗେମ୍ ସାଇଟ୍ ସହ ଲିଙ୍କ୍ କରିଥିଲେ । ଯେଉଁ କାରଣରୁ ଆକାଉଣ୍ଟ୍ (account) ଖାଲି ହୋଇଯାଇଛି । ବର୍ତ୍ତମାନ ଆର୍ଥିକ ସମସ୍ୟାରେ ପଡିଛନ୍ତି ମହିଳା । ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ (viral) ହେବାରେ ଲାଗିଛି ।


ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚାଇନାର ହେନାନ ଅଞ୍ଚଳର ଜଣେ ନାବାଳିକା ଲଗାତାର ଭାବରେ ଫୋନ ଧରି ଗେମ୍ ଖେଳୁଥିଲେ ।  ମାଆ ଅନେକ ଥର ବାରଣ କରିଥିଲେ ମଧ୍ୟ ଝିଅ ମାଆଙ୍କ କଥାକୁ ନଶୁଣି ଖେଳ ଖେଳିବା ପାଇଁ ଜିଦ୍ ଧରି ବସିଥିଲେ । ସେ ନିଜ ମାଆଙ୍କ ସ୍ମାର୍ଟଫୋନରେ ପେ-ଟୁ-ପ୍ଲେ (pay to play) ଖେଳ ପ୍ରତି ଅଭ୍ୟସ୍ତ ହୋଇଯାଇଥିଲେ । ଯେଉଁ ଖେଳ ଖେଳିବା ପାଇଁ ଟଙ୍କାର ଆବଶ୍ୟକ ଥିଲା, ତେଣୁ ଫୋନ୍ ମା’ଙ୍କ ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିଲା । ଝିଅଟି ତାଙ୍କ ମାଆଙ୍କୁ ପଚାରିବା ସହ ଗେମିଂ ଆପ୍କୁ ଆକାଉଣ୍ଟ ସହିତ ଲିଙ୍କ୍ କରିଥିଲା । ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା କଟିବା (deduction) ଆରମ୍ଭ ହେଲା । କିନ୍ତୁ ଏକଥା ମାଆଙ୍କ ନଜରକୁ ଆସିନଥିଲା । ଦିନେ ଝିଅଟିର ଶିକ୍ଷକଙ୍କ ନଜରରେ ଘଟଣାଟି ପଡିଲା । ସେ ତୁରନ୍ତ ଏହି ବିଷୟରେ ତାଙ୍କ ମାଙ୍କୁ ଅବଗତ କରାଇଲେ ।


ଯେତେବେଳେ ମାଆ ତାଙ୍କ ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ଯାଞ୍ଚ (balance check) କରିଥିଲେ, ସେତେବେଳେ ମୁଣ୍ଡ ଘୁରାଇଦେବା ପରି ପରିସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁ ଆକାଉଣ୍ଟରେ ଭାରତୀୟ ମୁଦ୍ରା (indian rupees) ହିସାବରେ ପ୍ରାୟ ୫୩ ଲକ୍ଷ ଟଙ୍କା ଥିଲା, ବର୍ତ୍ତମାନ ଉକ୍ତ ଆକାଉଣ୍ଟରୁ ସମସ୍ତ ଟଙ୍କା କଟିବା ପରେ ମାତ୍ର ୫ ଟଙ୍କା ବାକି ରହିଛି । ଚାଇନାର ଏକ ପପୁଲାର ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ମହିଳା ତାଙ୍କର ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଦେଖାଉଛନ୍ତି । ଅନଲାଇନ୍ ଗେମ୍ ଖେଳିବା ପାଇଁ ଦେୟ ପୈଠ କରିବାର ପ୍ରତ୍ୟକ ତଥ୍ୟ ଉକ୍ତ ଷ୍ଟେଟମେଣ୍ଟରେ ରହିଛି । ଯେତେବେଳେ ମହିଳାଙ୍କ ସ୍ୱାମୀ ତାଙ୍କୁ ପଚାରିଥିଲେ ଯେ, ଏତେ ଟଙ୍କା କେଉଁଠାରେ ଖର୍ଚ୍ଚ କରିଛ, ତାହାର ଉତ୍ତର ଜାଣିବା ପରେ ମୁଣ୍ଡରେ ହାତ ଦେବା ଛଡା ଅନ୍ୟ କୌଣସି ରାସ୍ତା ନଥିଲା ।


ଝିଅଟି କହିଛି ଯେ, ସମସ୍ତ ଟଙ୍କାରେ ସେ ଅନଲାଇନ୍ ଗେମ ଖେଳିଛନ୍ତି । ଏଥିସହ ନିକଟରେ ୧୪ ଲକ୍ଷ ଟଙ୍କା ବ୍ୟୟରେ ସେ ଏକ ଅନଲାଇନ୍ ଗେମ୍ କିଣିଛନ୍ତି । କେବଳ ନିଜ ପାଇଁ ନୁହେଁ ବରଂ ସମାନ ଟଙ୍କା ଦେଇ ସେ ତାଙ୍କର ୧୦ଜଣ ସାଙ୍ଗଙ୍କ ପାଇଁ ମଧ୍ୟ ଏହି ଗେମ୍ କିଣିଥିଲେ । ଯାହାଦ୍ୱାରା ସମସ୍ତେ ମିଳିମିଶି ଗେମ୍ ଖେଳିପାରିବେ । ସମସ୍ତେ ମିଳିମିଶି ଖେଳିବା ପାଇଁ ଗେମକୁ ଅପଡେଟ୍ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଝିଅଟି ଏକଥା ମଧ୍ୟ କହିଛି ଯେ, ଯେତେବେଳେ ସେ ଘରେ ଡେବିଟ୍ କାର୍ଡ ପାଇଲେ, ସେ ଏହାକୁ ସ୍ମାର୍ଟଫୋନରେ ଅନଲାଇନ ଆପ୍ ସହ ଲିଙ୍କ୍ କଲେ । ଏଥିସହ ତାଙ୍କ ମାଆ ପୂର୍ବରୁ ଟଙ୍କା ନେଣଦେଣ ପାଇଁ ନିଜ ଝିଅ ସହ ସିକ୍ରେଟ୍ ନମ୍ୱର ସେୟାର କରିଥିଲେ । ଯାହାକୁ ମନେ ରଖି ଝିଅ ଅନେକ ପେଡ୍ ଅନଲାଇନ୍ ଗେମ୍ ଡାଉନଲୋଡ୍ କରିଥିଲେ ।


Also read- ୧୦ ଲକ୍ଷ ମୂଲ୍ୟର କାରରେ ଆସି ୧୫୦ଟଙ୍କାର ଲୁଣ ଚୋରି କରିନେଲା ୪ ଚୋର, ଭିଡିଓ ଭାଇରାଲ